24.1 C
Bhubaneswar
Thursday, May 9, 2024
Homeଓଡିଶାଓଡ଼ିଶାରେ ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ

ଓଡ଼ିଶାରେ ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର: ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଆଜି ସରକାରୀ ଓ ବେସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ତେବେ କଟକ-ଭୁବନେଶ୍ବରରେ କେତେକ ମୋ ବସ୍ ଚାଲୁଥିବାର ଦେଖିବାକୁ ମିଳିଛି। ସକାଳେ ବିଶେଷ ଦୋକାନ ବଜାର ଖୋଲିନି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଓଡ଼ିଶାରେ ଏହି ୧୦ ଘଣ୍ଟିଆ ଭାରତ ବନ୍ଦକୁ କଂଗ୍ରେସ, ବାମ ଦଳ ଓ ଆପ୍ ସମେତ ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ, ସାମାଜିକ ସଂଗଠନ ସମର୍ଥନ ଦେଇଇଛନ୍ତି। ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିଲାଗି ସାରା ରାଜ୍ୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ତେବେ ଅତ୍ୟାବଶ୍ୟକ ସେବା ବନ୍ଦ ପାଳନରୁ ବାଦ ପଡ଼ିଥିବା ଜଣାଯାଇଛି। ଏଣେ ରାଜରାସ୍ତା ଉପରେ ଦୁଇଚକିଆ ଓ ତିନିଚକିଆ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଥିବାର ଖବର ମିଳିଛି। ତେବେ ବଲାଙ୍ଗୀର ରେଳଷ୍ଟେସନରେ ଇସ୍ପାତ ଏକ୍ସପ୍ରେସକୁ କିଛି ସମୟ ଅଟକ ରଖିବା ପରେ ଆନ୍ଦୋଳନକାରୀମାନେ ଛାଡ଼ି ଦେଇଥିବାର ସୂଚନା ମିଳିଛି। ଭୁବନେଶ୍ବର ଓ ବାଲେଶ୍ବରରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେଣେ ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି। ଲୋକସେବା ଭବନର ମୁଖ୍ୟ ଫାଟକ ପୂର୍ବାହ୍ନ ୧୦ଟା ୧୫ରେ ବନ୍ଦ କରାଯିବ। ଏହାପରେ ପଛ ଗେଟ୍ ଦେଇ କର୍ମଚାରୀ ଓ ପାସ୍ ପାଇଥିବା ଲୋକମାନେ ଯାତାୟତ କରିପାରିବେ ବୋଲି କୁହାଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking