37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗବାର୍ଡ ଫ୍ଲୁ ନେଇ ଆଲର୍ଟ ମୋଡରେ କେଜ୍ରିୱାଲ ସରକାର

ବାର୍ଡ ଫ୍ଲୁ ନେଇ ଆଲର୍ଟ ମୋଡରେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ: ବାର୍ଡ ଫ୍ଲୁ ନେଇ ଦିଲ୍ଲୀ ସରକାର ଏବେ ଆଲର୍ଟ ମୋଡରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଏକ ବୈଠକ କରିଛନ୍ତି । ଯେଉଁଥିରେ ବାର୍ଡ ଫ୍ଲୁ ନେଇ ଦୁଇଟି ଇଙ୍ଗ ନିଷ୍ପତ୍ତି ନିଆଯାଇଛି । ଜୀବନ୍ତ ପକ୍ଷୀ ଆମଦାନୀ ଉପରେ ସରକାର ରୋକ୍ ଲଗାଇଛନ୍ତି । ଏଥିସହତି ଗାଜିପୁର ପୋଲଟ୍ରି ମାର୍କେଟକୁ ୧୦ ଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସିଏମ ଅରବିନ୍ଦ କେଜ୍ରିଓାଲ ବୈଠକ ସରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଥିଲେ ଦିଲ୍ଲୀରେ ଲାଇଭ ବାର୍ଡ୍ସ ଇମ୍ପୋର୍ଟ ଉପରେ ପ୍ରତିବନ୍ଧକ ଲଗାଗଲା ଓ ଗାଜିପୁର ମାଂସବଜାରକୁ ୧୦ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଗଲା । ଦେଖିବାକୁ ଗଲେ , ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲଗାତର ଭାବରେ ପକ୍ଷୀମାନଙ୍କ ମୃତ୍ୟୁ ନେଇ ଖବର ସାମ୍ନାକୁ ଆସୁଛି । ମରୟର ବିହାରରେ ତିନି ଦିନରେ ୧୦୦ କାଉଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ଡାକ୍ତର ଏହାର ନୁମନା ନେଇଛନ୍ତି । ଦିଲ୍ଲୀରେ ଏପର୍ଯ୍ୟନ୍ତ ୧୦୪ ନମୁନା ସଂଗ୍ରହ କରାଯାଇଛି । ସିଏମ କେଜ୍ରିୱାଲ କହିଛନ୍ତି ଯେ ଆମେ ଜାଲନ୍ଦର ଲ୍ୟାବକୁ କିଛି ନମୁନା ପଠାଇଛୁ। ସୋମବାର ସୁଦ୍ଧା ଏହି ରିପୋର୍ଟ ଆସିବ। ରିପୋର୍ଟକୁ ଭିତ୍ତି କରି ଦିଲ୍ଲୀ ସରକାର ଆବଶ୍ୟକ ପଦକ୍ଷେପ ନେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ୨୪ ଘଣ୍ଟା ପାଇଁ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଦେଇଛୁ, ଯାହାର ନମ୍ବର ୨୩୮୯୦୩୧୮ । ଦିଲ୍ଲୀର ବିଭିନ୍ନ ସ୍ଥାନରୁ ପକ୍ଷୀମାନଙ୍କ ମୃତ୍ୟୁ, ବିଶେଷକରି କାଉଙ୍କ ମୃତ୍ୟୁ ଖବର ରହିଛି । ଉକ୍ତ ଜିଲ୍ଲାର ଦ୍ରୁତ ପ୍ରତିକ୍ରିୟା ଦଳ ତୁରନ୍ତ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking