ରାୟଗଡା: ପାଣି ପାଇଁ ରାସ୍ତାରୋକ । ବାଲଟି ଧରି ରାସ୍ତାରେ ବସିଲେ ମହିଳା । ରାୟଗଡା କାଶୀପୁର ବ୍ଲକ ଦୁଡୁକା ବାହଲ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ମହିଳାଙ୍କ ରାସ୍ତାରୋକ ଯୋଗୁଁ ରାସ୍ତାର ଦୁଇ ପାଶ୍ୱର୍ରେ ଅନେକ ଗାଡି ଅଟକି ରହିଥିଲା କାଶୀପୁର ରାୟଗଡାକୁ ଯୋଗାଯୋଗ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିଲା । ଦୁଡୁକାବହଲ ଠାରେ ଥିବା ନଳକୂପରୁ ଆବଶ୍ୟକ ପରିମାଣର ପାନୀୟଜଳ ବାହାରୁନଥିବା ବେଳେ ଆଉ କିଛି ଖରାପ ହୋଇଯାଇଛି । ୧୫ରୁ ୨୦ ଦିନ ଧରି ପାନୀୟ ଜଳ ନପାଇ ହଇରାଣ ହେଉଥିବା ଅଭିଯୋଗ ପରେ ବି ବିଭାଗୀୟ ଅଧିକାରୀ ଚୁପ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଶେଷରେ ଆଜି ରାସ୍ତାରେ ଗରା, ବାଲଟି ରଖି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଛି ।










