39.1 C
Bhubaneswar
Friday, April 26, 2024
Homeଓଡିଶାଯୁବତୀଙ୍କୁ ହତ୍ୟା ଅଭିଯୋଗ

ଯୁବତୀଙ୍କୁ ହତ୍ୟା ଅଭିଯୋଗ

ବରଗଡ : ଗାଇସିଲେଟ ବ୍ଲକ ଅନ୍ତର୍ଗତ ଟୁରୁଚା ଗ୍ରାମର ପିଙ୍କି ସାହୁଙ୍କ ଆଜି ସକାଳ ପ୍ରାୟ ୪ ଟା ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପିଙ୍କିଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ଅନୁସାରେ ତିନି ବର୍ଷ ପୂର୍ବରୁ ଟୁରୁଚା ଗ୍ରାମର ଅଶୋକ ସାହୁ ନାମକ ଯୁବକ ପିଙ୍କିଙ୍କୁ ପ୍ରେମ ରେ ଫସାଇ କଲେଜକୁ ପାଠ ପଢ଼ିଯିବା ସମୟରେ ରାସ୍ତାରୁ ଉଭୟ ପଳାଇଯାଇ ପ୍ରେମ ବିବାହ କରିଥିଲେ । ତାଙ୍କ ମଧ୍ୟରେ ସମ୍ପର୍କ ଠିକ୍ ଠାକ୍ ଥିଲା ହେଲେ କିଛି ମାସ ପରେ ଅଶୋକ ସାହୁଙ୍କ ମା ବାପା ଓ ଅଶୋକ ଯୌତୁକ ନିର୍ଯ୍ୟାତନା ଦେବା ସହ ମାନସିକ ନିର୍ଯାତନା ଦେଇଆସୁଥିଲେ । ପିଙ୍କିଙ୍କ ଦୁଇ ବର୍ଷ ର ଶିଶୁ କନ୍ୟା ଟିଏ ମଧ୍ୟ ଅଛି । ଆଜି ହଠାତ୍ ସକାଳୁ ପିଙ୍କିଙ୍କ ପରିବାର ଖବର ପାଇଲେ ପିଙ୍କିଙ୍କ ମୃତ୍ୟୁ ହୋଇଛି ତେବେ ବର୍ତ୍ତମାନ ଗାଇସିଲେଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏନେଇ ଗାଇସିଲେଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking