28.1 C
Bhubaneswar
Friday, April 26, 2024
Homeଅପରାଧପାରିବାରିକ କଳହର କରୁଣ ପରିଣତି : ନିଆଁରେ ପୋଡ଼ି ହୋଇ ନବବଧୂର ମୃତ୍ୟୁ

ପାରିବାରିକ କଳହର କରୁଣ ପରିଣତି : ନିଆଁରେ ପୋଡ଼ି ହୋଇ ନବବଧୂର ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମର ମହାନ୍ତ ସାହୀରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ଏହି ପରିବାରରେ ଜଣେ ନବବଧୂୁ ନିଆଁରେ ପୋଡି ହୋଇ ପ୍ରାଣ ହରାଇଛନ୍ତି । ମହିଳା ଜଣକ ହେଲେ ଲିନାରାଣୀ ମହାନ୍ତ ବୋଲି ଜଣାପଡିଛି । ଏହି ଘଟଣା ଜଣା ପଡିବା ପରେ ଝୁମ୍ପୁରା ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ନବବଧୂଙ୍କ ମା’ ଦମୟନ୍ତୀ ମହାନ୍ତ, ପରିବାରର ସମସ୍ତେ ମିଶି ମୋ ଝିଅକୁ ମାରି ଦେଇଥିବା ନେଇ ଝୁମ୍ପୁରା ଥାନାରେ ଅଭିଯୋଗ କରିଛନ୍ତ ।
ସୂଚନା ଅନୁଯାୟୀ, ଚମ୍ପୁଆ ଥାନା ଅଞ୍ଝଳ ଅନ୍ତର୍ଗତ ରାଇଗୁଡି ଗ୍ରାମବାସିନ୍ଦା ଲିନା ମହାନ୍ତଙ୍କର ୯ ମାସ ପୂର୍ବରୁ ଅର୍ଶଳା ଗ୍ରାମର କୁନାଲ ମହାନ୍ତଙ୍କ ସହିତ ବିବାହ ହୋଇଥିଲା । ମୃତ ଲିନା ମହାନ୍ତ ୫ ମାସର ଗର୍ଭବତୀ ଥିଲେ । ସୋମବାର ରାତ୍ରୀରେ ପାରିବାରିକ କଳହକୁ ନେଇ କବାଟ ବନ୍ଦ ଥିବା ଘରେ ଲୀନା ଶୋଇଥିବା ଅବସ୍ଥାରେ ଘର ଭିତରେ ନିଆଁ ଜଳୁଥିବା ଦେଖାଯାଇଥିଲା । ଗ୍ରାମବାସୀ କବାଟ ଭାଙ୍ଗି ଘରେ ପଶିବା ବେଳକୁ ଲିନାଙ୍କ ଶରୀର ସମ୍ପର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଝୁମ୍ପୁରା ଥାନାକୁ ଖବର ଦିଆଯାଇଥିଲା ।
ଲୀନାଙ୍କ ବାପ ଘରକୁ ଖବର ଦିଆଯିବା ପରେ ମଧ୍ୟାହ୍ନ ସମୟରେ ଲୀନାଙ୍କ ମା’ ଏବଂ ଭାଇ ଆସି ଝୁମ୍ପୁରା ଥାନାରେ ଏତଲା ଦେଇଥିଲେ । ଏତଲା ପରେ ଥାନାଧିକାରୀ ବିରଚିଂ ବାଗ ଏକ ମାମଲା ରୁଜୁ କର ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିବା ବେଳେ, ଥାନାଧିକାରୀ ବିରଚିଂ ବାଗଙ୍କ ସହିତ ପୋଲିସ କର୍ମଚାରୀ, ମାଜିଷ୍ଟ୍ରେଟ ଦାୟୀତ୍ୱରେ ଥିବା ଝୁମ୍ପୁରା ଅତିରିକ୍ତ ତହସିଲଦାର କ୍ରେସେନିଆ ତିର୍କି ଉପସ୍ଥିତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking