29.1 C
Bhubaneswar
Monday, May 6, 2024
Homeବିଜିନେସ୍୨୦୭୫ ସୁଦ୍ଧା ଭାରତୀୟ ଅର୍ଥନୀତି ୨ୟକୁ ଉନ୍ନୀତ ହେବ

୨୦୭୫ ସୁଦ୍ଧା ଭାରତୀୟ ଅର୍ଥନୀତି ୨ୟକୁ ଉନ୍ନୀତ ହେବ

ନୂଆଦିଲ୍ଲୀ: ଗୋଲଡ୍‌ମ୍ୟାନ୍ ସାଚ୍ ରିସର୍ଚ୍ଚ ସଂସ୍ଥାର ସର୍ଭେ ରିପୋର୍ଟ ଅନୁଯାୟୀ ୨୦୭୫ ମସିହା ସୁଦ୍ଧା ଆମେରିକାକୁ ପଛରେ ପକାଇ ଭାରତର ଅର୍ଥନୀତି ବିଶ୍ୱରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବ । ବର୍ତ୍ତମାନ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିଭାବେ ମାନ୍ୟତାଲାଭ କରୁଛି । ଆମେରିକାର ଏହି ତାଲିକାର ଶୀର୍ଷରେ ଥିବାବେଳେ ଚୀନ୍‌, ଜାପାନ ଓ ଜର୍ମାନୀ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି । ଆଗାମୀ ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତର ୧୪୨ କୋଟି ଲୋକ ହିଁ ଦେଶର ଅର୍ଥନୀତିକୁ ଆହୁରି ଊର୍ଦ୍ଧ୍ୱରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଜନସଂଖ୍ୟା ବୃଦ୍ଧିର ଫାଇଦା ଉଠାଇବା ସହ ଭାରତ କିନ୍ତୁ ପ୍ରତିଭାବାନ କର୍ମଚାରୀଙ୍କୁ ଉଚିତ ତାଲିମ ପ୍ରଦାନ ଉପରେ ଗୁରୁତ୍ୱ ଦେବା ଜରୁରୀ ବୋଲି କୁହାଯାଇଛି । କର୍ମଚାରୀଙ୍କ ଦକ୍ଷତାରେ ଉନ୍ନତି ଘଟିଲେ ଏହା ଶ୍ରମ ଓ ପୁଞ୍ଜି ଉପରେ ଆଖିଦୃଶିଆ ଫଳ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ଭାରତୀୟ ଅର୍ଥନୀତିକୁ ଦ୍ୱିତୀୟ ସ୍ଥାନରେ ପହଞ୍ଚାଇବାକୁ ହେଲେ ପୁଞ୍ଜି ବିନିଯୋଗ ପ୍ରସଙ୍ଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆୟ ବୃଦ୍ଧି ଏବଂ ବଳିଷ୍ଠ ଫାଇନାନ୍ସିଆଲ ସେକ୍ଟର ଯୋଗୁଁ ଭାରତରେ ସଞ୍ଚୟ ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଫଳରେ ଲୋକେ ବଳକା ଅର୍ଥକୁ ସେୟାର ମାର୍କେଟରେ ବିନିଯୋଗ କରିବାର ଅଧିକ ସୁଯୋଗ ପାଇବେ ।

ବ୍ୟାଙ୍କ ଓ ଘରୋଇ କମ୍ପାନୀଗୁଡିକର ସୁସ୍ଥ ବାଲାନ୍ସ ସିଟ୍‌କୁ ଆଧାର କରି ଭାରତରେ ଘରୋଇ ପୁଞ୍ଜି ବିନିଯୋଗ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ମଧ୍ୟ ରିପୋର୍ଟରେ କୁହାଯାଇଛି । ଭାରତର ଯୁବଗୋଷ୍ଠୀ ମଧ୍ୟ ଅର୍ଥନୀତିକୁ ନୂତନ ଶିଖରରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ଗୋଲଡ୍‌ମ୍ୟାନ୍ ସାଚ୍ ରିସର୍ଚ୍ଚ ସଂସ୍ଥା ସହ ଜଡିତ ଭାରତୀୟ ଅର୍ଥନୀତିଜ୍ଞ ଶାନ୍ତନୁ ସେନଗୁପ୍ତ କହିଛନ୍ତି । ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ଉତ୍ପାଦନ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବା ସହ ସେବା (ସର୍ଭିସ) ହାର ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଚାଲିବ । ତେବେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦକ୍ଷ କର୍ମଚାରୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯିବା ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ଭାରତରେ ବ୍ୟାପକ ଡିଜିଟାଲକରଣ, ଇଣ୍ଟରନେଟ୍‌ର ପରିସୀମା ବୃଦ୍ଧି ଏବଂ ଆଧାରକାର୍ଡର ବହୁଳ ପ୍ରଚଳନ ଏହି ଅସୁବିଧାକୁ ଦୂର କରିବାରେ ସହାୟକ ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking