29.1 C
Bhubaneswar
Friday, July 11, 2025
Homeଓଡିଶାପିପିଲିରେ ପହଁଚିଲା ପଦଯାତ୍ରା

ପିପିଲିରେ ପହଁଚିଲା ପଦଯାତ୍ରା

ପୁରୀ: ପୁରୀଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରାୟ 80 ରୁ ଉର୍ଦ୍ଧ ବିଜେପି କର୍ମୀ ପଦଯାତ୍ରା କରିଥିବା ବେଳେ କୋଭିଡ 19 ଗାଇଡ଼ଲାଇନ ଅନୁସାରେ ପଥ ଅତିକ୍ରମ କରୁଛନ୍ତି । ପ୍ରତ୍ୟେକ ବଜାର ଛକ ମାନଙ୍କରେ ଜନସାଧାରଣ ଦୃଢ଼ ସମର୍ଥନ ଜଣାଇବା ସହ ଫୁଲମାଳା ଓ ଫୁଲତୋଡ଼ା ଦେଇ ପଦଯାତ୍ରିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବଗଲା ଧର୍ମଶାଳା ଜମି ବିକ୍ରୀକୁ ବିରୋଧ କରି ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଗତ ୨୭ ଦିନ ଧରି ଧର୍ମଶାଳା ସମ୍ମୁଖରେ ଧାରଣା ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ କୌଣସି ଆଲୋଚନା କିମ୍ବା ବିଚାର ବିମର୍ଶ ନକରିବାରୁ ବିଜେପି ପକ୍ଷରୁ ଗତ କାଲି ସକାଳ ୯ଟା ସମୟରେ ଶ୍ରୀମନ୍ଦିର ସିଂହଦ୍ଵାର ଠାରୁ ପଦଯାତ୍ରା ଆରମ୍ଭ ହୋଇ ନବୀନ ନିବାସ ଅଭିମୁଖେ ବାହାରିଥିଲା । ତେଵେ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରୁ ବିସ୍ଥାପିତ ହୋଇଥିବା 6ଜଣ ଲଜିଂ ମାଲିକଙ୍କ ବିକ୍ରି କବଲାକୁ ରଦ୍ଧ କରିବା ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଲାଗି ପୁରୁଣା ଜେଲ୍ ଜମିକୁ ଡାକ୍ତରଖାନା ସହିତ ମିଶାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ଦିଆଯିବା ଉଦେଶ୍ୟରେ ପଦଯାତ୍ରା ଜାରୀ ରହିଛି । ଏହି ପଦଯାତ୍ରାରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହ ପ୍ରଭଞ୍ଜନ ମହାପାତ୍ର, ଜନ୍ମେଜୟ ଜେନା, ଅଜୟ ପ୍ରଧାନ ସମେତ ବହୁ ବିଜେପି କର୍ମୀ ସାମିଲ ହୋଇଥିଲେ । ପିପିଲି ମଙ୍ଗଳପୁର ଠାରୁ ଅଧିକରୁ ଅଧିକ ଜନସାଧାରଣ ଏହି ପଦଯାତ୍ରାରେ ସାମିଲ ହୋଇଥିବା ଦେଖା ଯାଇଥିଲା ! ପିପିଲି ଚାନ୍ଦୁଆ ବଜାର ଅତିକ୍ରମ କରିବା ସମୟରେ ବହୁଳ ସମର୍ଥନ ମିଳିଥିବା ଦେଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking