41.1 C
Bhubaneswar
Sunday, April 28, 2024
Homeଓଡିଶାବୀରମିତ୍ରପୁର ଆଇଆଇସି ଆନନ୍ଦ ମାଝୀଙ୍କୁ ହାଇକୋର୍ଟରୁ ଜାମିନ୍‌

ବୀରମିତ୍ରପୁର ଆଇଆଇସି ଆନନ୍ଦ ମାଝୀଙ୍କୁ ହାଇକୋର୍ଟରୁ ଜାମିନ୍‌

କଟକ: ସୁନ୍ଦରଗଡର ବହୁଚର୍ଚ୍ଚିତ ନାବାଳିକା ବଳାତ୍କାର ମାମଲାରେ ଗିରଫ ହୋଇଥିବା ବୀରମି୍‌ତ୍ରପୁର ଥାନାର ତତ୍କାଳୀନ ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ମାମଲାର ବିଚାର ଚାଲିଥିବା ଟ୍ରାଏଲ୍ କୋର୍ଟର ପ୍ରତ୍ୟେକ ଶୁଣାଣିବେଳେ ତାଙ୍କୁ ହାଜର ହେବାକୁ କୁହାଯାଇଛି । ସେହିପରି ସେ ପ୍ରମାଣ ନଷ୍ଟ କରିବେ ନାହିିଁ କି ଭବିଷ୍ୟତରେ ଏହିଭଳି ଅପରାଧରେ ସଂଶ୍ଳିଷ୍ଠ ହେବ ନାହିଁ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ଅନ୍ୟପକ୍ଷରେ ମାମଲାର ସାକ୍ଷୀମାନଙ୍କୁ ସେ ପ୍ରଭାବିତ କରିବେ ନାହିିଁ ବୋଲି ମଧ୍ୟ ସର୍ତ୍ତରେ କୁହାଯାଇଛି । ଉପରୋକ୍ତ ସର୍ତ୍ତରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ସୁନ୍ଦରଗଡର ରାଇବେଗା ଥାନାରେ ବୀରମିତ୍ରପୁର ଥାନା ଅଧିକାରୀଙ୍କ ବିରୋଧରେ ଏକ ଏତଲା ରୁଜୁ ହୋଇଥିଲା । ସୁନ୍ଦରଗଡ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି ଏତଲା ରୁଜୁ କରିଥିଲେ । ଏଥିରେ ଦର୍ଶାଇଥିଲେ ଯେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝୀ ଜଣେ ୧୩ ବର୍ଷୀୟା ନାବାଳିକା ସହ ଶାରିରୀକ ସମ୍ପର୍କ ରଖି ସଂପୃକ୍ତ ଝିଅକୁ ଗର୍ଭବତୀ କରାଇଥିଲେ । । ପରେ ଉକ୍ତ ନାବାଳିକାର ଗର୍ଭ ନଷ୍ଟ କରାଯାଇଥିଲା । ଏପରି ଏତଲା ଆଧାରରେ ପୁଲିସ୍ ଆନନ୍ଦ ମାଝୀକୁ ଗିରଫ କରିଥିଲା । ଏହା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଶ୍ରୀ ମାଝୀକୁ ରାଜ୍ୟ ପୁଲିସ୍ ଡିଜି ବହିସ୍କାର କରିଥିଲେ । ତେବେ ନିମ୍ନ ଅଦାଲତରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟରେ ଜାମିନ ଲୋଡିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking