31.1 C
Bhubaneswar
Tuesday, May 7, 2024
Homeସ୍ୱାସ୍ଥ୍ୟଅଧିକ ଲୁଣ ଖାଉଥିଲେ ହୋଇଯାନ୍ତୁ ସାବଧାନ, ନଚେତ ଭୋଗିପାରନ୍ତି ଅନେକ ସମସ୍ୟା

ଅଧିକ ଲୁଣ ଖାଉଥିଲେ ହୋଇଯାନ୍ତୁ ସାବଧାନ, ନଚେତ ଭୋଗିପାରନ୍ତି ଅନେକ ସମସ୍ୟା

ଭୁବନେଶ୍ୱର : ଖାଦ୍ୟର ସୁସ୍ୱାଦୁ କରିବାରେ ଲୁଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଲୁଣ ବିନା ଖାଦ୍ୟର କୌଣସି ସ୍ବାଦ ନାହିଁ। ଏହା କହିବାର ଅର୍ଥ ହେଉଛି ଆପଣ ଯେତେ ସ୍ବାଦିଷ୍ଟ ଖାଦ୍ୟ କରିବାକୁ ଚାହାନ୍ତି ଯଦି ସେଥିରେ ଲୁଣର ମାତ୍ରା ଟିକେ କମ ଥାଏ କିମ୍ବା ଅଧିକ ଥାଏ ତାହା ଖାଦ୍ୟକୁ ନଷ୍ଟ କରିଦିଏ।କିନ୍ତୁ ଏହି ଲୁଣ ପାଟି ପାଇଁ ଯେତିକି ସୁଆଦିଆ ଶରୀର ପାଇଁ ସେତିକି କ୍ଷତିକାରକ। ଏହା ଆପଣଙ୍କୁ ଅକାଳ ମୃତ୍ୟୁ ହେବାର ମଧ୍ୟ କାରଣ ହୋଇପାରେ। ଏକ ବ୍ରିଟିଶଙ୍କ ଅଧ୍ୟୟନରୁ ଯାହା ସୂଚନା ମିଳିଛି ଯେଉଁମାନେ ସେମାନଙ୍କର ଭୋଜନରେ ଅତିରିକ୍ତ ଲୁଣ ବ୍ୟବହାର କରନ୍ତି ସେମାନଙ୍କର ବଞ୍ଚିବାର ଆଶା ହାରାହାରି ୨ ରୁ ୨.୨୮ ବର୍ଷ ହ୍ରାସ ହୋଇଯାଇଥାଏ। ତେବେ ଏହା ପୁରୁଷଙ୍କ କ୍ଷେତ୍ରରେ ଅଧିକ ହୋଇଥିବା ବେଳେ ମହିଳା କ୍ଷେତ୍ରରେ କ୍ରମଶଃ କମ ଅଛି। ତେଣୁ ଏହା ସୂଚନା ଦିଆଯାଇଛି ଯେ ପୁରୁଷ ମାନେ ତାଙ୍କ ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରିବା ଆଦୌ ଉଚିତ ନୁହେଁ। ଅଧ୍ୟୟନର ଫଳାଫଳରେ ଏହା ମଧ୍ୟ ପ୍ରକାଶ ଯେ ଯେଉଁମାନେ ଲୁଣ ବ୍ୟବହାର କରନ୍ତି ସେମାନେ ଉଚ୍ଚ ରକ୍ତ ଚାପର ଶୀକାର ହୋଇଥାଆନ୍ତି। ୨୦୦୬ରୁ ୨୦୧୦ ମଧ୍ୟରେ ତଥ୍ୟ ସଂଗ୍ରହ ହେବା ପରେ ପ୍ରାୟ ୧୮,୫୦୦ ଅକାଳ ମୃତ୍ୟୁ ରେକର୍ଡ କରାଯାଇଛି। କିନ୍ତୁ ଏହା ବ୍ୟତୀତ, ଅଧ୍ୟୟନ ଅନୁସନ୍ଧାନକାରୀମାନେ ମଧ୍ୟ ଜାଣିବାକୁ ପାଇଲେ ଯେ ଅଧିକ ଫଳ ଏବଂ ପନିପରିବା ଖାଉଥିବା ଲୋକଙ୍କ କ୍ଷେତ୍ରରେ ବିପଦ ସାମାନ୍ୟ କମିଯାଇଥାଏ। ଏହା ସହିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନଅନୁଯାୟୀ, ଯେଉଁମାନେ ଅଧିକ ସୋଡିୟମ୍ ବ୍ୟବହାର କରୁଛନ୍ତି ସେମାନଙ୍କର ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଥାଏ। ଏହା ସହିତ ସେମାନଙ୍କର ହୃଦ୍ ରୋଗ ଏବଂ ଷ୍ଟ୍ରୋକ୍ ଭଳି ସମସ୍ୟା ବୃଦ୍ଧି ପାଇଥାଏ। ତେଣୁ ଯଦି ଆପଣ ମାନଙ୍କୁ ଆପଣଙ୍କର ଜୀବନ ମୁଲ୍ୟବାନ ଲାଗୁଛି ଆପଣଙ୍କୁ ଏହି ସବୁ ସମସ୍ୟା ଠାରୁ ଦୂରେଇ ରହିବାକୁ ପଡିବ। ଲୁଣ କୁ ଆପଣଙ୍କର ପ୍ରତିଦିନ ଖାଦ୍ୟରେ କମରୁ ଅତି କମ ପରିମାଣରେ ବ୍ୟବହାର କରନ୍ତୁ । ଏହା ସହିତ ଆପଣଙ୍କ ଜୀବନ ପ୍ରତି ରହିଥିବା ବିପଦକୁ ମଧ୍ୟ ଏଡାଇ ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking