27.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନରେ ଐତିହାସିକ ବଳଦ ଯାତ୍ରା

ଭୁବନରେ ଐତିହାସିକ ବଳଦ ଯାତ୍ରା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ରେ ପ୍ରଶାସନିକ ନିୟମକୁ ପାଳନ କରି ଐତିହାସିକ ପରମ୍ପରାରେ ବଳଦ ଯାତ୍ରା ର ଶୁଭାରମ୍ଭ ହୋଇଛି । ଏହି ବଳଦ ଯାତ୍ରା ପ୍ରାୟ ଏକ ମାସ ଧରି ଚାଲିବ । ଉକ୍ତ ଅଚଂଳରେ ଥୋରିଆ ସଂପ୍ରଦାୟର ଲୋକମାନେ ପ୍ରତି ବର୍ଷ ପରି ଚଳିତ ବର୍ଷ ନିଜର ବଳଦକୁ ବିଭିନ୍ନ ଅଳଙ୍କାରରେ ସଜାସଜି କରି ଶୁଭାରମ୍ଭ କରିଥିଲେ । ମିଳିଥିବା ସୁଚନା ମୁତାବକ, ସ୍ଥାନୀୟ ଲୋକଙ୍କ କହିବାନୁସାରେ କେଉଁ କାଳରୁ ଦଶହରାରେ ବଳଦ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ପଶୁ ମଣିଷର ଅନାବିଳ ସଂପର୍କ ଏହି ଯାତ୍ରା ବଂଚାଇ ରଖିଛି । ଥୋରିଆ ସମାଜର ଲୋକମାନେ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଏହି ଯାତ୍ରା ବନ୍ଦ ହୋଇ ନାହିଁ ବୋଲି ଉକ୍ତ ସମାଜର ସଭ୍ୟ ପବିତ୍ରମୋହନ ସାହୁ କହିଛନ୍ତି । ଏହି ଯାତ୍ରା ଗଣେଶ ପୁଜା ଦିନଠାରୁ ଆରମ୍ଭ ହୋଇ ଦଶହରା ଯାଏ ଚାଲିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking