38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମୁମ୍ବାଇର ୨୬/୧୧ ଆତଙ୍କବାଦ ଆକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତ ନଥିଲେ ମନମୋହନ ସିଂ : ବାରାକ...

ମୁମ୍ବାଇର ୨୬/୧୧ ଆତଙ୍କବାଦ ଆକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତ ନଥିଲେ ମନମୋହନ ସିଂ : ବାରାକ ଓବାମା


ୱାସିଂଟନ : ଆମେରିକାର ପୁର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଜିବନୀ ପୁସ୍ତିକା ‘ ଏ ପ୍ରୋମିଶ୍‌ଡ଼ ଲ୍ୟାଣ୍ଡ’ କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ବିଶେଷକରି ଭାରତର ଗଣମାଧ୍ୟମରେ ଏହାର ଆଲେଚନା ଗତ ୪ ଦିନ ହେବ ଜୋର ସୋରରେ ଚାଲିଛି । ତାହାର କାରଣ ହେଉଛି ଓବାମାଙ୍କ ଭାରତୀୟ ରାଜନୀତି ଉପରେ କରିଥିବା ଟିପ୍ପଣୀ । ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ନେଇ ଆଲେଚନା କରିବା କରିବାପରେ ମନମୋହନ ସିଂଙ୍କୁ ସେ ତାଙ୍କ ପୁସ୍ତକରେ ଚିତ୍ରଣ କରିଛନ୍ତି ।
ଓବାମା ଲେଖିଛନ୍ତି ଯେ ପାକିସ୍ଥାନ ମୁମ୍ବାଇ ଉପରେ କରିଥିବା ୨୬/୧୧ ଆତଙ୍କବାଦ ଆକ୍ରମଣ ପାଇଁ ମନମୋହନ ସିଂ ପ୍ରସ୍ତୁତ ନଥିଲେ । ସେ ଏହି ଆକ୍ରମଣକୁ ନିୟନ୍ତ୍ରଣ କରିବାକୁ ପଛାଉଥିଲେ । ଏହି କଥାରୁ ସେ ଚିନ୍ତିତ ମଧ୍ୟ ଥିଲେ ଯେ ଦେଶରେ ମୁସଲମାନ ବିରେଧୀ ଭାବନା ଦିନକୁ ଦିନ ବଢିବାରେ ଲାଗିଛି ଓ ଏହାର ସିଧାସଳଖ ଫାଇଦା ଭାରତୀୟ ଜନତା ପାର୍ଟିକୁ ହେବ ।ତେଣୁ ସେ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଦ୍ୱନ୍ଦରେ ଥିଲେ । ଯେବେକି ଏହି ଆକ୍ରମଣ ଘଟଣା ପାଇଁ ମନମୋହନ ସିଂଙ୍କୁ ରାଜନୈତିକ ସ୍ତରରେ ବହୁତ କ୍ଷତି ସହିବାକୁ ପଡ଼ିଥିଲା ।
ଗୋଟିଏ ସପ୍ତାହରେ ମନମୋହନ ସିଂଙ୍କ ପାଇଁ ଦୁଇ ଦୁଇ ଥର ଟିପ୍ପଣୀ କରି କଂଗ୍ରେସ ପାଇଁ ଅସୁବିଧା ବଢାଇ ଦେଇଛନ୍ତୁି ଓବାମା । ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀ ହେବାର କାରଣ ସେ ତାଙ୍କ ପୁସ୍ତକରେ ପ୍ରକାଶ କରିଛନ୍ତିି । ମନମୋହନ ତାଙ୍କ ଲୋକପ୍ରିୟତା ଯୋଗୁଁ ନୁହଁ ବରଂ ସୋନିଆ ଗାନ୍ଧୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । । କାରଣ ମନମୋହନ ସିଂ ଏପରି ଜଣେ ବରିଷ୍ଠ ଶିଖ ନେତା ଥିଲେ ଯାହାଙ୍କର କୈାଣସି ରାଜନୈତିକ ଆଧାର ନଥିଲା । ଏପରି ଜଣେ ନେତାଙ୍କଠାରୁ ସୋନିଆ ଗାନ୍ଧୀଙ୍କୁ ତାଙ୍କ ୪୦ ବର୍ଷ ପୁଅ ପାଇଁ କୌଣସି ରାଜନୈତିକ ଅସୁବିଧା ନଥିଲା । ପୁସ୍ତକରେ ସେ କଂଗ୍ରେସ ଅଧକ୍ଷ୍ୟ ରାହୁଲ ଗାନ୍ଧିଙ୍କୁ ଏକ ଅପରିପକ୍ୱ ଓ ପିଲାଳିଆ ବ୍ୟବହାର କରୁଛନ୍ତି ବୋଲି କହି ଚିତ୍ରଣ କରିଛନ୍ତି ଏବଂ ଏହିପରି ବାରାକ ଓବାମା ବିଶ୍ୱର ବିଭିନ୍ନ ଦେଶର ରାଜନୀତିଜ୍ଞଙ୍କ ଉପରେ ସମୀକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking