ଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା ; ୧୧ ମୃତ


ଭଦୋଦରା : ଗୁଜୁରାଟର ଭଦୋଦରା ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବୁଧବାର ଦିନ ସକାଳେ ୱାଘେଡ଼ିଆ କ୍ରସିଂ ନିକଟରେ ଏକ ବସଟି ଟ୍ରକ ସହ ମୁହାମୁହିଁ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲ । ବସରେ ବହୁ ସଂଖ୍ୟାରେ ଯାତ୍ରୀ ଥିଲେ ସେହି ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ରୁ ଉର୍ଦ୍ଧ ଆହାତ ହୋଇଛନ୍ତି । ଭୋର ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା ।
ଖବର ପାଇ ଭଦୋଦରା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅରମ୍ଭ କରିବା ସହ ଆହାତ ଯାତ୍ରୀ ମାନଙ୍କୁ ଡ଼ାକ୍ତରଖାନା ପଠାଇଛି । ଏନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଟ୍ୱିଟ ଯୋଗେ ଦୁଖ ପ୍ରକାଶ କରିଛନ୍ତି ଓ ସରକାରଙ୍କ ତରଫରୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଦୁର୍ଘଟଣା ରେ ଦୁଃଖ ପ୍ରକାଶ କରିବା ସହ ଆହାତ ମାନଙ୍କର ଆରୋଗ୍ୟ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here