28.1 C
Bhubaneswar
Friday, April 26, 2024
Homeଓଡିଶାବିଜେଡି ର ଜବାବ : ହୀନ ରାଜନିତୀ କରୁଛି କଂଗ୍ରେସ ନ୍ୟାୟପ୍ରାପ୍ତି ପାଇଁ ସମସ୍ତ ସହଯୋଗ...

ବିଜେଡି ର ଜବାବ : ହୀନ ରାଜନିତୀ କରୁଛି କଂଗ୍ରେସ ନ୍ୟାୟପ୍ରାପ୍ତି ପାଇଁ ସମସ୍ତ ସହଯୋଗ କରିବି – ରାଜେନ୍ଦ୍ର ହୋତା

ବଲାଙ୍ଗିର,(ଦେବାଶିଷ ମିଶ୍ର) : ମାକଡଚୁଆଁ ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାର ଏପର୍ଯ୍ୟନ୍ତ କୌଣସି ନିର୍ଯ୍ୟାସ ବା ସମାଧାନ ବାହାରି ନଥିବାବେଳେ ଏହି ଘଟଣା ଦୁଇ ଗୋଷ୍ଟି ରୁ ଦୁଇ ପରିବାର ଓ ପରେ ପରେ ଦୁଇ ରାଜନୈତିକ ବିରୋଧି ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ର କାରଣ ପାଲଟିଛି । ଗତକାଲି ଏହି ଘଟଣାରେ ସଦର ଥାନା ଘେରାଉ କରିବା ସହ କଂଗ୍ରେସ ଦଳ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଉକ୍ତ ଘଟଣାରେ ବିଜେଡି ନେତା ରାଜେନ୍ଦ୍ର ହୋତା ମୂଖ୍ୟ ଅଭିଯୁକ୍ତ ଥିବା ଦର୍ଶାଇ ତାଙ୍କର ଗିରଫ ତଥା ପଦରୁ ନିଲମ୍ବନ ଦାବୀ କରିଥିଲା । ଆଜି ଜିଲ୍ଲା ବିଜୁ ଜନତା ଦଳ ସମାନ ସ୍ଥାନ ଓ ସମୟରେ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକଙ୍କ ସମ୍ମୁଖରେ ଦଳର ଉତ୍ତର ରଖିଛି । ଜିଲ୍ଲା ବିଜେଡି ଉପସଭାପତି ପ୍ରଦୀପ ଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ, କଂଗ୍ରେସ ଦଳ ମାକଡଚୁଆଁର ଦୁଇ ପରିବାର ଓ ଗୋଷ୍ଠି ମଧ୍ୟରେ ଫାଟ ସୃଷ୍ଟି କରି ଅତି ହୀନ ରାଜନିତୀ କରୁଛି ବୋଲି ବଜେଡି କହିଛି । ଯୁବ ନେତା ରାଜେନ୍ଦ୍ର ହୋତା ଏହି ଘଟଣାରେ ସଂପୁର୍ଣ୍ଣ ନିର୍ଦ୍ଦୋଶ ଥିବା ବେଳେ କଂଗ୍ରେସ ଦଳ ତାଙ୍କର ସାଂଗଠନିକ ସାମର୍ଥ୍ୟ ଓ ରାଜନୈତିକ ଉତ୍ଥାନ ପ୍ରତି ଅସୁହା ମନୋଭାବ ରଖି ଲୋକଙ୍କୁ ତାଙ୍କ ବିପକ୍ଷରେ ଅଯଥା ଉତ୍ତେଜିତ କରୁଛି । ଘଟଣାର ସମାଧାନ ପାଇଁ ଯାଇଥିବା ସରପଞ୍ଚ ତଥା ଗାଁ ମାଟିର ପୁଅ ଶ୍ରୀ ହୋତାଙ୍କ ବିରୁଦ୍ଧରେ ଲୋକଙ୍କୁ ପ୍ରବର୍ତ୍ତାଇ ତାଙ୍କୁ ବଦନାମ କରିବାର ହୀନ ପ୍ରୟାସ କରୁଛି । ଅପରାଧିକ ପୃଷ୍ଠଭୁମୀ ସହାୟତାରେ କିଏ ରାଜନିତୀ କରି ଆସିଛି ବାଲାଙ୍ଗିର ବାସୀଙ୍କୁ ବେଶ ଜଣା । ଏହି ଦଳର ସଦସ୍ୟମାନେ ରାଜନୈତିକ ଉଦ୍ଦେଶ୍ୟରେ ଥାନା ଓ ବ୍ଲକ ପୋଡିବାର ଅତିତରେ ନଜିର ରହିଛି । ତେଣୁ ସେମାନେ ଅନ୍ୟକୁ ଅପରାଧୀ କହିବା ପୁର୍ବରୁ ନିଜକୁ ଟିକିଏ ପରଖି ନିଅନ୍ତୁ ବୋଲି ଦଳର ନେତାମାନେ ସାମ୍ବାଦିକମାନଙ୍କୁ କହିଥିଲେ । ସେହିପରି ବରକାନୀ ପଞ୍ଚୟତ ସରପଞ୍ଚ ତଥା ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା ଏହି ସମ୍ମିଳନୀରେ ଯେଗ ଦେଇ କହିଥିଲେ ଯେ, ମୋର ବିପକ୍ଷରେ ହୋଇଥୀବା ଅଭିଯୋଗ ସମ୍ପୁର୍ଣ୍ଣ ଭିତ୍ତିହୀନ । ପୋଲିସ ଏତଲାରେ ମୋ ନାଁ ମଧ୍ୟ ନାହିଁ । ଗାଁର ଯୁବକ ତଥା ସରପଞ୍ଚର ଦାୟୀତ୍ୱ କ୍ରମେ ପୋଲିସ ଉପସ୍ଥିତିରେ ମୁଁ କେବଳ ଉଭୟ ପରିବାରଙ୍କୁ ବୁଝାସୁଝା କରି ଗାଁରେ ଶାନ୍ତି ପ୍ରତିଷ୍ଟା କରିବା ପାଇଁ ଚେଷ୍ଟା କରିଥିଲି । କିନ୍ତୁ ମିର୍ଦ୍ଧା ପରିବାରଙ୍କୁ ମୋ ବିରୁଦ୍ଧରେ ପ୍ରବର୍ତ୍ତାଇ ମୋତେ ବଦନାମ କରିବାର ପ୍ରୟାସ କରାଯାଉଛି । ଯଦି ଆବଶ୍ୟକ ହୁଏ ତେବେ ବିଜୁ ଜନତା ଦଳର ଗୋଟିଏ ଶୃଙ୍ଖଳିତ ସଦଶ୍ୟ ଭାବେ ମୁ ତଦନ୍ତରେ ନ୍ୟାୟପ୍ରାପ୍ତି ପାଇଁ ସଂପୁର୍ଣ୍ଣ ସହେଯାଗ କରିବି ବୋଲି ଶ୍ରୀ ହୋତା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଆଜିର ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ କୈଳାସ ଚନ୍ଦ୍ର ମହାନ୍ତି, ବରିଷ୍ଠ ସଭ୍ୟ ଲଖ୍ମଣ ମେହେର, ପୁର୍ବତନ ପୌର ଅଧ୍ୟକ୍ଷ ପ୍ରଦୀପ ସାହୁ, ଓଡିଶା ମୋ ପରିବାର ଅଧ୍ୟକ୍ଷ ସାଗର ସଙ୍ଗମ ଶତପଥି ଓ ଛାତ୍ର ସଭାପତି ଗୁଞ୍ଜ ଖାନ ମଞ୍ଚାସିନ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking