27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶବିଜେପି ପ୍ରାର୍ଥୀଙ୍କ ଗାଡି ଉପରକୁ ଆକ୍ରମଣ

ବିଜେପି ପ୍ରାର୍ଥୀଙ୍କ ଗାଡି ଉପରକୁ ଆକ୍ରମଣ

କୋଲକାତା: ବଙ୍ଗଳାରେ ୪ର୍ଥ ପର୍ଯ୍ୟାୟ ଭୋଟିଂ ମଧ୍ୟରେ କୃଚବିହାର ଓ ଦକ୍ଷିଣ ୨୪ ପରଗଣା ଭଳି ଭିନ୍ନ ଭିନ୍ନ ସ୍ଥାନରେ ହିଂସା କାଣ୍ଡ ଘଟିଥିବା ସାମ୍ନାକୁ ଆସିଛି । ଅନେକ ସ୍ଥାନରେ ଟିଏମସି କାର୍ଯ୍ୟାକର୍ତ୍ତାଙ୍କ ଉପରେ ଆକ୍ରମଣ ହୋଇଛି । ଘର ପର୍ଯ୍ୟନ୍ତ ମଧ୍ୟ କଥା ଯାଇଛି । ନିର୍ବା ଚନ ମଧ୍ୟରେ ମାରଣାସ୍ତ୍ରର ବ୍ୟବହାର ମଧ୍ୟ ହୋଇଥିବା ଘଟଣା ପରିଲକ୍ଷିତ ହୋଇଛି । ଏମିତି ଘଟଣାକୁ ନେଇ ବିଜେପି ଓ ଟିଏମସି ପରସ୍ପର ମଧ୍ୟରେ ଦୋଷାରୋପ ଜାରି ରଖିଛନ୍ତି ।
ହୁଗୁଳୀର ଚୁଂଚୁରା ସିଟରୁ ବିଜେପି ପ୍ରାର୍ଥୀଙ୍କ ଗାଡି ଉପରକୁ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପାଇଁ ଅଭିଯୋଗ ଟିଏମସି ସମର୍ଥକଙ୍କ ଉପରେ ଲାଗିଛି । ଏହା ମଧ୍ୟରେ ବଙ୍ଗଳା ନିର୍ବାଚନ ନେଇ ଖବର ସଂଗ୍ରହ କରୁଥିବା ମିଡିଆ ଗାଡିଙ୍କ ଉପରେ ପଥର ମାଡ ମଧ୍ୟ ହୋଇଛି । ଏହି ଆକ୍ରମଣରେ ଅନେକ ଗାଡିର କାଚ ଭାଙ୍ଗିଛି ।
କୃଚ ବିହାରର ସିତଲକୁଚୀ ଅଂଚଳରେ ନିର୍ବାଚନ ମଧ୍ୟରେ ହିଂସାକାଣ୍ଡ ଘଟିଛି । ଗୁଳିକାଣ୍ଡରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୪ ଜଣ ଆହତ ହୋଇଥିବା କୁହାଯାଉଛି । ଜଣେ ମୃତକଙ୍କ ନାମ ହେଉଛି ଆନନ୍ଦ ବର୍ମା । ତାଙ୍କ ପରିବାରର କହିବା କଥା ହେଲା ଯେ, ସେମାନେ ବିଜେପି ସମର୍ଥକ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking