39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବାଂଲାଦେଶର ଦୀର୍ଘତମ ରେଲ୍‌-ରୋଡ୍ ବ୍ରିଜ୍ ଉଦ୍‌ଘାଟିତ

ବାଂଲାଦେଶର ଦୀର୍ଘତମ ରେଲ୍‌-ରୋଡ୍ ବ୍ରିଜ୍ ଉଦ୍‌ଘାଟିତ

ଢାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଶନିବାର ବହୁ ପ୍ରତୀକ୍ଷିତ ଦେଶର ଦୀର୍ଘତମ ପଦ୍ମା ବ୍ରିଜ୍‌ର ଉଦ୍‌ଘାଟନ କରିଛନ୍ତି । ପଦ୍ମାନଦୀ ଉପରେ ନିର୍ମିତ ୬.୧୫ କିମି ଲମ୍ବର ଏହି ଚାରି ଲେନ୍ ବିଶିଷ୍ଟ ରେଲ୍‌-ରୋଡ୍ ବ୍ରିଜ୍ ବାଂଲାଦେଶର ଦକ୍ଷିଣ-ପୂର୍ବ ଅଞ୍ଚଳକୁ ରାଜଧାନୀ ଢାକା ଏବଂ ଅନ୍ୟ ଅଞ୍ଚଳ ସହିତ ଯୋଡ଼ୁଛି । ଏହି ବହୁଉଦ୍ଦେଶୀୟ ରେଲ୍‌-ରୋଡ୍ ବ୍ରିଜ୍ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା ସମସ୍ତ ୩.୬ ବିଲିୟନ୍ ଡଲାର ସରକାର ନିଜେ ବହନ କରିଛନ୍ତି ।

ବ୍ରିଜ୍‌କୁ ଉଦ୍‌ଘାଟନ କରିବା ପରେ ଏହାର ନିର୍ମାଣରେ ସାମିଲ ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ହସିନା ନିଜର କୃତଜ୍ଞତା ଜଣାଇଥିଲେ । ଉଦ୍‌ବୋଧନରେ ସେ କହିଥିଲେ, ‘ଏହି ବ୍ରିଜ୍ କେବଳ ଇଟା, ସିମେଣ୍ଟ, ଲୁହା ଏବଂ କଂକ୍ରିଟ୍‌ରେ ନିର୍ମାଣ କରାଯାଇ ନାହିଁ, ବରଂ ଏହା ଆମର ଗର୍ବ, ଆମ ଦକ୍ଷତା, ଶକ୍ତି ଏବଂ ଗୌରବର ପ୍ରତୀକ । ଏହା ବାଂଲାଦେଶ ଲୋକଙ୍କ ବ୍ରିଜ୍ ।’ ପ୍ରାଥମିକ ଭାବେ ଏହି ପ୍ରୋଜେକ୍ଟ ୨୦୧୨ରେ ବିଶ୍ୱବ୍ୟାଙ୍କର ଏକ କନ୍‌ସୋର୍ଟିୟମ୍‌ର ଆର୍ଥିକ ସହାୟତାରେ ହେବାର ଥିଲା। ମାତ୍ର ବାଂଲାଦେଶୀ ଅଧିକାରୀମାନେ ଉଚ୍ଚସ୍ତରର ଦୁର୍ନୀତିଖୋର ଦର୍ଶାଇ କନ୍‌ସୋର୍ଟିୟମ୍ ଏହି ପ୍ରସ୍ତାବରୁ ଓହରି ଯାଇଥିଲା । ବାଂଲାଦେଶ ସରକାର ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହ କୌଣସି ଅନ୍ତର୍ଜାତୀୟ ସଂସ୍ଥାର ବିନା ଆର୍ଥିକ ସହାୟତାରେ ବ୍ରିଜ୍ ନିର୍ମାଣର ବ୍ୟୟଭାର ନିଜେ ତୁଲାଇବାକୁ ନିଷ୍ପତ୍ତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking