39.1 C
Bhubaneswar
Friday, April 26, 2024
Homeଓଡିଶାଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଜଳଛତ୍ର

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଜଳଛତ୍ର

ବଲାଙ୍ଗିର : ରାଜ୍ୟ ଶିକ୍ଷକ ଶିକ୍ଷା ଓ ଗବେଷଣା ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ “କର୍ତ୍ତବ୍ୟ ଅଭିଯାନ” କାର୍ଯକ୍ରମ ମାଧ୍ୟମରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ୍‌) ତରଫରୁ ଅନୁଷ୍ଠାନର ସମ୍ମୁଖ ଫାଟକ ନିକଟରେ ଏକ ଜଳଛତ୍ର ଖୋଲାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଜଳର ଉପକାରିତା ସମ୍ପର୍କରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରୀଷ୍ମଋତୁରେ ତାପମାତ୍ରା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇ ବାୟୁମଣ୍ଡଳ ଅସହ୍ୟ ଭାବେ ଉତ୍ତପ୍ତ ହୋଇଉଠେ ଏହାକୁ ଦୃଷ୍ଟିରେ ରଖି ବାଟୋଇ ମାନଙ୍କ ତୃଷା ନିବାରଣ ନିମନ୍ତେ ଅନୁଷ୍ଠାନ ତରଫରୁ ଏହି ପଦକ୍ଷେପ ନିଆଯାଇଛି । କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମାନସ କୁମାର ନାୟକ, ଶିକ୍ଷକ ପ୍ରଶିକ୍ଷକ ମନଧର ସାହୁ, ଚନ୍ଦନ ସାହୁ, ମଧୁପ ସୁନା, ଚିନ୍ମୟୀ ସାହୁ, ସ୍ୱପ୍ନା ସେଠଙ୍କ ସମେତ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking