38.1 C
Bhubaneswar
Friday, April 26, 2024
Homeଖାଦ୍ୟବିଭିନ୍ନ ପ୍ରକାରର ରୋଗକୁ ଦୂର କରିଥାଏ ସିଝା ବାଦାମ୍...

ବିଭିନ୍ନ ପ୍ରକାରର ରୋଗକୁ ଦୂର କରିଥାଏ ସିଝା ବାଦାମ୍…

ଅଧିକାଂଶ ଲୋକେ ଟାଇମ୍ ପାସ୍ ପାଇଁ ସିଝା ବାଦାମ୍ ଖାଇବାକୁ ପସନ୍ଦ କରିଥାନ୍ତି । ଏହି ସିଝା ବାଦାମ୍ ଯେ କେବଳ ଟାଇମ୍ ପାସ୍ ପାଇଁ ଖିଆଯାଏ ତାହା ନୁହେଁ ଏଥିରେ ଅନେକ ପ୍ରକାରର ଓୌଷଧିୟ ଗୁଣ ମଧ୍ୟ ଥାଏ । ପୌଷ୍ଟିକ ଆହାରରେ ସମ୍ପୁର୍ଣ୍ଣ ରୂପରେ ଭରପୁର ଥିବା ଏହି ବାଦାମକୁ ଭାଜି ଖାଇବା ଅପେକ୍ଷା ସିଝାଇ ଖାଇଲେ ଏହାର କ୍ୟାଲୋରୀ ୪ ଗୁଣ ବଢିଯାଇଥାଏ । ଗବେଷକଙ୍କ ମତରେ ୧୦୦ ଗ୍ରାମ୍ ସିଝା ବାଦାମରେ ୨୮୦ କ୍ୟାଲୋରୀ ଥାଏ । ସିଝା ବାଦାମ୍ ଖାଇବା ଦ୍ୱାରା ଆମ ଶରୀର ଫୁର୍ତ୍ତି ହୋଇଥାଏ । ଯଦି ଆପଣ ନିଜ ଓଜନକୁ କମ୍ କରିବାକୁ ଚାହାନ୍ତି ତେବେ ଆହାରରେ ସିଝା ବାଦାମ୍ ନିଶ୍ଚୟ ଖାଆନ୍ତୁ ।
ବାଦାମରେ ଅଧିକ ପରିମାଣର ଫାଇବର ଥାଏ । ଯାହା ଖାଇବା ଦ୍ୱାରା ଖାଦ୍ୟ ଜଲଦି ହଜମ ହୋଇଥାଏ ଏବଂ ଏଥିରେ ଅନ୍ତନଳୀ ବି ସଫା ହୋଇଥାଏ । ଏହାସହ ଶରୀରର ମେଟାବୋଲିଜିମ୍ ମଧ୍ୟ ଭଲ ହୋଇଯାଏ । ଯାହା ଦ୍ୱାରା ଶରୀରରେ ଥିବା ଏକ୍ସଟ୍ରା ଫ୍ୟାଟ୍ ମଧ୍ୟ ଦୂର ହୋଇଥାଏ । ହୃଦରୋଗ, ଡାଇବେଟିସ୍, କୋଷ୍ଠକାଠିନ୍ୟ, ମୋତିଆବିନ୍ଦୁ, ଛୋଟ ପିଲାଙ୍କ ମସ୍ତିଷ୍କର ବିକାଶ ବାଦାମ ଖାଇବା ଦ୍ବାରା ହୋଇଥାଏ । ଏଥିରେ ଏମିନୋ ଏସିଡ୍ ଏବଂ ଅତ୍ୟଧିକ ପରିମାଣର ପ୍ରୋଟିନ୍ ମଧ୍ୟ ଥାଏ । ମାଂପପେଶୀକୁ ଟାଣ କରିବା ସହ ବିଭିନ୍ନ ଅଙ୍ଗର ବିକାଶ ମଧ୍ୟ କରିଥାଏ । ଏହା ଶରୀରରେ ଲାଲ୍ ରକ୍ତକଣିକା, ଫୋଲେଟ୍ ଏବଂ ଫୋଲିକ୍ ଏସିଡ୍ ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରିଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking