ସାବତ ବାପାର କାରନାମା

ପୁଣେ: ଦିନକୁ ଦିନ ମହିଳା ଓ ଯୁବତୀ ମାନଙ୍କ ପ୍ରତି ଦୁଷ୍କର୍ମ , ଦୁର୍ବ୍ୟବହାର ଓ ଅସଦାଚରଣ ଭଳି ଘଟଣା ବଢିବାରେ ଲାଗିଛି । ତେବେ ଏହିଭଳି ଏକ ଲଜ୍ଜା ଏବଂ ଲୋମହର୍ଷଣକାରୀ ଘଟଣା ମହାରାଷ୍ଟ୍ରର ପୁଣେ ଠାରେ ହୋଇଥିବା ଜଣାପଡିଛି । ଜଣେ ୧୫ ବର୍ଷୀୟା ନାବାଳିକା ତାଙ୍କର ସାବତ ବାପାଙ୍କ ଦ୍ବାରା ଯୌନ ଅସଦାଚରଣ ପରେ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ପୁଣେର ଭୋସାରି ଅଞ୍ଚଳରେ ଏହି ଲଜ୍ଜା ଜନକ ଘଟଣା ଘଟିଯାଇଛି । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୁଲିସ୍ ଅଭିଯୁକ୍ତ ବାପାଙ୍କ ନାମରେ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଜଣେ ବ୍ୟକ୍ତି ତାଙ୍କ ୯ ବର୍ଷର ପୋଷ୍ୟ କନ୍ୟାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶିଶୁଟି ସହରୀ ଜୀବନଶୈଳୀକୁ ଆପଣେଇ ନପାରିବାରୁ  ‌ତାକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଦମ୍ପତି ତା’ର ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଜାଣିବାକୁ ମିଳିଛି ଯେ ଶିଶୁଟି ଦମ୍ପତିଙ୍କ ଝିଆରୀ । ତାକୁ ସେମାନେ ସରକାରୀ ସ୍ବୀକୃତି ବିନା ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଘଟଣାଟି ସେତେବେଳେ ଲୋକଲୋଚନକୁ ଆସିଲା ଯେତେବେଳେ ନାବାଳିକାର ନିଜ ମାଆ ପୁଲିସ୍‌ ‌ଷ୍ଟେସନ୍‌ରେ ଅଭିଯୋଗ ଆଣିଲେ । ନାବାଳିକା ସହ ପ୍ରାୟ ୧ ସପ୍ତାହ ଧରି କଥାବାର୍ତ୍ତା ହୋଇନପାରିବା କାରଣରୁ ଝିଅଟିର ଜନ୍ମକଲା ମାଆ ପୁଲିସ୍‌ରେ ପୋଷ୍ୟ ବାପାମାଆଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତ ସାବତ ବାପାଙ୍କୁ ପୋଲିସ ଏଯାଏଁ ଗିରଫ କରି ନଥିବା ପୋଲିସ ସୂଚନା ଦେଇଥିବା ଜଣାପଡିଛି ।
https://onakhabar.com/2019/12/13/rape-30/