35.1 C
Bhubaneswar
Thursday, May 7, 2026
Homeଓଡିଶା୯ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଦୁର୍ଘଟଣାଗ୍ରସ୍ତ

୯ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ଦୁର୍ଘଟଣାଗ୍ରସ୍ତ

ହମିରପୁର: ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଯାଛି। କୁରାରା ଥାନା ଅନ୍ତର୍ଗତ କୁତୁବପୁର ଗ୍ରାମ ନିକଟରେ ଯମୁନା ନଦୀରେ ୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିବାରୁ ଏପର୍ଯ୍ୟନ୍ତ ଜଣେ ମହିଳାଙ୍କ ସମେତ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜମାନଙ୍କୁ ଖୋଜାଖୋଜି ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ପ୍ରଶାସନିକ ସୂତ୍ରରୁ ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଦେଶରାଜ ନିଷାଦଙ୍କ ଘରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ବିଷ୍ଣୁ ନିଷାଦ, ତାଙ୍କ ପତ୍ନୀ ଓ ୭ ଜଣ ପିଲାଙ୍କ ସହ ନଦୀ ପାର୍ ହୋଇ ଯାଉଥିଲେ। ଏହି ସମୟରେ ନଦୀର ମଝି ଭାଗରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବିଷ୍ଣୁ ନିଷାଦ ଓ ଜଣେ ଶିଶୁ ପହଁରି କୂଳକୁ ଆସିଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଅନ୍ୟ ଜଣେ ଶିଶୁକୁ ଉଦ୍ଧାର କରିଥିଲେ। ତେବେ ବାକି ୬ ଜଣ ନଦୀ ସ୍ରୋତରେ ଭାସି ଯାଇଥିଲେ। ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ଗୋୟଲଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ବୁଡ଼ାଳିଙ୍କ ସାହାଯ୍ୟରେ ତଲାସୀ ଅଭିଯାନ ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ଥିବା ଅନ୍ୟ ଚାରିଜଣ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking