31.1 C
Bhubaneswar
Friday, March 29, 2024
Homeଖେଳଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମର କୋଚ୍ ହେବେ ରାହୁଲ ଦ୍ରାଭିଡ

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମର କୋଚ୍ ହେବେ ରାହୁଲ ଦ୍ରାଭିଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶ୍ରୀଲଙ୍କା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି । ତେବେ ଏଥିରେ କୋଚଙ୍କ ନାମକୁ ନେଇ କୌଣସି ପ୍ରକାର ସୂଚନା ଦିଆଯାଇନଥିଲା । ହେଲେ ଏବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହା ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାଭିଡ  ଭାରତୀୟ ଟିମର କୋଚ୍ ରହିବେ । ତେବେ ପୂର୍ବରୁ ଅନେକ ରିପୋର୍ଟରେ ଏହାକୁ ନେଇ ଖବର ସାମ୍ନାକୁ ଆସୁଥିଲା କି ଦ୍ରାଭିଡଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ କୋଚ୍ ବନାଯାଇପାରେ । ସୋରଭ ଗାଙ୍ଗୁଲି କହିଛନ୍ତି, ରାହୁଲ ଦ୍ରାଭିଡ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଟିମର କୋଚ ରହିବେ । ଦ୍ରାଭିଡ ଗତ କିଛି ବର୍ଷ ଧରି ଇଣ୍ଡିଆ ଅଣ୍ଡର ୧୯ ଓ ଇଣ୍ଡିଆ ଏ ସହିତ କୋଚ୍ ହିସାବରେ କାମ କରୁଛନ୍ତି ।
ଭାରତ ଏହି ସମୟରେ ଏକାସାଙ୍ଗରେ ଦୁଇଟି ସିରିଜ ଖେଳିବ । ବିରାଟ କୋହଲୀଙ୍କ ନେତୃତ୍ୱରେ ଭାରତୀୟ ଟିମ ବର୍ତମାନ ଇଂଲଣ୍ଡ ଗସ୍ତରେ ରହିଛି । ଯେଉଁଠି ନ୍ୟୁଜିଲାଣ୍ଡ ବିପକ୍ଷରେ ଆଇସିସି ବିସ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଓ ପରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚର ଟେଷ୍ଟ ସିରିଜ ଖେଳିବ । ଅନ୍ୟପଟେ ଏହା ମଧ୍ୟରେ ଶିଖର ଧାବନଙ୍କ ନେତୃତ୍ୱରେ ଭାରତୀୟ ଟିମ ଶ୍ରୀଲଙ୍କାରେ ୧୩ରୁ ୨୫ ଜୁଲାଇ ମଧ୍ୟରେ ତିନି ମ୍ୟାଚର ଦିନିକିଆ ସିରିଜ ଓ ଟି୨୦ ସିରିଜ ଖେଳିବ । ଶ୍ରୀଲଙ୍କା ଗସ୍ତ ପାଇଁ ସେହି ଖେଳାଳୀଙ୍କୁ ସ୍ଥାନ ମିଳିଛି, ଯିଏ ଇଂଲଣ୍ଡ ଗସ୍ତରେ ନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking