38.1 C
Bhubaneswar
Tuesday, April 23, 2024
Homeଓଡିଶାମେଡିକାଲରେ ବୁଲୁଛନ୍ତି ଲୁଟେରା, ସାହାଯ୍ୟ ବାହାନାରେ ବୃଦ୍ଧ ଦମ୍ପତିଙ୍କୁ ଲୁଟିଲେ

ମେଡିକାଲରେ ବୁଲୁଛନ୍ତି ଲୁଟେରା, ସାହାଯ୍ୟ ବାହାନାରେ ବୃଦ୍ଧ ଦମ୍ପତିଙ୍କୁ ଲୁଟିଲେ

ବାଲେଶ୍ୱର : ବାଲେଶ୍ୱର ସହର ମଧ୍ୟରେ ରହିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହି ଚିକିତ୍ସାଳୟକୁ ଦୈନିକ ଜିଲ୍ଲା ସମେତ ବାହାର ରାଜ୍ୟରୁ ମଧ୍ୟ ରୋଗୀମାନେ ନିର୍ଭର କରିଥାଆନ୍ତି । ରୋଗୀମାନଙ୍କ ଉନ୍ନତ ସେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ବିଭିନ୍ନ ସୁବିଧା ସୁଯୋଗ କରାଯାଇଥିବା ବେଳେ କୌଣସି ଅଘଟଣକୁ ପ୍ରତିହିତ କରିବା ପାଇଁ ମେଡିକାଲ ଫାଣ୍ଡି ମଧ୍ୟ ରହିଛି । ତଥାପି ଏଠାରେ ଲୋକମାନେ ଠକାମି ଓ ଲୁଟ୍‌ର ଶିକାର ହେଉଛନ୍ତି । ଏଭଳି ଘଟଣା ବାଲେଶ୍ୱର ମେଡିକାଲରେ ଦେଖିବାକୁ ମିଳିଛି । ଜଣେ ବୃଦ୍ଧ ଦମ୍ପତିକୁ ଅଜଣା ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା କହି ତାଙ୍କଠାରୁ ୧ହଜାର ଟଙ୍କା ଲୁଟ୍ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଥିବା ହେଲ୍‌ପ ସଂସ୍ଥା କାର୍ଯ୍ୟ କରୁନଥିବା ବେଳେ ଏଭଳି ଘଟଣାମାନ ଘଟିବାରେ ଲାଗିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅନନ୍ତପୁର ଅଞ୍ଚଳର ଅନାଦି ଚରଣ ସେନ(୭୬) ଏବଂ ତାଙ୍କ ପତ୍ନୀ ସବିତା ସେନ(୬୬) ଶନିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଅନାଦି ଜଣେ ଅବସରପ୍ରାପ୍ତ ଶିକ୍ଷକ ଅଟନ୍ତି । ବିଶେଷକରି ସେମାନେ ଆଜି ହାର୍ନିଆ ଚିକିତ୍ସା ପାଇଁ ମେଡିକାଲକୁ ଆସିଥିଲେ । ସେମାନେ ମେଡିକାଲରେ ବସିଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କୁ ସାହାଯ୍ୟ କରିବା ପାଇଁ କହିଥିଲେ । ପ୍ରଥମେ ଲୁଟେରା ଜଣଙ୍କ ଅନାଦୀଙ୍କ ପତ୍ନୀ ସବିତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯିବା ପାଇଁ କହିଥିଲେ ।

ସବିତାଙ୍କ ନିକଟରେ ଥିବା ପର୍ସଟି ଅନାଦିଙ୍କଠାରେ ଲୁଟେରାମାନେ ରଖିଦେଇ ଯାଇଥିଲେ । କିଛି ସମୟ ପରେ ଉକ୍ତ ଲୁଟେରା ଜଣଙ୍କ ଅନାଦିଙ୍କୁ ଉକ୍ତ ପର୍ସଟି ତାଙ୍କ ପତ୍ନୀ ମାଗୁଛନ୍ତି ବୋଲି କହି ନେଇଯାଇଥିଲେ । ପର୍ସରେ ଥିବା ୧ହଜାର ଟଙ୍କା ନେଇ ପୁନର୍ବାର ଉକ୍ତ ପର୍ସଟିକୁ ଅନାଦିଙ୍କୁ ଦେଇ ତାଙ୍କ ପତ୍ନୀ ଆସୁଛନ୍ତି ବୋଲି କହି ଫେରାର୍ ହୋଇଯାଇଥିଲେ । ତେବେ କିଛି ସମୟ ପରେ ତାଙ୍କ ପତ୍ନୀ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ତେବେ ସେମାନଙ୍କ ନିକଟରେ ଆଉ ଟଙ୍କା ନଥିବାରୁ ସେମାନେ କିପରି ଘରକୁ ଫେରିବେ ଚିନ୍ତାରେ ଥିଲେ । ବୃଦ୍ଧ ଦମ୍ପତିଙ୍କୁ ସାହାଯ୍ୟର ହାତ ବଢ଼ାଇ ଲୁଟ୍ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମେଡିକାଲ ପକ୍ଷରୁ କୌଣସି ପ୍ରକାର ଉଚିତ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଲୋକେ ଠକାମିର ଶିକାର ହେଉଥିବା ମତପ୍ରକାଶ ପାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking