32.1 C
Bhubaneswar
Saturday, May 4, 2024
Home2023- ବଜେଟ୍ବଜେଟ୍ ୨୦୨୩-୨୪: ମଧ୍ୟବିତ୍ତଙ୍କୁ ଦିଆଯିବ ବିଶେଷ ଧ୍ୟାନ: ଅର୍ଥମନ୍ତ୍ରୀ

ବଜେଟ୍ ୨୦୨୩-୨୪: ମଧ୍ୟବିତ୍ତଙ୍କୁ ଦିଆଯିବ ବିଶେଷ ଧ୍ୟାନ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସାଧାରଣ ବଜେଟ୍ ୨୦୨୩-୨୪ରେ କେନ୍ଦ୍ର ସରକାର ଚଳିତଥର ମଧ୍ୟବିତ୍ତଙ୍କୁ ବିଶେଷ ଧ୍ୟାନ ଦିଆଯିବ। ଖୋଦ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି କଥା କହିଛନ୍ତି। ସାଧାରଣ ବଜେଟ୍ ଉପସ୍ଥାପନର ଦୁଇ ସପ୍ତାହ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଡ଼ କଥା କହିଛନ୍ତି। ଅର୍ଥମନ୍ତ୍ରୀ ରବିବାର କହିଛନ୍ତି ଯେ ସେ ମଧ୍ୟବିତ୍ତଙ୍କ ଚାପ ବୁଝନ୍ତି। ଏହାସହିତ ସେ ସ୍ମରଣ କରାଇ ଦେଇଛନ୍ତି ଯେ ବର୍ତ୍ତମାନର ସରକାର ମଧ୍ୟବିତ୍ତଙ୍କ ଉପରେ କୌଣସି ନୂଆ ଟିକସ ଲାଗୁ କରିନାହାଁନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଫେବୃଆରୀ ପହିଲାରେ ନିର୍ମଳା ଲୋକସଭାରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଆଶା କରାଯାଉଛି ଯେ ସରକାର ଏହି ବଜେଟରେ ଆୟକର ସୀମାରେ ବୃଦ୍ଧି ଘଟାଇପାରନ୍ତି। ଏହାସହ ମଧ୍ୟବିତ୍ତ ଟିକସଦାତାଙ୍କୁ ଏଥିରେ କିଛି ଆରାମ ପ୍ରଦାନ କରିବେ। ଅର୍ଥମନ୍ତ୍ରୀ ଆରଏସଏସ ସହିତ ଜଡିତ ସାପ୍ତାହିକ ପତ୍ରିକା ‘ପଞ୍ଚଜନ୍ୟ’ର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ସେ ମଧ୍ୟ ମଧ୍ୟବିତ୍ତ ବର୍ଗରୁ ଆସିଛନ୍ତି। ତେଣୁ ସେ ମଧ୍ୟବିତ୍ତଙ୍କ ଚାପ ବୁ ଝିପାରିବେ। ସେ କହିଛନ୍ତି ଯେ ସେ ନିଜକୁ ମଧ୍ୟବିତ୍ତ ବୋଲି ଭାବନ୍ତି, ତେଣୁ ସେ ଏହା ବୁ ଝନ୍ତି। ଏଥିସହ ସେ ମନେପକାଇ ଦେଇଛନ୍ତି ଯେ ବର୍ତ୍ତମାନର ମୋଦୀ ସରକାର ମଧ୍ୟବିତ୍ତଙ୍କ ଉପରେ କୌଣସି ନୂଆ ଟିକସ ଲଗାଇ ନାହାଁନ୍ତି। ସେ କହିଛନ୍ତି ଯେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଆୟକରରୁ ମୁକ୍ତ। ସୀତାରମଣ କହିଛନ୍ତି ଯେ ସରକାର ୨୭ ଟି ସହରରେ ମେଟ୍ରୋ ରେଳ ନେଟୱାର୍କର ବିକାଶ ଏବଂ ବ୍ୟବସାୟ କରିବାରେ ସହଜତା ପାଇଁ ୧୦୦ ଟି ସ୍ମାର୍ଟ ସିଟି ତିଆରି କରିବା ଭଳି ଅନେକ ପଦକ୍ଷେପ ନେଇଛନ୍ତି। ସରକାର ୨୦୨୦ ରୁ ପ୍ରତ୍ୟେକ ବଜେଟରେ ପୁଞ୍ଜି ବ୍ୟୟ ବୃଦ୍ଧି କରୁଛନ୍ତି। ଚଳିତ ଆର୍ଥିକବର୍ଷ ପାଇଁ ଏହାକୁ ୩୫ ପ୍ରତିଶତ ବୃଦ୍ଧି କରି ୭.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କାରଣ ଏହା ଅର୍ଥନୀତି ଉପରେ ସକରାତ୍ମକ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking