29.1 C
Bhubaneswar
Thursday, July 17, 2025
Homeଓଡିଶାଦେବଦୁତ ସାଜି ସାହାଯ୍ୟର ହାତ ବଢାଇଲେ କ୍ଲବ ଦି ୟୁଥ୍ ମାସର ସଦସ୍ୟ

ଦେବଦୁତ ସାଜି ସାହାଯ୍ୟର ହାତ ବଢାଇଲେ କ୍ଲବ ଦି ୟୁଥ୍ ମାସର ସଦସ୍ୟ

ଯାଜପୁର : ଆଜି ବ୍ୟାସନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଥିଲା । କିଛିଦିନ ହେବ ଏକ ବୃଦ୍ଧାକୁ କିଏ 108 ମାଧ୍ୟମରେ ଆଣି ଯାଜପୁର ରୋଡ଼ ମେଡିକାଲ୍ ରେ ଛାଡି ଯାଇଛନ୍ତି ଆଉ ସେହି ଦିନରୁ କେହି ଥରେବି ଦେଖିବାକୁ ଆସି ନାହାନ୍ତି । ଏହି ଖବର ଡାକ୍ତର ଫୋନ୍ ଯୋଗେ ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚଛାସେବୀ ଅନୁଷ୍ଠାନ (କ୍ଲବ ଦି ୟୁଥମାସ )ର ଯୁବ ସମାଜସେବୀ ରାଜେଶ୍ କୁମାର ରାଉତ (ଟିକିନା ଭାଇ )ଙ୍କୁ ଜଣାଇ ଥିଲେ। ଏହି ନିରାଶ୍ରୟ ବୃଦ୍ଧାଙ୍କ ଖବର ପାଇ ସେହି ଦିନରୁ ରାଜେଶ୍ ତୁରନ୍ତ ମେଡ଼ିକାଲ ଆସି ବୃଦ୍ଧାଙ୍କୁ ଭେଟି ସଫାସୂତର କରି ସବୁଦିନ କିଛି ଫଳରସ, ଶୁଖିଲା ଖାଦ୍ୟ ଆଣି ଦେଉଥିଲେ। ଏହାପରେ ଆଜି ରାଜେଶ ବୃଦ୍ଧ ଜଣଙ୍କୁ ଏକ ବୃଦ୍ଧା ଆଶ୍ରମକୁ ନେବାପାଇଁ ଯୋଗାଯୋଗ କରୁଥିବା ସମୟରେ ବୃଦ୍ଧା ଜଣଙ୍କ ସହ ଜଣେ ବ୍ୟକ୍ତି କଥା ହେବାର ଦେଖି ରାଜେଶ୍ ତାଙ୍କୁ ଡାକି ତାଙ୍କର ପରିଚୟ ମାଗିଥିଲେ। ସେ ତାଙ୍କର ପୁଅ ବୋଲି ପରିଚୟ ଦେଇଥିଲେ କିନ୍ତୁ ରାଜେଶ୍ ତାଙ୍କ ପୁଅକୁ କହିଲେ ତୁମ ବାପାଙ୍କୁ ଘରକୁ ନନେଇ ଏହି ମେଡିକାଲ୍ ରେ ପକାଇ ରଖିଛ କଣ ପାଇଁ? ରାଜେଶ୍ ଙ୍କର ଏତିକି ପଦେ କଥାରୁ ପୁରା କ୍ଷୁବ୍ଧ ହୋଇ ସମ୍ପୂର୍ଣ କଥା କହିଥିଲେ ତାଙ୍କ ପୁଅ। କହିଲେ ଇଏ ମୋ ବାପା ତାଙ୍କ ନାମ ପରମେଶ୍ବର ବାରିକ୍ ବୟସ ୭୮ମୋ ନାମ ପବିତ୍ର ବାରିକ। ଆମ ଘର କୋରେଇ ବ୍ଲକ ଅନ୍ତର୍ଗତ ଅମ୍ବୃତିଆ ଗ୍ରାମରେ। ମୋ ବାପା ମତେ ୧୩ ବର୍ଷ ବୟସରେ ଜଣେ ଡାକ୍ତର ଙ୍କୁ ବିକି ଦେଇଥିଲେ। ମୋ ମା କୁ ଘରୁ ବାହାର କରିଦେଇଥିଲେ ଓ ଆମେ ରହୁଥିବା ଘର କୁ ବିକିଦେଇ ଥିଲେ ମୁଁ ସେହି ଡାକ୍ତର ଙ୍କ ଠାରୁ ଲୁଚିକି ପଳେଇ ଆସିବା ପରେ ମୋ ମକୁ ନେଇ ରହୁଥିଲୁ ମୁଁ ଏବେ ଯାଜପୁର ରୋଡ ରେଳ ଷଟେସନରେ ହକରିଂ କରି ଚଳୁଛି। ମୋ ରୋଗରେ ପଡି ମରିଗଲା ମୋ ବାପା ମା କୁ କୌଣସି ସାହାଯ୍ୟ କରିନଥିଲା ଏବେ ମୋ ବାପା ଏକ ଜଳଖିଆ ଦୋକାନ ରେ କାମ କରି ଚଳୁଥିଲା କେବେଠାରୁ କରୋନା ପାଇଁ ଲକ୍ ଡାଉନ୍ ହେଲାଣି ସେବେଠାରୁ ମୋ ବାପା ମୋ ପାଖରେ ରହୁଥିଲା କିନ୍ତୁ ବାପାର ଦେହ ଅସୁସ୍ଥ ହେବାରୁ ସ୍ଥାନୀୟ ଲୋକ କରୋନା ଭୟରେ ମେଡିକାଲ୍ କୁ ଆଣିଥିଲି ତେଣୁକରି ଏଠି ଡାକ୍ତର ତାଙ୍କୁ ଦେଖିବା ପରେ ମତେ ଘରକୁ ନେବାକୁ କହିଥିଲେ। କିନ୍ତୁ ମୋର କହିବା କଥା ମୋ ବାପା ମତେ ୪୦ ବର୍ଷ ହେବ ମତେ ବିକିବା ପରେ ମୋର କୌଣସି ସେବା କି ଖର୍ଚ୍ଚ କରିନି ତେଣୁକରି ମୁଁ ଆର୍ଥିକ ସେତେ ସ୍ୱଚ୍ଛଳ ନୁହେଁ ମୋ ବାପାକୁ ଚିକିତ୍ସା କରି ତାକୁ ସେବା ଯୋଗାଇ ପାରି ଵିନି ମୁଁ ଏଠି ଆସି ଶୁଣୁଛି ତୁମେ ଗରିବ ଓ ନିରାଶ୍ରୟ ଲୋକଙ୍କ ର ସେବା କରି ଆସୁଛ ଓ ମୋ ବାପା ର ମଧ୍ୟ ସେବା କରୁଛ ସେଥିପାଇଁ ତୁମକୁ ଧନ୍ୟବାଦ କିନ୍ତୁ ରାଜେଶ୍ ପବିତ୍ରଙ୍କ ଠାରୁ ସବୁ ଖବର ଶୁଣିବା ପରେ କହିଥିଲେ ଯଦି ସେବା କରୁଥିବା ସମୟରେ ତୁମ ବାପାଙ୍କର ମୃତ୍ୟୁ ହୁଏ ତାହେଲେ ତୁମେ କଣ ଚୁପ୍ ବସିବ କି ଏହି କଥା ଶୁଣି ପବିତ୍ର କହିଲେ ମୋର ଟଙ୍କା ନାହିଁ ମୋ ବାପାକୁ ଭଲ କରିପାରିବି ତେଣୁକରି ତୁମକୁ ମୁଁ ଲିଖିତ ଲେଖିକି ଦେଉଛି ମୋ ବାପାର ସେବା ତୁମେ କରିବା ସମୟରେ ମୃତ୍ୟୁ ହେଲେ ମୁଁ ତୁମକୁ କୌଣସି ଦୋଷ ଦେବି ନାହିଁ ମୁଁ ସବୁଥିରେ ସହିଯୋଗ୍ କରିବି ଏହି ଲେଖା ପାଇବା ପରେ ରାଜେଶ୍ ଓ କ୍ଲବ୍ ର ସମସ୍ତ ବେ ସଦସ୍ୟ କଥାହେବା ପରେ ପରେମେସ୍ୱରଙ୍କୁ ସଫାସୁତର କରି ଖାଇବାକୁ ଦେବା ପରେ ଏକ ବୃଦ୍ଧା ଆଶ୍ରମକୁ ନେଇ ଥଇଥାନ କରିଛନ୍ତି । ଏହି ବୟସର ଅପରାହ୍ନରେ ବୃଦ୍ଧ ଲୋକକୁ ତା ଜନ୍ମକରା ପୁଅ ଓ ପରିବାର ସେବା ଯୋଗାଇବା ପରିବର୍ତ୍ତେ ମେଡିକାଲ୍ ରେ ପକାଇ ଚାଲିଯିବା ପରେ ରାଜେଶ୍ ଯେପରି ନିରାଶ୍ରୟ ବୃଦ୍ଧା ଲୋକ ଟି ପାଖରେ ଦେବଦୂତ ପରି ପହଞ୍ଚି ସେବା ଯୋଗାଇ ବା ସହ ଏକ ବୃଦ୍ଧା ଆଶ୍ରମରେ ଥଇଥାନ କରିଛନ୍ତି। ଏହାକୁ ନେଇ ରାଜେଶ୍ କୁ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଝି ବା ସହ ସମସ୍ତଙ୍କର ପ୍ରିୟରପାତ୍ର ମଧ୍ୟ ଶାଝିଚନ୍ତି ଓ ରାଜେଶ୍ ମଧ୍ୟ କହିଛନ୍ତି ପରମେଶ୍ବର ମୋଉସାଙ୍କ ପରି ଦୁଃଖ କାହାକୁ ନ ମିଳୁ। ଏହି ମହତ କାର୍ଯ୍ୟରେ ରାଜେଶ୍ ଙ୍କ ସାଙ୍ଗରେ ରହି ସାହୋଜୋଗ କରିଥିବା ସଦସ୍ୟମାନେ ହେଲେ ସର୍ବଶ୍ରି ରାଜେଶ୍ ରାଉତ, ତବିନ ସାମଲ, ଅଶିତ ଦାସ, ଦେବରାଜ ମହାରଥୀ, ସୌମ୍ୟ ରଞ୍ଜନ ନାୟକ, ବାଦଲ ମୁଖୀ, କାହ୍ନୁ ମୁଖୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking