34.1 C
Bhubaneswar
Saturday, April 27, 2024
Homeଓଡିଶାବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରାଯାଉ : ବାବୁ ସିଂ

ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରାଯାଉ : ବାବୁ ସିଂ

 ଗତ ୬ ମାସରେ ଓଇଆରସି ୟୁନିଟ ପିଛା ପାଖାପାଖି ୫୦ ପଇସା ଦର ବୃଦ୍ଧି କରିଛି

 କରୋନା ସମୟରେ ସାଧାରଣ ଜନତା ପେଟ ପାଇଁ ଚିନ୍ତା କରୁଥିବାବେଳେ ରାଜ୍ୟ ସରକାର ସେମାନଙ୍କୁ ବିଜୁଳି ଝଟକା ଦେଉଛନ୍ତି

 ନିଜ ସ୍ୱତନ୍ତ୍ରତା ହରାଇଥିବା ଓଇଆରସି ଜରିଆରେ ରାଜ୍ୟ ସରକାର ବୃଦ୍ଧି କରିଥିବା ବିଦ୍ୟୁତ ଦର କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ

 ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଏବେ କଷ୍ଟରେ ଅଛନ୍ତ

 ରାଜ୍ୟ ଶକ୍ତିମନ୍ତ୍ରୀ ଏତେ ଅସହାୟ କାହିଁକି ?

 ବର୍ଦ୍ଧିତ ବିଜୁଳି ଶୁଳ୍କ ବିରୋଧରେ ଆଗାମୀ ଦିନରେ ବିଜେପି ସତ୍ୟାଗ୍ରହ କରିବ

 ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ସଂପୃକ୍ତ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରାଯାଉ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳି କାଟ୍ ଏବଂ ଲୋ ଭୋଲଟେଜ ପ୍ରତିବାଦରେ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ୱରେ ଭୂବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ ସହ ଆଜି ବିଧାନସଭା ଘେରାଓ କରାଯାଇଥିଲା । ହଜାର ହଜାର ବିଜେପି କାର୍ଯ୍ୟକର୍ତା ଆଜି ମାଷ୍ଟ କ୍ୟାଂଟିନ ଛକରୁ ଶାନ୍ତିପୂର୍ଣ୍ଣ ଭାବେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଉଥିବାବେଳେ ପୋଲିସ ଅଟକାଇଥିଲା । ପୋଲିସ ସହ ଧସ୍ତାଧସ୍ତିରେ ବହୁ କାର୍ଯ୍ୟକର୍ତା ଓ ମହିଳା କାର୍ଯ୍ୟକର୍ତା ଆହତ ହୋଇଛନ୍ତି ।

ମହାମାରୀ କରୋନା ସଂକ୍ରମଣ କାରଣରୁ ସାଧାରଣ ଜନତାଙ୍କ ଜୀବନ ଜୀବିକା ବହୁ ପ୍ରଭାବିତ ହୋଇଛି । କରୋନା ସମୟରେ ସାଧାରଣ ଜନତା ପେଟ ପାଇଁ ଚିନ୍ତା କରୁଥିବାବେଳେ ରାଜ୍ୟ ସରକାର ସେମାନଙ୍କୁ ବିଜୁଳି ଝଟକା ଦେଉଛନ୍ତି । ଗତ ୬ ମାସରେ ବିଜୁଳି ଶୁଳ୍କ ୟୁନିଟ ପିଛା ୫୦ ପଇସା ଦର ବୃଦ୍ଧି କରି ରାଜ୍ୟ ସରକାର ସାଧାରଣ ଜନତାଙ୍କ ବୋଝ ଉପରେ ନଳିତା ବିଡା ଲଦି ଦେଇଛନ୍ତି । ନିଜ ସ୍ୱତନ୍ତ୍ରତା ହରାଇଥିବା ଓଇଆରସି ଜରିଆରେ ରାଜ୍ୟ ସରକାର ବୃଦ୍ଧି କରିଥିବା ବିଦ୍ୟୁତ ଦର କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ବରଂ ଏହା କରି ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ପ୍ରତ୍ୟକ୍ଷ ଭାବେ ଶୋଷଣ କରୁଛନ୍ତି । ରାଜ୍ୟ ସରକାର ଏବଂ ଓଇଆରସି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ ବିଦ୍ୟୁତ ଦର ବୃଦ୍ଧି ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଏବେ କଷ୍ଟରେ ଅଛନ୍ତି । ବିଧାନସଭାର ପବିତ୍ର ଗୃହରେ ବିଭାଗୀୟ ମନ୍ତ୍ରୀ ବିଦ୍ୟୁତ ଦର ବୃଦ୍ଧି ଉପରେ ପୁର୍ନବିଚାର କରିବା ପାଇଁ ଓଇଆରସିକୁ ଚିଠି ଲେଖିବେ ବୋଲି ପ୍ରତିଶୃତି ଦେଇଥିଲେ ସୁଦ୍ଧା ୬ ମାସ ବିତିଗଲାଣି, କିନ୍ତୁ ଶକ୍ତିମନ୍ତ୍ରୀ ଏପର୍ଯ୍ୟନ୍ତ ଚିଠି ଖଣ୍ଡେ କାହିଁକି ଲେଖି ନାହାନ୍ତି ? ରାଜ୍ୟ ଶକ୍ତିମନ୍ତ୍ରୀ ଏତେ ଅସହାୟ କାହିଁକି ବୋଲି ପ୍ରଶ୍ନ ପଚାରିବା ସହ ରାଜ୍ୟ ସରକାର ଘରୋଇ କମ୍ପାନୀ ପ୍ରୀତି ଛାଡି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ସିଂ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ବିଜୁଳି କମ୍ପାନୀ ସହିତ କୈାଣସି ମଧୁଚନ୍ଦ୍ରିକାକୁ ଆଦୈା ବରଦାସ୍ତ କରାଯିବନାହିଁ । ଏହା ବିରୋଧରେ ଆଗାମୀ ଦିନରେ ବିଜେପି ସତ୍ୟାଗ୍ରହ କରିବ । ତେଣୁ ଲୋକଙ୍କ ଉପରେ ଆର୍ଥୀକ ବୋଝ ମୁକ୍ତ କରିବା ପାଇଁ ବିଜୁଳି ଶୁଳ୍କ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଏହି ଅବସରରେ ଦାବୀ ଜଣାଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଏବଂ ଏଥି ପାଇଁ ଶାସକ ବିଜେଡିର ବହୁ ମନ୍ତ୍ରୀ, ବିଧାୟକ ଓ ନେତାମାନେ ପ୍ରତ୍ୟକ୍ଷ ଭାବେ ଦାୟୀ । ବହୁର୍ଚ୍ଚିତ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ରାଜ୍ୟ ଆଇନମନ୍ତ୍ରୀଙ୍କ ଦ୍ୱାରା କ୍ଷମତାକୁ ଅପବ୍ୟବହାର କରି ନିଜ ନାଁ ଚାର୍ଜସିଟରୁ ବାଦ୍ କରାଇଥିଲେ । ଗୃହବିଭାଗର ମୁଖିଆ ଭାବେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । ଦିବ୍ୟସିଂହ ବରାଳ ଓ କୁଳମଣି ବରାଳଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମେ ଅଭିଯୁକ୍ତ ଆଇନମନ୍ତ୍ରୀ ଶ୍ରୀ ଜେନାଙ୍କୁ ତୁରନ୍ତ ତାଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଶ୍ରୀ ସିଂ ଦାବୀ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ଣ ଖୁଂଟିଆ, ରାଜେନ୍ଦ୍ର ପଣ୍ଡା, ରତିକାନ୍ତ ଦାସ, ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ଉପାଧ୍ୟଖ୍ୟା ଅର୍ପିତା ବଡଜେନା, ଜିଲ୍ଲା ସାଧାରଣ ସମ୍ପଦକ ଅଭିଷେକ ଆଚାର୍ଯ୍ୟ ଓ ହିମାଂଶୁ ଛୋଟରାୟ, ଜିଲ୍ଲା ଉପସଭାପତି ବିଭାସ ସେନଗୁପ୍ତା, ନିରଞ୍ଜନ ରାଉତରାୟ, ତୃପ୍ତିମୟୀ ମକଦ୍ଦମ, ଶିବ ବେହେରା, ରାକେଶ ଜେନା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ମନୋଜ ପଶ୍ଚିମ କବାଟ, ଜିଲ୍ଲା ମଣ୍ଡଳ ସଭାପତି ସନ୍ତୋଷ ଜେନା, ଦାମୋଦର ବେହେରା, ରାମଚନ୍ଦ୍ର ରଣସିଂ, ସୁରେନ୍ଦ୍ର ପ୍ରଧାନ, ଅମରଜ୍ୱତି ଜଗଦ୍ଦେବ, ଅରୁଣ ପୁରହିତ, ଜିତେନ୍ଦ୍ର ମହାନ୍ତି, ବିଜୟ କୁମାର ରାଉତ, ଜିଲ୍ଲା ସମ୍ପାଦକ ଉର୍ଣ୍ଣତି ପରିଡା, ତାପଶ ଦଳାଇ, ଜିଲ୍ଲାର କାର୍ଯ୍ୟକର୍ତା ସୁଶାନ୍ତ କୁମାର ସାବତ, ସୁଭାସିନୀ ପୃଷ୍ଟି, ଶରତ ଜେନା, ମନୋରଞ୍ଜନ ସ୍ୱାଇଁ, ଗଙ୍ଗାରାମ ସୋରେନ, ମାଳତୀ ହେମ୍ରମ, କାର୍ତିକ ସୁନ୍ଦରାୟ, ସତରୁପା ମିଶ୍ର, ପ୍ରଶାନ୍ତ କୁମାର ମହାନ୍ତି, ରଶ୍ମିରଞ୍ଜନ କାନୁନଗୋ, ରଜନୀବାଳା ଦାସ, ଭୀମସେନ ନାୟକ, ପ୍ରଶାନ୍ତ ନାୟକ, ନିରଞ୍ଜନ ସାହୁ, ଅଶୋକ ସେଠୀ, ସୁନୀଲ ସ୍ୱାଇଁ, ସବିତା ପଟ୍ଟନାୟକ, ସୁମିତ୍ରା ଆଚାର୍ଯ୍ୟ, ପ୍ରତୀକ୍ଷା ମହାପାତ୍ର ପ୍ରମୁଖଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking