39.1 C
Bhubaneswar
Friday, April 26, 2024
Homeଓଡିଶାଓଡ଼ିଶା ମୋ ପରିବାର ତରଫରୁ ୮୨ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଶା ମୋ ପରିବାର ତରଫରୁ ୮୨ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର : ଆଗକୁ ମୁଣ୍ଡ ଫଟା ଖରା ଆସୁଛି । ପ୍ରବଳ ତାପରେ ଲୋକଙ୍କ ହିମୋଗ୍ଲୋବିନ କମିଯିବାବେଳେ ରକ୍ତ ର ଘୋର ଅଭାବ ଦେଖିବାକୁ ମିଳେ । ବଲାଙ୍ଗିର ରେ ରୋଗୀଙ୍କ ପାଇଁ ରକ୍ତଭାଵ ଯେପରି ନହେବ ସେହି ଉଦ୍ଦେଶ୍ୟରେ ଆଜି ଓଡିଶା ମୋ ପରିବାର ଆନୁକୁଲ୍ଯ ରେ ଭୀମଭୋଇ ମେଡିକାଲ କଲେଜ ହସପିଟାଲ ର ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଓଡ଼ିଶା ମୋ ପରିବାର ସଂଯୋଜକ ସାଗର ସଂଗମ ଶତପଥୀଙ୍କ ନେତୃତ୍ବ ରେ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଙ୍କ ଆହ୍ବାନ କ୍ରମେ ଗ୍ରୀଷ୍ମ ଋତୁ ସମୟରେ ରକ୍ତ ର ଅଭାବ ଯେଭଳି ନହେବ ତାକୁ ଦୃଷ୍ଟି ରେ ରଖି ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଏହି ରକ୍ତଦାନ ଶିବିର ଆୟୋଜନ କରିଥିବା ସୂଚନା ଦେଇଛନ୍ତି ।

ବଲାଙ୍ଗିର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଶତପଥୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିର ରେ ବିଜେଡିର ବରିଷ୍ଠ କର୍ମକର୍ତ୍ତା ଶିବ ପ୍ରସାଦ ବେହେରା ନରସିଂହ ବାଗ ମୁନା ଖାନ ରାମ ନାଏକ ନିହାର ରଂଜନ ସ୍ବାଇଁ ସନ୍ତୋଷ ଦନ୍ତା ନିତେଶ ଅଗ୍ରୱାଲ ଗୋବିନ୍ଦ ଶତପଥି ଶତୃଘନ ବାଗ ଅରୁଣ ମହାକୁର ଫନି ଶତପଥି ଦିପକ ପଣ୍ଡା ବଣ୍ଟି ଚାନ୍ଦ ବେଞ୍ଜାମିନ କିରୋ ବିଭୂତି ଭୂଷଣ ମିଶ୍ର ସହଯୋଗ କରିଥିବା ବେଳେ ସଇଁତଳା ରେ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ଟୁକୁନି ସାହୁ ଙ୍କ ନେତୃତ୍ବ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ତେବେ ବଲାଙ୍ଗୀର ଶିବିର ରେ ସମୁଦାୟ ୩୧ ଜଣ ଓ ସଇଁ ତଲା ଠାରେ ୫୧ ଜଣ ରକ୍ତ ଦାନ କରିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking