39.1 C
Bhubaneswar
Friday, April 26, 2024
Homeଅପରାଧଫେସବୁକରେ ଠକାମୀର ଶିକାର ହେଲେ ବ୍ୟବସାୟୀ, ୧୦ କୋଟି ଟଙ୍କା ଲୋଭରେ ହରାଇଲେ ୨ କୋଟି

ଫେସବୁକରେ ଠକାମୀର ଶିକାର ହେଲେ ବ୍ୟବସାୟୀ, ୧୦ କୋଟି ଟଙ୍କା ଲୋଭରେ ହରାଇଲେ ୨ କୋଟି

ବ୍ୟୁରୋ: ପ୍ରତିଦିନ ଲୋକମାନେ ସାଇବର ଠକାମୀର ଶିକାର ହେଉଛନ୍ତି । ମେସେଜ, ହ୍ୱାଟସଆପ ଏବଂ ଇମେଲ ମାଧ୍ୟମରେ ସାଇବର ଠକଙ୍କ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ତେବେ ଏଭଳି ଏକ ସମାନ ଘଟଣା ଫେସବୁକରେ ହୋଇଥିବା ଜଣା ପଡ଼ିଛି । ସାଇବର ଠକ ଫେସବୁକରେ ୧୦ କୋଟି ଟଙ୍କାର ଲୋଭ ଦେଖାଇ ଜଣେ ବ୍ୟବସାୟୀଙ୍କ ବ୍ୟାଙ୍କ ଖାତାରୁ ଦୁଇ କୋଟି ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ତେଲେଙ୍ଗାନାର ଏକ ଫ୍ରଡ କମ୍ପାନୀ ବ୍ୟବସାୟରେ ନିବେଶ କରିବା ବଦଳରେ ଅଧିକ ଟଙ୍କା ଫେରସ୍ତ କରିବାର ଲୋଭ ଦେଖାଇ ଲୁଟ କରିଥିବା ସୂଚନା ମିଳିଛି । ବ୍ୟବସାୟୀ ଜଣଙ୍କ ସାଇବର ଠକାମୀର ଶିକାର ହୋଇ ଦୁଇ କୋଟି ଟଙ୍କା ନିବେଶ । ସୂଚନା ଅନୁଯାୟୀ, ମାର୍ଚ୍ଚ ୬ରୁ ୧୭ ମେ ମଧ୍ୟରେ ହୋଇଥିବା କ୍ରିପ୍ଟୋକରେନ୍ସି ସମୟରେ ସେ ଦୁଇ କୋଟି ଟଙ୍କା ନିବେଶ କରିଥିଲେ ।

ବ୍ୟବସାୟୀ ଜଣଙ୍କ ଫେସବୁକରେ ଆସିଥିବା ବିଟକଏନ ଟ୍ରେଡିଙ୍ଗ ବିଜ୍ଞାପନ ଦେଖି ଏହି ନିବେଶ କରିଥିଲେ । ବ୍ୟବସାୟୀଙ୍କ ଫେସବୁକରେ ବିଟକଏନ ୱେବସାଇଟର ଲିଙ୍କ ଆସିଥିଲା । ବିଜ୍ଞାପନରେ ନିବେଶ ଟଙ୍କାର ଅଧିକ ଟଙ୍କା ଫେରସ୍ତ ହେବା ପାଇଁ ଦାବି କରାଯାଇଥିଲା । ବ୍ୟବସାୟୀ ଲିଙ୍କ ଉପରେ କ୍ଲିକ କରିବା ପରେ ୱେବସାଇଟ ତରଫରୁ ରେଜିଷ୍ଟ୍ରେସନ ପାଇଁ ଲିଙ୍କ ଆସିଥିଲା । ରେଜିଷ୍ଟ୍ରେସନ ପରେ ବ୍ୟବସାୟୀ ଜଣଙ୍କ କମ୍ପାନୀର ଆପ ଡାଉନଲୋଡ କରିଥିଲେ । ରେଜିଷ୍ଟ୍ରେସନ ପରେ ହ୍ୱାଟସଆପରେ କମ୍ପାନୀ ତରଫରୁ ଟଙ୍କା ନିବେଶ ପାଇଁ ଟିପ୍ସ ଆସିଥିଲା । କମ୍ପାନୀ ଦେଇଥିବା ଟିପ୍ସ ଅନୁଯାୟୀ ବ୍ୟବସାୟୀ ମାର୍ଚ୍ଚ ୬ରୁ ମେ ୧୭ ତାରିଖ ମଧ୍ୟରେ ୨୦.୬ କୋଟି ଟଙ୍କା ନିବେଶ କରି ଠକାମୀର ଶିକାର ହୋଇଥିଲେ । ବ୍ୟବସାୟୀ ବ୍ୟାଙ୍କରୁ ଋଣ ନେଇ ଏହି ୱେବସାଇଟରେ ଟଙ୍କା ନିବେଶ କରିଥିଲେ । ସେ ୨ କୋଟି ଟଙ୍କା ନିବେଶ କରି ୧୦ କୋଟି ଟଙ୍କା ଫେରସ୍ଥ ପାଇବାର ଆଶା ନେଇ ଏପରି କରିଥିବା ପୋଲିସ ନିକଟରେ କହିଛନ୍ତି । ୱେବସାଇଟରେ ମଧ୍ୟ ଏଭଳି ଦାବି କରାଯାଇଥିଲା । ତେବେ ବ୍ୟବସାୟୀଙ୍କ ଅଭିଯୋଗକ୍ରମେ ସାଇବର କ୍ରାଇମ ବ୍ରାଞ୍ଚ ତରଫରୁ ଘଟଣାର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking