38.1 C
Bhubaneswar
Friday, April 26, 2024
Homeରାମ ନବମୀ-୨୦୨୩ଶ୍ରୀରାମଙ୍କର ଏହି ମନ୍ତ୍ର ଜପିବା ଦ୍ୱାରା ଦୁର ହୋଇଥାଏ ସମସ୍ତ ସଂକଟ

ଶ୍ରୀରାମଙ୍କର ଏହି ମନ୍ତ୍ର ଜପିବା ଦ୍ୱାରା ଦୁର ହୋଇଥାଏ ସମସ୍ତ ସଂକଟ

ଚୈତ୍ର ନବରାତ୍ରୀର ନବମ ଦିନକୁ ନବମି ତିଥି କୁହାଯାଏ । ଧାର୍ମିକ ଏବଂ ପୌରାଣିକ କାହାଣୀ ଅନୁଯାୟୀ ଭଗବାନ ଶ୍ରୀରାମ ଏହି ଶୁଭ ଦିନରେ ଜନ୍ମଗ୍ରହଣ କରିଥିଲେ । ଏହି ଦିନ ଭଗବାନ ଶ୍ରୀ ରାମଙ୍କୁ ପୂଜା କରିବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ, କିଛି ବିଶେଷ ମନ୍ତ୍ର ଜପ କରିବା ଦ୍ୱାରା ଜୀବନର ସମସ୍ୟା ଦୂର ହୋଇ ଘରେ ସୁଖର ଆଗମନ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ସେହି ବିଶେଷ ମନ୍ତ୍ର ।
‘ରାମ’ :କୁହାଯାଏ ଯେ ରାମ ନାମ ହେଉଛି ସବୁଠାରୁ ବଡ଼ ଏବଂ କଲ୍ୟାଣକାରୀ ମନ୍ତ୍ର । ତେଣୁ, ପ୍ରତିଦିନ ରାମଙ୍କ ନାମ ଜପ କରିବା ଦ୍ୱାରା ଜୀବନର ଅସୁବିଧା ଦୂର ହୋଇଥାଏ । ତେଣୁ ରାମନବମୀ ଶୁଭ ଦିନରେ, ନିଜର ଇଚ୍ଛା ଅନୁଯାୟୀ କିଛି ସମୟ ପାଇଁ ରାମ ନାମ ଜପ କରନ୍ତୁ ।
‘ଓଁ ଜାନକୀ ବଲ୍ଲଭାୟ ସ୍ୱାହା’ :ରାମ ନବମୀ ଶୁଭ ଦିନରେ ଏହି ମନ୍ତ୍ରକୁ ନିଶ୍ଚିତ ଭାବରେ ଜପ କରନ୍ତୁ । ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ପ୍ରଭୁ ଶ୍ରୀରାମ ଏବଂ ଦେବୀ ସୀତାଙ୍କର ଆର୍ଶୀବାଦ ମିଳିଥାଏ ।
‘ଓଁ ରାଂ ରାମାୟ ନମଃ’ :ରାମ ନବମୀ ବିଶେଷ ଅବସରରେ ଏହି ମନ୍ତ୍ରକୁ ପବିତ୍ର ମନରେ ଜପ କରନ୍ତୁ । ଏହା ଦ୍ୱାରା ଜୀବନର ସଂକଟ ଦୁର ହୋଇଥାଏ ।
‘ଓଁ ରାମଭଦ୍ରାୟ ନମଃ’ :ଭଗବାନ ରାମଙ୍କର ଏହି ଶକ୍ତିଶାଳୀ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହା ଦ୍ୱାରା ଜୀବନ ଏବଂ କାର‌୍ୟ୍ୟରେ ଆସୁଥିବା ସମସ୍ୟା ଦୁର ହୋଇଥାଏ । ଏଥିସହିତ ଶ୍ରୀ ରାମଙ୍କର ଅସୀମ କୃପା ମିଳିଥାଏ ।
‘ଓଁ ରାମଚନ୍ଦ୍ରାୟ ନମଃ’ :ପ୍ରଭୁ ଶ୍ରୀରାମଙ୍କର ଏହି ମନ୍ତ୍ରକୁ ଜପିବା ଦ୍ୱାରା ଘରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ବଢିଥାଏ । ଗର ଏବଂ ପରିବାର ଉପରେ ପ୍ରଭୁଙ୍କର ଅସିମ କୃପା ରହିଥାଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking