28.1 C
Bhubaneswar
Friday, April 26, 2024
Homeଓଡିଶାବିଜେପି ରାଜ୍ୟ ସଭାପତି ଓ ବିରୋଧିଦଳ ନେତାଙ୍କ ଜିଲ୍ଲାରେ ଜିଲ୍ଲା ସଭାପତି ନିର୍ଣ୍ଣୟ ହୋଇପାରୁ ନାହିଁ

ବିଜେପି ରାଜ୍ୟ ସଭାପତି ଓ ବିରୋଧିଦଳ ନେତାଙ୍କ ଜିଲ୍ଲାରେ ଜିଲ୍ଲା ସଭାପତି ନିର୍ଣ୍ଣୟ ହୋଇପାରୁ ନାହିଁ

କଳାହାଣ୍ଡି : ସମଗ୍ର ଓଡ଼ିଶାର ୩୪ ଗୋଟି ବିଜେପି ସାଂଗଠନିକ ଜିଲ୍ଲା ମଧ୍ୟରୁ ରାଜଧାନୀ ଭୂବନେଶ୍ୱର ଏବଂ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ସଭାପତି ନିର୍ବାଚନ କରାଯାଇ ପାରୁନାହିଁ । କଳାହାଣ୍ଡି ଜିଲ୍ଲାର ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ କୁମାର ନାଏକ ବିଜେପି ଜିଲ୍ଲା ସଭାପତି ଥିବା ବେଳେ ସଦର ବିଧାୟକ ଭାବେ ନିର୍ବାଚିତ ହୋଇ ବର୍ତମାନ ସେ ରାଜ୍ୟ ବିରୋଧି ଦଳ ନେତା ଦାୟୀତ୍ୱରେ ଅଛନ୍ତି । ସେହିପରି ତତ୍କାଳୀନ ନୂଆପଡା ବିଧାୟକ ବସନ୍ତ କୁମାର ପଣ୍ଡା ବିଜେପି ରାଜ୍ୟ ସଭାପତି ଦାୟୀତ୍ୱରେ ଥିବା ବେଳେ ଗତ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରୁ ବର୍ତମାନ କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ବିଗତ ପଂଚାୟତିରାଜ ନିର୍ବାଚନରେ ନୂଆପଡା ଜିଲ୍ଲାରେ ବିଜେପିର ଶୋଚନୀୟ ପରାଜୟ ସତ୍ୱେ ଓଡିଶା ବିଜେପିର ହେଭିୱେଟ ନେତା ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ôଦ ପ୍ରଧାନଙ୍କ ଅନୁଗାମୀ ଭାବେ ବସନ୍ତ ପଣ୍ଡା ରାଜ୍ୟ ସଭାପତି ଭାବେ ଅବସ୍ଥାପିତ ହୋଇଥିଲେ ।
ଅବଶ୍ୟ ଉପକୂଳ ଅଂଚଳରେ ବସନ୍ତ ପଣ୍ଡାଙ୍କ ସେତେଟା ପ୍ରଭାବ ନଥିଲେ ହେଁ ଏବଂ ଉପକୂଳୀଆ ବିଜେପି ନେତା ମାନ୍ୟତା ଦେଉନଥିଲେ ହେଁ କେନ୍ଦ୍ରୀୟ ଭରସା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଶାରାରେ ରାଜ୍ୟ ସଭାପତି ଦାୟୀତ୍ୱରେ ରହିଥିବା କୁହାଯାଏ । ପ୍ରଦୀପ ନାଏକଙ୍କ କଳାହାଣ୍ଡିରେ ସ୍ୱତନ୍ତ୍ର ଲୋକପ୍ରୀୟତା ଥିବା ବେଳେ ଜିଲ୍ଲା ବିଜେପିରେ ମଧ୍ୟ ସ୍ୱତନ୍ତ୍ର ଭାବେ ମାନ୍ୟତା ରହିଛି । ପ୍ରଦୀପ ନାଏକ ତତ୍କାଳୀନ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତା ଯୁଗଳ ପୋଡଙ୍କୁ ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରିବାକୁ ଚାହୁଁଥିବା ବେଳେ ସାଂସଦ ବସନ୍ତ ପଣ୍ଡା ଅରାଜି ହେଉଥିବା ନିକଟତମ ମହଲରୁ ଆଲୋଚନା ହେଉଛି । ଗତ ପଂଚାୟତ ନିର୍ବାଚନରେ ଯଦିଓ ଛତିଶଗଡିଆ ନେତାଙ୍କ ସହେଯାଗ ଥିଲା ତଥାପି ପ୍ରଦୀପ ନାଏକଙ୍କ ନେତୃତ୍ୱରେ ହିଁ ଜିଲ୍ଲାରେ ଜିଲ୍ଲା ପରିଷଦ ଦଖଲ କରିଥିବା ଅସ୍ୱୀକାର କରାଯାଇ ପାରୁନାହିଁ ।
ଅନ୍ୟପକ୍ଷରେ ନୂଆପଡାରେ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ପଂଚାୟତ ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ହୋଇଥିଲା ଏବଂ ସେହି ସମୟରୁ ହିଁ ନିଜ ରାଜନୈତିକ ସ୍ଥିତି ବଜାୟ ରଖିବାକୁ ବସନ୍ତ ପଣ୍ଡା କଳାହାଣ୍ଡି ଲୋକସଭା ଆସନ ଉପରେ ନଜର ପକାଇ ତଦନୁସାରେ ଗୋଟିଚାଲନା କରିଆସୁଥିବାର ରାଜନୈତିକ ଆଲୋଚକମାନେ ପ୍ରକାଶ କରନ୍ତି । ଏପରିକି ଧର୍ମେନ୍ôଦ ପ୍ରଧାନଙ୍କ ଇଶାରାରେ ନିଜେ ସମସ୍ତ ପ୍ରତିଦ୍ୱନ୍ଦିମାନଙ୍କୁ ରାସ୍ତାରୁ ହଟାଇ ଲୋକସଭା ଲଢିବାକୁ ଟିକଟ ପାଇବାରେ ସଫଳ ହୋଇଥିବାର କୁହାଯାଇଥାଏ । କେବଳ ଲୋକସଭା ଆସନରେ ହିଁ ବିଜେପି ଜିତିବାର ଏକ ରାଜନୈତିକ ବ୍ଲ୍ୟୁ ପ୍ରିଂଟ ପ୍ରସ୍ତୃତ କରାଯାଇ ତଦନୁସାରେ ବିଧାନସଭା ଟିକଟ ବଂଟନ କରାଯିବା ହେତୁ କେବଳ ପ୍ରଦୀପଙ୍କ ବ୍ୟତୀତ ଉଭୟ ଜିଲ୍ଲାର ଅନ୍ୟ ଛଅଟି ଯାକ ଆସନକୁ ବିଜେପି ହରାଇବାକୁ ପଡିଲା ବୋଲି ମଧ୍ୟ ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦିଅନ୍ତି ।
ସେହିପରି ଲୋକସଭା ଆସନ ପାଇଁ ସେତେବେଳେ ଦାବୀଦାର ଥିବା କଳାହାଣ୍ଡି ମହାରାଣୀ ଓ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେରଙ୍କୁ ଚୁପ କରିବାକୁ ଯାଇ ଯୁବରାଜ ଅନନ୍ତ ଦେଓଙ୍କୁ ଧର୍ମଗଡ ଏବଂ ହିମାଂଶୁଙ୍କ ଭାଇ ମନୋଜ ମେହେରଙ୍କୁ ଜୁନାଗଡ ବିଧାନସଭା ଟିକଟ ଦିଆଯାଇ ଦୁଇଟିଯାକ ଆସନ ବିଜେପିକୁ ଜାଣିଶୁଣି ହରାଇବାକୁ ପଡିଛି ବୋଲି ଆଲୋଚନା ହେଉଛି । ଯଦିଓ ମହାରାଣୀଙ୍କୁ ହଟାଇବାର ଥିଲା ତେବେ ଅନନ୍ତଙ୍କୁ ଜୁନାଗଡରେ ଏବଂ ହିମାଂଶୁ ମେହେରଙ୍କୁ ଲୋକସଭା ଆସନ ଦେଇ ନର୍ଲାରେ ଆର୍ତ ମହାପାତ୍ରଙ୍କୁ ଟିକଟ ଦେଇଥିଲେ ବିଜେପି ନିଶ୍ଚିତ ଜିତି ପାରିଥାନ୍ତା ବୋଲି ଆଲୋଚନା ହେଉଛି । ଲାଂଜିଗଡ ଆସନରେ ଅନ୍ୟ ଦଳରୁ ଜନୈକ ପ୍ରାର୍ଥୀ ବିଜେପିକୁ ଆସିବାକୁ ଚାହୁଁଥିବା ବେଳେ ମନାକରାଯାଇଥିବା କୁହଯାଉଛି ।
ସେହିପରି ନୂଆପଡାରେ ବସନ୍ତ ପଣ୍ଡା ନିଜେ କିମ୍ବା ଯଦୁମଣି ପାଣିଗ୍ରାହୀଙ୍କୁ ଟିକଟ ଦେଇଥିଲେ ବିଜେପି ନିଶ୍ଚିତ ଜିତିଥାନ୍ତା ବୋଲି କୁହାଯାଉଛି । ନୂଆପଡାରେ ବିଜେପିରୁ ଜିତିବା ଭଲିଆ ପ୍ରାର୍ଥୀଙ୍କୁ ଟିକଟ ଦିଆନଯିବାରୁ ହାରିବା ପରେ ସେହି ଉଦାହରଣ ଦେଇ ନିଜ ପାରିପାରିକ ଉତରାଧିକାରୀଙ୍କ ପାଇଁ ରାସ୍ତା ସଫା କରାଯାଉଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଖରିଆରରେ ଜନୈକ ଜିତିବା ସମ୍ବାବ୍ୟଥିବା ପ୍ରାର୍ଥୀ ଅନ୍ୟଦଳରୁ ବିଜେପିକୁ ଆସିବାକୁ ଚାହୁଁଥିବା ବେଳେ କୁଆଡେ ବସନ୍ତ ପଣ୍ଡାଙ୍କ ଯୋଗୁଁ ଆସିପାରିନଥିବା ଏବଂ ଅନ୍ୟଦଳରୁ କୃତକାର୍ଯ୍ୟ ହୋଇଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ସୂତ୍ରରୁ ପ୍ରକାଶ । ଏହା ବ୍ୟତୀତ ନିର୍ବାଚନରେ ଦଳୀୟ ସହେଯାଗ ଠିକ ଭାବେ ମିଳିପାରିନଥିବା ମଧ୍ୟ ପ୍ରାର୍ଥୀ ମାନଙ୍କ ନିକଟତମ ସୂତ୍ରରୁ କୁହାଯାଉଥିଲା । ଏସବୁ ସତ୍ୱେ ପ୍ରଦୀପ ନାଏକ ନିଜସ୍ୱ ଲୋକପ୍ରୀୟତା ହେତୁ ସଦର ଭବାନୀପାଟଣା ବିଧାନସଭା ଆସନରେ ଜିତିପାରିଥିବା ଜଣାପଡିଛି ।
ବିଜେପି ପାଇଁ ମୋଟାମୋଟି ଭାବରେ କେବଳ ଲୋକସଭା ଆସନ ପାଇଁ ସମଗ୍ର ବିଧାନସଭା ଆସନକୁ ହରାଇବାକୁ ପଡିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ଆଲୋଚନା କରୁଛନ୍ତି । ଏଭଲି ଏକ ଦୁର୍ବଳ ସାଂଗଠନିକ ସ୍ଥିତି ନେଇ କିପରି ଭାବେ ବିଜେପି ଆଗାମୀ ଏନଏସି /ମ୍ୟୁନିସିପାଲିଟୀ ଏବଂ ପଂଚାୟତିରାଜ ନିର୍ବାଚନ ସାମନା କରିବ ସେନେଇ ପୁରୁଖା ବିଜେପି ନେତା ଚିନ୍ତାରେ ପଡିଯାଇଥିବା ଆଲୋଚନା ହେଉଛି । ବିରୋଧିଦଳ ନେତା ହେବାପରେ ପ୍ରଦୀପଙ୍କ ଲୋକପ୍ରିୟତା ବୃଦ୍ଧି ହେଉଥିବା ବେଳେ ଅନ୍ୟପକ୍ଷରେ ନିର୍ବାଚନରେ ଜିତିବା ପରେ ସାଧାରଣ ଲୋକଙ୍କ ପ୍ରତି ମଧ୍ୟ ଗୁରୁତ୍ୱ ଦେଉନଥିବା ବସନ୍ତ କେବଳ ସଂପର୍କୀୟ ମଧ୍ୟରେ ସୀମିତ ହୋଇ ରହିଯାଉଥିବା ଏବଂ ବିଭିନ୍ନ ମହଲରେ ସଂପର୍କୀୟ ମାନେ ହିଁ ସାଂସଦଙ୍କ ଲୋକ ବୋଲି ପ୍ରଭାବିତ କରୁଥିବା ଯଦିଓ ସତ୍ୟ ହୋଇଥାଏ ତେବେ ବିଜେପି ପ୍ରତି ଆଗାମୀ ଦିନରେ କ୍ଷତିକାରକ ହେବ ବୋଲି ବୁଦ୍ଧିଜୀବି ମହଲରୁ ପ୍ରକାଶ । ନିକଟ ଭବିଷ୍ୟତରେ ରାଜ୍ୟ ବିଜେପି ସଭାପତି ଚୟନ ପ୍ରକ୍ରୀୟା ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ସଭାପତି ଚୟନ ହୋଇପାରୁନଥିବା ସମଗ୍ର ଜିଲ୍ଲାରେ ମୂଖ୍ୟ ଆଲୋଚନା ହେବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking