36.1 C
Bhubaneswar
Saturday, May 4, 2024
Homeଓଡିଶାଜଗା ମିଶନରେ ଗୃହନିର୍ମାଣ ନେଇ ଭୁମିପୁଜା

ଜଗା ମିଶନରେ ଗୃହନିର୍ମାଣ ନେଇ ଭୁମିପୁଜା

ଢେଙ୍କାନାଳ : ରାଜ୍ୟ ସରାକାର ସହରରେ ବସବାସ କରୁଥିବା ଗରିବ ଭୁମିହିନ ମାନଙ୍କ ପାଇଁ ସ୍ଥାୟୀ ଥଇଥାନ କରିବା ପାଇଁ ଜଗା ମିଶନରେ ବାସଗୃହ ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଗରିବ ତଥା ଭୁମିହୀନ ୪୮ଟି ପରିବାରକୁ ଥଇଥାନ ପାଇଁ ପଦକ୍ଷପ ନିଆଯାଇଛି । ମିଳିଥିବା ସୁଚନାରୁ, ଢେଙ୍କାନାଳ ପୈାରାଚଂଳ ଅନ୍ତର୍ଗତ ୫୫ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା କୋରିଆଁ ଜୁଆଙ୍ଗ ସାହି ନିକଟରେ ଜଗା ମିଶନରେ ଭୁମି ପାଇଥିବା ହିତାଧିକାରୀଙ୍କ ଘର ନିର୍ମାଣ ପାଇଁ ପବିତ୍ର ଗଣେଶ ପୂଜା ଅବସରରେ ଭୁମିପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଭୁମିପୂଜା ଉତ୍ସବରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଯୋଗଦେଇ ଶୁଭାରମ୍ଭ କରିବା ସହିତ ଏହି ମିଶନରେ ନୂତନ ବାସଗୃହ ନିର୍ମାଣ, ପାଇଖାନା, ବିଜୁଳି, ପାଣି ଯୋଗାଣ ସହିତ ପାର୍କ ଆଦି ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପରବର୍ତି ସମୟରେ ବନମାଳୀ ପ୍ରସାଦ ଓ କାଠଗଡାଠାରେ ଆଉ ଦୁଇଟି ନୁଆ ହାବିଟେସନ୍ କରାଯିବ ବୋଲି ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking