34.1 C
Bhubaneswar
Saturday, May 18, 2024
Homeଓଡିଶାତ୍ରୁଟିପୁର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ରାସ୍ତାରେ ପାଣି

ତ୍ରୁଟିପୁର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ରାସ୍ତାରେ ପାଣି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଛି । ଭୁଲ ଭାବେ ରାସ୍ତା ନିର୍ମାଣ କରାଯାଇଥିବାରୁ କଂକ୍ରିଟ୍ ରାସ୍ତା ଉପରେ ବର୍ଷା ଦିନେ ରାସ୍ତାରେ ପାଣି ଜମି ରହୁଛି । ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ମାସ ମାସ ଧରି ରାସ୍ତା ଉପରେ ପାଣି ଜମି ରହୁଛି । ସ୍ଥାନୀୟ ସରପଂଚ ତଥା ଏନଏସି ଅଧିକାରୀଙ୍କ ବହୁବାର ଅଭିଯୋଗ କଲେ ମଧ୍ୟ କୈାଣସି ସମାଧାନ ହେଉନଥିବା ଅଚଂଳବାସି ପ୍ରକାଶ କରିଛନ୍ତି । ମିଳିଥିବା ସୁଚନା ମୁତାବକ, ଭୁବନ ଏନ୍‌ଏସିର କାଳୀବଜାରଠାରୁ ଦୁର୍ଗାଛକ ପର୍ଯ୍ୟନ୍ତ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଥିଲା । ନିମ୍ନମାନର କାମ ଯୋଗୁଁ ଅଳ୍ପଦିନରେ ଭାଙ୍ଗିରୁଜି ଗଲାଣି । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଛି । ବହୁ ଦିନ ହେଲା ନିର୍ମାଣ ହୋଇଥିବା ଡ୍ରେନ୍‌ଟି ପୋତା ପଡିଯାଇଥିବା ହେତୁ ଏଭଳି ଅସୁବିଧା ଦେଖା ଯାଉଛି । ଯାହା ଫଳରେ ବର୍ଷା ଦିନେ ଜଳ ନିଷ୍କାସନ ହୋଇପାରୁନାହିଁ । ଦିର୍ଘଦିନ ଧରି ଏହି ସମସ୍ୟାର ସମାଧାନ ପାଇଁ ଏନଏସି ଅଧିକାରୀ ନିକଟରେ ଦାବି କରି ଥକିଗଲେଣି । ଏହି ରାସ୍ତାରୁ ଜଳ ନିଷ୍କାସନ ବ୍ୟବସ୍ଥା ଓ ଡ୍ରେନ୍ ନିର୍ମାଣ କରିବା ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking