25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଆଜି ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ

ଆଜି ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ

ପାଟନା : ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ । ୧୬ ଟି ଜିଲ୍ଲାର ୭୧ ଟି ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ମୋଟ୍ ୧ ହଜାର ୬୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨ କୋଟି ୧୪ ଲକ୍ଷରୁ ଅଧିକ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ ରାମ ମାଂଝିଙ୍କ ସମେତ ଜୟ କୁମାର ସିଂହ, ଶୈଳେଶ କୁମାର, ସନ୍ତୋଷ ନିରାଲା,କ୍ରିଷ୍ଣା ନନ୍ଦନ ବର୍ମା, ରାମନାରାୟଣ ମଣ୍ଡଳ, ବିଜୟ କୁମାର ସିଂହ୍ନା ଓ ବ୍ରିଜ୍ କିଶୋର ବିନ୍ଦଙ୍କ ଭଳି ୮ ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କର ଏହି ପର୍ଯ୍ୟାୟରେ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ପ୍ରତି କେନ୍ଦ୍ରରେ ୧୦୦୦ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସମସ୍ତ ମତଦାନ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ସହିତ ମତଦାନ ପାର୍ଟି ପହଞ୍ଚି ସାରିଛନ୍ତି। ତେବେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୂର୍ଯ୍ୟୋଦୟ ପୂର୍ବରୁ ସମ୍ପୃକ୍ତ ମତଦାନ ବୁଥରେ ପହଞ୍ଚିବାକୁ ମତଦାନ ପାର୍ଟିକୁ ନିର୍ଦ୍ଦେଶ ଦିଆଯାଇଛି। ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking