28.1 C
Bhubaneswar
Monday, May 13, 2024
Homeଓଡିଶାବିଧାନସଭାରେ ପାରିତ ହେଲା ସଂଶୋଧିତ ବିଧେୟକ : ଷ୍ଟାମ୍ପ୍ ଦେୟ ୫%ରୁ ୨% କୁ ହ୍ରାସ

ବିଧାନସଭାରେ ପାରିତ ହେଲା ସଂଶୋଧିତ ବିଧେୟକ : ଷ୍ଟାମ୍ପ୍ ଦେୟ ୫%ରୁ ୨% କୁ ହ୍ରାସ

ଭୁବନେଶ୍ୱର: ସରଳୀକରଣ ହେଲା ନିୟମ । ଏଣିକି ଭୂ-ସମ୍ପିତ୍ତି ଓ ଗୃହ ବିକ୍ରୟ ନିମନ୍ତେ କ୍ଷମତା ପତ୍ର ଏବଂ ଗୃହ ନିର୍ମାଣ ତଥା ବାସପୋଯୋଗୀ କରିବା ନିମନ୍ତେ ‘ଚୁକ୍ତି ପତ୍ର’ ପାଇଁ ଷ୍ଟାମ୍ପ୍ ଦେୟ ୨% ଦେବାକୁ ହେବ । ପୂର୍ବରୁ ତାହା ୫% ଥିଲା । ସେହିପରି ଭୂ-ସମ୍ପତ୍ତି ବିକ୍ରୟ ନିମନ୍ତେ ପରିବାର ସଦସ୍ୟଙ୍କ ମଧ୍ୟରେ କ୍ଷମତା ପତ୍ର ସମ୍ପାଦନ ପାଇଁ ବୋହୁ, ନାତି, ନାତୁଣୀ, ଜେଜେ ବାପା ଓ ଜେଜେ ମା’ ଙ୍କୁ ବି ଅନ୍ତର୍ଭୁକ୍ତ କରାଯିବ । ଏଥିସମ୍ପର୍କିତ ସଂଶୋଧିତ ବିଧେୟକ ବିଧାନସଭାରେ ପାରିତ ହୋଇଛି ।

ବୁଧବାର ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଭାରପ୍ରାପ୍ତ ଅଧିକାରୀ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ସଂଶୋଧିତ ବିଧେୟକକୁ ଗୃହର ଅନୁମୋଦନ ପାଇଁ ନିବେଦନ କରିଥିଲେ । ଏହାକୁ ବାଚନିକ ଭୋଟ୍‌ରେ ଉପବାଚସ୍ପତି ରଜନୀକାନ୍ତ ସିଂହ ପାରିତ କରିଥିଲେ । ପୂର୍ବରୁ ତାହା ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ପାଇଥିଲା । ନିର୍ମାଣକାରୀ ସଂସ୍ଥା ଓ ଜମି ମାଲିକଙ୍କ ମଧ୍ୟରେ ଆବଶ୍ୟକ ହୋଇଥାଏ ଦୁଇ ପ୍ରକାର ଦଲିଲ୍ । ତାହା ହେଉଛି ଭୂ-ସମ୍ପରି ଓ ଗୃହ ବିକ୍ରୟ ନିମନ୍ତେ କ୍ଷମତା ପତ୍ର ବା ପାଓ୍‌ାର ଅଫ୍ ଅଟୋର୍ଣ୍ଣି ଏବଂ ଗୃହ ନିର୍ମାଣ ତଥା ବାସପୋଯୋଗୀ କରିବା ନିମନ୍ତେ ଚୁକ୍ତି ପତ୍ର ବା ଡେଭଲପ୍‌ମେଣ୍ଟ ଏଗ୍ରିମେଣ୍ଟ ।

ଏହାକୁ ହସ୍ତାନ୍ତରଣ ପତ୍ର ବା କନଭେୟାନ୍ସ ଡିଡ୍ ରୂପେ ବିବେଚନା କରାଯାଇ ୫% ଷ୍ଟାମ୍ ଦେୟ ଆଦାୟ କରାଯାଉଥିଲା । ଏହି ଦୁଇ ପ୍ରକାର ଦଲିଲ୍ ବ୍ୟୟ ବହୁଳ ହେଉଥିବାରୁ, ସ୍ୱଳ୍ପ ସଂଖ୍ୟକ ଚୁକ୍ତି ପତ୍ର ଓ କ୍ଷମତା ପତ୍ର ନିବନ୍ଧନ ହେଉଥିଲା । ଫଳରେ ଜମି ଓ ଗୃହ କ୍ରୟ ବିକ୍ରୟ ତଥା ନିର୍ମାଣ ସମୟରେ ଅନେକ ଆଇନଗତ ଜଟିଳତା ଦେଖାଦେଉଥିଲା । ପ୍ରସ୍ତାବିତ ‘ଷ୍ଟାମ୍ପ ଆଇନ’ ସଂଶୋଧନ ଯୋଗୁଁ ଦଲିଲ୍ ସଂଖ୍ୟାକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ରାଜ୍ୟର ରାଜସ୍ୱ ବୃଦ୍ଧି କରିବାରେ ସହାୟକ ହେବ । ଏହାଦ୍ୱାରା ଜମିଜମା ଏବଂ ଗୃହ କ୍ରୟ ଓ ବିକ୍ରୟ ତଥା ନିର୍ମାଣ ସଂକ୍ରାନ୍ତୀୟ ଆଇନଗତ ସମସ୍ୟା ମଧ୍ୟ ଦୂର ହୋଇ ପାରିବ ।

ପ୍ରସ୍ତାବିତ ସଂଶୋଧନ ଦ୍ୱାରା ଭୂ-ସମ୍ପିତ୍ତି ଓ ଗୃହ ବିକ୍ରୟ ନିମନ୍ତେ କ୍ଷମତା ପତ୍ର ଏବଂ ଗୃହ ନିର୍ମାଣ ତଥା ବାସପୋଯୋଗୀ କରିବା ନିମନ୍ତେ ଚୁକ୍ତି ପତ୍ର ପାଇଁ ଷ୍ଟାମ୍ପ ଦେୟ ୨% ଧାର୍ଯ୍ୟ କରାଗଲା । ସମାନ ପକ୍ଷଙ୍କ ମଧ୍ୟରେ ଓ ଏକା ସମ୍ପତ୍ତି ଉପରେ କ୍ଷମତା ପତ୍ର ଓ ଚୁକ୍ତି ପତ୍ର ଏପରି ଦୁଇ ପ୍ରକାର ଦଲିଲ୍ ସମ୍ପାଦନ କଲେ, ଦ୍ୱିତୀୟ ଦଲିଲ୍‌ରେ ଷ୍ଟାମ୍ପ ଦେୟ ମାତ୍ର ୧୦୦୦ ଟଙ୍କା ପ୍ରଦାନ କରିବାକୁ ହେବ ।

ସମ୍ପତ୍ତିର ବିକ୍ରୟ ନିମିତ୍ତ ଚୁକ୍ତି କ୍ଷେତ୍ରରେ ପୂର୍ବରୁ ଦିଆଯାଇଥିବା ଷ୍ଟାମ୍ପ୍ ଦେୟ ଚୁକ୍ତିନାମା ଅନୁସାରେ ସେହି ବ୍ୟକ୍ତି ବିକ୍ରୟ କବଲା ସମ୍ପାଦନ କରିବା ସମୟରେ ଦଲିଲ୍‌ରେ ଦେବାକୁ ପଡୁଥିବା ଷ୍ଟାମ୍ପ ଦେୟ ସହିତ ‘ଆଡ୍‌ଜଷ୍ଟମେଣ୍ଟ’ କରାଯିବ । ଷ୍ଟାମ୍ପ ଦେୟ ହ୍ରାସ କରିବା ଦ୍ୱାରା ଜନସାଧାରଣ ନିର୍ମାଣକାରୀ ସଂସ୍ଥାଙ୍କ ଠାରୁ ଅପେକ୍ଷାକୃତ କମ୍ ମୂଲ୍ୟରେ ଜମି ଓ ବାସ ଗୃହ କ୍ରୟ କରିପାରିବେ । ତେବେ ଦଲିଲ୍‌ର ପ୍ରମାଣିତ ନକଲ ପ୍ରାପ୍ତି ପାଇଁ ଷ୍ଟାମ୍ପ ଦେୟ ବାବଦକୁ ୧୦ ଟଙ୍କାରୁ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking