30.1 C
Bhubaneswar
Saturday, May 18, 2024
Homeଓଡିଶାଚାକିରି ନାମରେ ଠକେଇ, ଦମ୍ପତିଙ୍କ ସମେତ ୩ ଗିରଫ

ଚାକିରି ନାମରେ ଠକେଇ, ଦମ୍ପତିଙ୍କ ସମେତ ୩ ଗିରଫ

ଅନୁଗୁଳ : ଅନୁଗୁଳ ଟାଉନ ପୁଲିସ ଚାକିରି ଦେବା ନାମରେ ଠକେଇ କରିଥିବା ସ୍ୱାମୀ, ସ୍ତ୍ରୀ ଓ ସହଯୋଗୀଙ୍କୁ ଗିରଫ କରିଛି ।  ୨୦୨୦ ଡିସେମ୍ବର ୫ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ ଓ କଟକ ଇଣ୍ଡିଷ୍ଟ୍ରିଆଲ ଇଷ୍ଟେଟରେ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ଚାକିରି ସମ୍ପର୍କରେ  ବାହାରିଥିବା ବିଜ୍ଞାପନ ପଢ଼ି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପଦଲ ଧର୍ମା ରାଓ ସେଥିରେ ଥିବା ଫୋନ ନମ୍ବରରେ ଫୋନ କରିବା ସହ  ଦିଆଯାଇଥିବା ଇମେଲରେ ତାଙ୍କର ଯୋଗ୍ୟତା ସମ୍ପର୍କିତ କାଗଜପତ୍ର ପଠାଇଲେ । ଏହାପରେ  ନିଯୁକ୍ତିପତ୍ର ପାଇଁ ବ୍ୟାଙ୍କ ଅଫ ବରୋଦାର ଏକ ଏକାଉଣ୍ଟ ନମ୍ବରରେ ଫି ଜମା କରିବାକୁ ଶ୍ରୀ ରାଓଙ୍କ ପାଖକୁ ଫୋନ ଆସିଥିଲା ।  ସେହି ଅନୁସାରେ ଶ୍ରୀ ରାଓ ଟଙ୍କା ଜମା କରିଥିଲେ । ପରେ ପରେ  ବିଭିନ୍ନ ଆଳ ଦେଖାଇ ଠକମାନଙ୍କ କହିବା ଅନୁସାରେ ଶ୍ରୀ ରାଓ ୫୨ ହଜାର ଟଙ୍କା ଜମା କରିଥିଲେ ।

ପୁଣି ୨୦୨୦ ଡିସେମ୍ବର ୨୫ ତାରିଖରେ ନିଯୁକ୍ତିପତ୍ର ପାଇଁ ଏକ ଫୋନ ପେ ନମ୍ବରରେ ୧୫ ହଜାର ଟଙ୍କା ପଠାଇବାକୁ  ଫୋନ ଆସିଥିଲା। ଏହି ଅନୁସାରେ ଶ୍ରୀ ରାଓ ଫୋନପେ ଏକାଉଣ୍ଟରେ ଟଙ୍କା ପଠାଇଥିଲେ । କିନ୍ତୁ କୌଣସି ନିଯୁକ୍ତିପତ୍ର ନପାଇବାରୁ ଶ୍ରୀ ରାଓ ସେହି ଠକମାନଙ୍କୁ ତାଙ୍କ ଟଙ୍କା ଫେରାଇବାକୁ କହିଥିଲେ । ତେବେ ଟଙ୍କା ଫେରସ୍ତ ଦେବାକୁ ୨ ହଜାର ଟଙ୍କା ଫୋନ ପେ’ରେ ଜମା କରିବାକୁ ପଡ଼ିବ ବୋଲି ସେମାନେ କହିଥିଲେ । ସେହି ଅନୁସାରେ ଶ୍ରୀ ରାଓ ଟଙ୍କା ଜମା କରିଥିଲେ । କିନ୍ତୁ ଏହାପରେ ଶ୍ରୀ ରାଓ ଫୋନ କରିବାରୁ ସେହି ନମ୍ବରଟି ବନ୍ଦଥିଲା । ତେବେ ସେ ଠକାମିର ଶିକାର ହୋଇଥିବା ଜାଣି ଶ୍ରୀ ରାଓ ଅନୁଗୁଳ ଏସପିଙ୍କୁ  ଲିଖିତଭାବେ ଜଣାଇଥିଲେ । ଏହି ଅଭିଯୋଗକୁ ତଦନ୍ତ କରିବା ପାଇଁ ଏସପି ଅନୁଗୁଳ ଥାନା ଆଇଆଇସି ରମେଶ ଚନ୍ଦ୍ର ବିଶୋଇଙ୍କୁ ତଦନ୍ତଭାର ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁକରି  ଅନୁଗୁଳ ଥାନା ଆଇଆଇସି ଶ୍ରୀ ବିଶୋଇ ଘଟଣାର ତଦନ୍ତ କରିଥିଲେ । ତଦନ୍ତରୁ ଉକ୍ତ ଆକାଉଣ୍ଟ ନମ୍ବରଟି ଅନୁଗୁଳ ସହରର ରାଜକିଶୋରପଡ଼ାର ରଞ୍ଜନ ତ୍ରିପାଠୀଙ୍କ ସ୍ତ୍ରୀ ମିତାଲି ତ୍ରିପାଠୀ(୨୭)ଙ୍କ ନାମରେ ଥିବା ଜଣାପଡ଼ିଥିଲା ।

 ଅନ୍ୟପକ୍ଷରେ ଫୋନପେ ନମ୍ବରଟି ରଞ୍ଜନଙ୍କ ନାମରେ ରହିଥିଲା ।  ପୁଲିସ ଚଢ଼ଉକରି ମିତାଲି, ରଞ୍ଜନଙ୍କୁ ଥାନାରେ ପଚରାଉଚୁରା କରିବାରୁ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ରଞ୍ଜନ କୁମାର ସାହୁ(୩୦) ଖବର କାଗଜରେ ଏହି ବିଜ୍ଞାପନ ପ୍ରକାଶନ କରାଇ ଏହି ର‌୍ୟାକେଟରେ ସାମିଲ ଥିଲେ ବୋଲି ସ୍ୱୀକାର କରିଥିଲେ । ପରେ  ପୁଲିସ ରଞ୍ଜନଙ୍କୁ ମଧ୍ୟ ଗିରଫକରିଛି । ଅଭିଯୁକ୍ତମାନଙ୍କଠାରୁ ୩ଟି ବ୍ୟାଙ୍କ ପାସବୁକ, ୩ଟି ଏଟିଏମ୍ କାର୍ଡ, ୩ଟି ମୋବାଇଲ,  ପ୍ୟାନଓ ଆଧାର କାର୍ଡ ଓ ଗୋଟିଏ ବାଇକ(ଓଡି-୧୯ଏଲ-୮୮୫୮)କୁ ଜବତକରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking