28.1 C
Bhubaneswar
Thursday, March 28, 2024
Homeଓଡିଶାପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ

ପୁରୀ : ପୁରୀ ଶ୍ରୀମନ୍ଦିର ଭିତର ଫଟୋ ପୁଣିଥରେ ଭାଇରାଲ ହୋଇଛି। ଉତ୍ତରପ୍ରଦେଶର ଜଣେ ଯୁବତୀ ଶୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଛାଡିଥିବା ଜଣାପଡ଼ିଛ। ଯୁବତୀଙ୍କ ନାମ ନିଧି ଶୁକ୍ଲା ହୋଇଥିବା ବେଳ ତାଙ୍କ ଘର ଉତ୍ତରପ୍ରଦେଶର ବାରବାଙ୍କୀ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ନିଧି ତାଙ୍କର ଫେସବୁକରେ ପୋଷ୍ଟ କରିଥିବା ଶ୍ରୀମନ୍ଦିର ଫଟୋ ଏବଂ ସେବାୟତମାନେ ଶ୍ରୀମନ୍ଦିରରେ ବାନ୍ଧିବାକୁ ଯାଇଥିବାର ବାନା ଭିଡିଓକୁ ଶୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏନେଇ ତନାଘନା ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବା ବର୍ତ୍ତମାନ ନୂଆ ଘଟଣା ହୋଇନାହିଁ। ବାରମ୍ବାର ଏପରି ହେଉଥିବା ବେଳ ଶ୍ରୀମନ୍ଦିର ପ୍ରଶାସନ କଣ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାରମ୍ବାର ଶ୍ରୀମନ୍ଦିର ଭିତର ବେଢାର ଫଟୋ ଏବଂ ଭିଡିଓ ଭାଇରାଲ ହେବା ଫଳରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking