29.1 C
Bhubaneswar
Saturday, May 4, 2024
Homeଓଡିଶାଯନ୍ତ୍ରଣାରେ ଛଟପଟ ନର୍ମଦା, ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା

ଯନ୍ତ୍ରଣାରେ ଛଟପଟ ନର୍ମଦା, ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା

କେନ୍ଦ୍ରାପଡ଼ା : ମହାକଳପଡ଼ା ବ୍ଲକ ଯଦୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କଳାଗଡ଼ ଗ୍ରାମର ଅସହାୟ ମହିଳା ନର୍ମଦା ମଳିକଙ୍କ ଟ୍ୟୁମର ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ଦିନକୁ ଦିନ ତାଙ୍କର ଯନ୍ତ୍ରଣା ବଢିଚାଲିଛି ।  ବିଭିନ୍ନ ସ୍ଥାନରେ ଛାଟମୋଟ କାମକରି ପେଟ ପୋଷୁଥିବା ନର୍ମଦା ରୋଗରେ ପଡିବା ପରେ ଜୀବିକା ହରାଇବାରୁ ପ୍ରତିଦିନର ଆହାର ପାଇଁ ଅନ୍ୟର ଦୟା ଉପରେ ନିର୍ଭର କରୁଛନ୍ତି ।
ସୂଚନା ଅନୁଯାୟୀ,   ସ୍ୱର୍ଗତ ଧନେଶ୍ୱର ମଳିକଙ୍କ ଝିଅ ନର୍ମଦା ମାତ୍ର ୧୫ ବର୍ଷ ବୟସରେ ତିଖିରୀ ଗ୍ରାମରେ ବିବାହ କରିଥିଲେ । ବିବାହର ମାତ୍ର କିଛି ବର୍ଷ ପରେ ସ୍ୱାମୀଙ୍କ ମୃତ୍ୟୁ ହେବାରୁ ସେ ନିଜ ବାପା ମା’ଙ୍କ ନିକଟକୁ ଫେରିବାକୁ ବାଧ୍ୟ ହୋଇଥିଲେ । ତେବେ ତାଙ୍କ ବାପା ଧନେଶ୍ୱରଙ୍କ ମୃତ୍ୟୁ ପରେ ଭାଇ ଦୁଇଜଣ ମା’ ସୀତା ମଳିକ ଓ ଭଉଣୀ ନର୍ମଦାଙ୍କ ଠାରୁ ଦୂରେଇ ଯାଇଥିଲେ ।

ତେବେ ନର୍ମଦା ସେତେବେଳେ ଘରେ ବସି ନରହି ବୃଦ୍ଧା ମା’ ମୁହଁରେ ଆହାର ଦେବାକୁ ଏକ ଘରୋଇ ସ୍କୁଲରେ ସୁଇପର ଭାବରେ ଯୋଗଦେଇଥିଲେ । ସେ ଉକ୍ତ ସ୍କୁଲରେ ଦିନରେ ସୁଇପର ଭାବରେ କାମ କରୁଥିବାବେଳେ ରାତିରେ ହଷ୍ଟେଲରେ ବାସନ ମାଜୁଥିଲେ ।  ସ୍କୁଲ ମାଲିକଙ୍କ ଦୟାରୁ ସେ  ସେହି ହଷ୍ଟେଲରେ ରହୁଥିଲେ । ତେବେ ଏହାର କିଛିମାସ ପରେ ତାଙ୍କର ପ୍ରଥମେ ପେଟ ଯନ୍ତ୍ରଣା ଆରମ୍ଭ ହେବା ପରେ ଏହା ଅସହ୍ୟ ହୋଇଥିଲା । ବାରମ୍ବାର ଏପରି ହେବାରୁ ସେ ଆଉ କାମକରି ପାରିନଥିଲେ । ‌ଯେଉଁଥି ପାଇଁ ସେ ଚାକିରି ହରାଇଥିଲେ । ତେବେ ଡାକ୍ତରଙ୍କୁ ଦେଖାଇବା ପରେ କରାଯାଇଥିବା ଅଲଟ୍ରାସାଉଣ୍ଡରୁ ତାଙ୍କ ପେଟରେ ଟ୍ୟୁମର ହୋଇଥିବା ଜଣାପଡିଥିଲା । ଚାକିରି ହରାଇବା ପରେ ପ୍ରତିଦିନ ଦୁଇଓଳି ଖାଇବାକୁ ଅର୍ଥ ନଥିବାରୁ  ନର୍ମଦା ବଢୁଥିବା ଟ୍ୟୁମରର  ଚିକିତ୍ସା କରାଇପାରି ନଥିଲେ । ତେବେ ବର୍ତ୍ତମାନ ପେଟର ଯନ୍ତ୍ରଣା ବଢିଯାଇଥିବା ନର୍ମଦା କହିଛନ୍ତି ।

ଏମିତିକି ଏବେ ଝିଅ ପାଇଁ ମା’ ସତୀ ମଳିକ ମାଗିଯାଚି ଆଣୁଥିବା ଖାଦ୍ୟ ରୋଗିଣା ପେଟକୁ ଯାଉନଥିବା ନର୍ମଦା କହିଛନ୍ତି । ଏକ ନୁଆଣିଆ ଚାଳଛପର ଘର ଯେଉଁଠିକି କାନ୍ଥ କହିଲେ ଛିଣ୍ଡା ପାଲ ଟଙ୍ଗା ଯାଇଛି। ଏହାରି ଭିତରେ ୭୦ ବର୍ଷର ବୃଦ୍ଧା ମା’ ଓ ରୋଗିଣା ଝିଅ ଅତି ଅସହାୟ ଭାବରେ ରହୁଥିବା ଦେଖିବାକୁ ମିଳିଛି । ନର୍ମଦାଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ  ବୃଦ୍ଧା ମା’ ସୀତା ମଳିକ ଅନୁରୋଧ କରିଛନ୍ତି ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking