30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଅକ୍ଟୋବରରେ ୨୧ ଦିନ ବ୍ୟାଙ୍କ ରହିବ ବନ୍ଦ

ଅକ୍ଟୋବରରେ ୨୧ ଦିନ ବ୍ୟାଙ୍କ ରହିବ ବନ୍ଦ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ସରିବା ପାଇଁ ଆଉ ୪ଦିନ ବାକି ରହିଥିବା ବେଳେ ଅକ୍ଟୋବର ମାସରେ ମଧ୍ୟ ଅନେକ ଦିନ ଛୁଟି ରହିବ ବ୍ୟାଙ୍କ। ଆସନ୍ତା ମାସରେ ମୋଟ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ । ଅକ୍ଟୋବର ମାସରେ ନବରାତ୍ରୀ(Navratri) ଠାରୁ ଆରମ୍ଭ କରି ଦଶହରା(Dussehra), ଦିପାବଳୀ(Deepawali) ଭଳି ଅନେକ ପର୍ବ ରହିଛି । ତେଣୁ ଅକ୍ଟୋବର ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନ ଗୁଡିକ ଜାଣିରଖିବା ଉଚିତ୍ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ( Reserve Bank of India) ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ତେଣୁ ଆଗାମୀ ମାସରେ ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନଗୁଡିକ ଜାଣିରଖିବା ଉଚିତ୍ ।

ରିଜର୍ଭ ବ୍ୟାଙ୍କ(RBI) ଗାଇଡଲାଇନ ଅନୁଯାୟୀ, ଅକ୍ଟୋବର ମାସର ପ୍ରଥମ ଭାଗରେ ହିଁ ୯ ଦିନ ଛୁଟି ରହିବ ବ୍ୟାଙ୍କ(Bank Holiday) । ଏହାସହ ମୋଟ ମାସରେ ୨୧ ଦିନ ଛୁଟି ରହିବ । ଏହି ଛୁଟି ରାଜ୍ୟ ଏବଂ ସେଠାକାର ପର୍ବପର୍ବାଣୀ ହିସାବରେ ଭିନ୍ନ ଭିନ୍ନ ହୋଇପାରେ । ବ୍ୟାଙ୍କର ଛୁଟି ତାଲିକା ଆରବିଆଇ ତରଫରୁ ଜାରି କରାଯାଇଥାଏ । ଏହି ତାଲିକା ଦେଶବ୍ୟାପୀ ପାଳନ ହେଉଥିବା ପର୍ବପର୍ବାଣୀ ଏବଂ ରାଜ୍ୟ ହିସାବରେ ହୋଇଥାଏ ।

ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସରେ ଅନେକ ପର୍ବ ପର୍ବାଣୀ ପଡିଥାଏ । ଏହାସହ ବ୍ୟାଙ୍କ ମଧ୍ୟ ଅଧିକ ଦିନ ଛୁଟି ରହିବ । ଆଗାମୀ ମାସରେ ଦୁର୍ଗା ପୂଜା(Durga Puja), ଦଶହରା(Dussehra), ଦୀପାବଳୀ(Diwali), ଇଦ୍(Eid) ସମେତ ଅନେକ ପର୍ବପର୍ବାଣୀରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ତେଣୁ ଅକ୍ଟୋବରରେ ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନ ଗୁଡିକ ଜାଣିରଖିବା ଉଚିତ୍ ।

ଏହା ବ୍ୟତୀତ ବ୍ୟାଙ୍କ ଗୁଡିକର ଅନଲାଇନ୍ ସେବା(Online Banking) ଦିନସାରା କାର୍ଯ୍ୟକ୍ଷମ ହେବ । ଛୁଟିଦିନରେ ମଧ୍ୟ ଆପଣ ଏହାର ଫାଇଦା ଉଠାଇ ପାରିବେ । ବିଭିନ୍ନ ରାଜ୍ୟର ପର୍ବପର୍ବାଣୀକୁ ଉପରେ ବ୍ୟାଙ୍କ ଛୁଟି ମଧ୍ୟ ନିର୍ଭର କରେ । ତେବେ ବ୍ୟାଙ୍କ ବନ୍ଦ ରହିବା ସମୟରେ ଆପଣ ଅନଲାଇନ ମୋଡରେ କାମ କରିପାରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking