39.1 C
Bhubaneswar
Friday, April 26, 2024
Homeସ୍ୱାସ୍ଥ୍ୟକେତେ ଉପକାରୀ ମେଥି ପତ୍ର

କେତେ ଉପକାରୀ ମେଥି ପତ୍ର

ଭୁବନେଶ୍ୱର : ଭାରତୀୟ ମାନେ ବ୍ୟଞ୍ଜନରେ ମେଥି ପତ୍ରର ବହୁଳ ବ୍ୟବହାର କରିଥାନ୍ତି। ମେଥି ପତ୍ରରେ ପୋଷକତତ୍ତ୍ବ ଭରପୂର ହୋଇଥିବାବେଳେ ଆମ ସ୍ବାସ୍ଥ୍ୟ ସହ କେଶ, ତ୍ବଚା ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

– ଶୁଖିଲା ମେଥି ପତ୍ରକୁ ଗ୍ରାଇଣ୍ଡିଂ କରି ଏୟାର-ଟାଇଟ୍ ଡବାରେ ରଖନ୍ତୁ। ତ୍ବଚା କିମ୍ବା କେଶ ପାଇଁ କୌଣସି ପ୍ୟାକ୍ ଲଗାଇବାବେଳେ ଏହି ମେଥି ପତ୍ର ଗୁଣ୍ଡକୁ ବ୍ୟବହାର କରନ୍ତୁ।

– ମେଥି ପତ୍ର ବଟା, ଲେମ୍ବୁ ରସ ମିଶାଇ କେଶରେ ଲଗାଇଲେ ରୁପି ସମସ୍ୟା ଦୂର ହୁଏ। ମେହେନ୍ଦୀ ପ୍ୟାକ୍‌ରେ ମେଥି ପତ୍ର ବଟାକୁ ମିଶାଇ କେଶରେ ଲଗାଇଲେ କେଶ ମୂଳ ଶକ୍ତ ହୁଏ।

କେଶ ଅଧିକ ପରିମାଣରେ ଝଡ଼ୁଥିଲେ କିମ୍ବା ରୁପି ହେଉଥିଲେ, ମେଥି ପତ୍ରକୁ ବାଟି ସେଥିରେ ଦହି ମିଶାଇ କେଶମୂଳରେ ଲଗାଇ ଶୁଖିବା ପରେ ଧୋଇନେବେ। ସପ୍ତାହକୁ ଥରେ ଏଇ ପ୍ୟାକ୍କୁ ବ୍ୟବହାର କରନ୍ତୁ।

– ମେଥି ପତ୍ରକୁ ଭଲରେ ବାଟି ସେଥିରେ ମହୁ ୨ ଚାମଚ ମିଶାଇ ତ୍ବଚାରେ ଲଗାନ୍ତୁ । ୨୦ ମିନିଟ୍ ପରେ ଏଇ ପ୍ୟାକ୍‌କୁ ଉଷୁମ ପାଣିରେ ଧୋଇନିଅନ୍ତୁ। ତ୍ବଚା ଶୁଷ୍କ ଲାଗୁଥିଲେ, ଏହି ପ୍ୟାକ୍ ପ୍ରତିଦିନ ସ୍ନାନ ପୂର୍ବରୁ ବ୍ୟବହାର କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking