36.1 C
Bhubaneswar
Wednesday, May 22, 2024
Homeଓଡିଶାଧାନ ବିକି ନପାରି ବିଷପିଇଲେ ଚାଷୀ

ଧାନ ବିକି ନପାରି ବିଷପିଇଲେ ଚାଷୀ

ଭଦ୍ରକ  : ଧାନ କିଣା ନଯିବାରୁ ବିଷ ପିଇଦେଲେ ଭଦ୍ରକର ଚାଷୀ । ଟୋକନ ଥିବା ସତ୍ତ୍ୱେ ଏସ୍‌ଏଚ୍‌ଜି ଧାନ ନ କିଣିବାରୁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ଚାଷୀ ଭଦ୍ରକ ବ୍ଲକ୍ ବନ୍ଧଗାଁ ଗ୍ରାମର ଚାଷୀ ରାମକୃଷ୍ଣ ପଣ୍ଡା । ୨୨୫ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ବିକ୍ରିପାଇଁ ରାମକୃଷ୍ଣ ଟୋକନ୍ ପାଇଥିଲେ । ତେବେ ଟୋକନ୍‌ର ସମୟ ଅତିକ୍ରାନ୍ତ ହୋଇ ଯାଇଥିବାରୁ ଧାନ କିଣୁଥିବା ବାବା ରାମେଶ୍ୱର ସ୍ୱୟଂ ସହାୟକ ମହାସଂଘ ଧାନ କିଣି ନ ଥିଲା । ଏ ନେଇ ସେ ବାରମ୍ବାର ମହାସଂଘ, ଯୋଗାଣ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନିରାଶ ହେବା ପରେ ଶନିବାର ବାଧ୍ୟହୋଇ ରାମକୃଷ୍ଣ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ଅଣା ଯାଇଥିଲା । ଖବର ପାଇ ଜିଲ୍ଲା ପ୍ରଶାସନପକ୍ଷରୁ ଉପଜିଳ୍ଲାପାଳ ପୀତାମ୍ବର ସାମଲ ଭଦ୍ରକ ମେଡିକାଲରେ ପହଞ୍ଚି ରାମକୃଷ୍ଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଳା ପ୍ରଶାସନ ଘଟଣାର ତଦନ୍ତକରୁଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking