29.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ପୁରୀ, ଯାଜପୁରରେ ମେଡିକାଲ କଲେଜ

ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ପୁରୀ, ଯାଜପୁରରେ ମେଡିକାଲ କଲେଜ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିରେ ପୁରୀ ଓ ଯାଜପୁର ମେଡିକାଲ କଲେଜ ନେଇ କ୍ୟାବିନେଟ ମଂଜୁରୀ ମିଳିଛି । ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ହେବ । ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ଖର୍ଚ୍ଚ ହେବ । ଯାଜପୁରରେ ୧୦୦ ସିଟ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ ନିର୍ମାଣ ହେବ । ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୪୨୬ କୋଟି ୫୧ ଲକ୍ଷ । ଉଭୟ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ସରିବ । ଅନ୍ୟପଟେ ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ଅଧ୍ୟାଦେଶକୁ ବି କ୍ୟାବିନେଟ ମଂଜୁରୀ ମିଳିଛି । ମନ୍ଦିର ପରିଚାଳନା ଏକ କମିଟିକୁ ଦେବା ନେଇ ଅଧ୍ୟାଦେଶରେ ବ୍ୟବସ୍ଥା କରାଯିବ । ଖାଲି ଏତିକି ନୁହେଁ, ଅଧ୍ୟାଦେଶରେ ମନ୍ଦିର ସୁପରିଚାଳନା ନେଇ ବିସ୍ତୃତ ବ୍ୟବସ୍ଥା କରାଯିବ । ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା କରାଯିବ । କମିଟିର ଦାୟିତ୍ୱ ଓ କ୍ଷମତା, ମନ୍ଦିର ସଂପତ୍ତି ସୁରକ୍ଷା ନେଇ ବି ବ୍ୟବସ୍ଥା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking