39.1 C
Bhubaneswar
Friday, April 26, 2024
Homeଓଡିଶାସବୁଠି ବନ୍ଦର ପ୍ରଭାବ, ଟାୟାର ଜାଳି ରାସ୍ତାରୋକ

ସବୁଠି ବନ୍ଦର ପ୍ରଭାବ, ଟାୟାର ଜାଳି ରାସ୍ତାରୋକ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ୧୨ ଦଫା ଦାବି ନେଇ କେନ୍ଦ୍ର ସରକାର ବିରୋଧରେ ଶ୍ରମିକ ସଙ୍ଗଠନ ପକ୍ଷରୁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ସଫଳ କରିବାକୁ ଯାଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ କର୍ମୀମାନେ ବନ୍ଦ ପାଳନ କରିଛନ୍ତି । ସକାଳ ୬ଟାରୁ ଏହାର ପ୍ରଭାବ ପଡ଼ିବାକୁ ଦେଖିବାକୁ ମିଳିଛି । ଭଦ୍ରକ ଓ ବାଲେଶ୍ୱରରେ କିଛି ଆନ୍ଦୋଳନକାରୀ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି । ପ୍ରବଳ ଶୀତ ସତ୍ୱେ ରାୟଗଡ଼ା, ଗୁଣପୁର, ଭଦ୍ରକ, ବାଲେଶ୍ୱର ଆଦି ରେଳଷ୍ଟେସନମାନଙ୍କରେ ବହୁ ସଂଖ୍ୟାରେ କର୍ମୀ ପହଂଚି ଟ୍ରେନକୁ ଅଟକାଇଛନ୍ତି ।
ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ବେତନ ବୃଦ୍ଧି, ସାମାଜିକ ସୁରକ୍ଷା ଏବଂ ନାଗରିକତା ସଂଶୋଧନ ଆଇନ୍ ପ୍ରତ୍ୟାହାର ଦାବି ନେଇ ବନ୍ଦ୍ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି କଂଗ୍ରେସ । ବ୍ୟାଙ୍କ ସଂଘ ବି ବନ୍ଦ ପାଳନରେ ସାମିଲ ହେବ ବୋଲି ଆଗୁଆ ଜଣାଇଦେଇଛନ୍ତି । ସେପଟେ ରାଜ୍ୟର କେତେକ ଜିଲ୍ଲାରେ ଜିଲ୍ଲାପାଳ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ।ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ, ଗଜପତି, ଖୋର୍ଦ୍ଧା, କନ୍ଧମାଳ, ରାୟଗଡା ଆଦି ଜିଲ୍ଲାର ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ଘରୋଇ ସ୍କୁଲ ନିଜଆଡୁ ଛୁଟି ଘୋଷଣା କରିସାରିଛନ୍ତି । ଭୁବନେଶ୍ୱର ଅଂଚଳରେ ମଧ୍ୟ ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି । ଅନ୍ୟପଟେ ଯାତ୍ରୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ମୋ ବସ ଚାଲିବ ବୋଲି ପ୍ରଶାସନ ଘୋଷଣା କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking