38.1 C
Bhubaneswar
Friday, April 26, 2024
Homeଓଡିଶାପୁଲିସ ପ୍ରଶାସନ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ନର୍ସଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ହନ୍ତସନ୍ତ

ପୁଲିସ ପ୍ରଶାସନ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ନର୍ସଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ହନ୍ତସନ୍ତ

 
ବଲାଙ୍ଗୀର,- ଗତ ୧୩ ତାରିଖ ରାତିରେ ପ୍ରତିମା ପ୍ରଧାନ ନାମ୍ନି ଜଣେ କର୍ତ୍ତବ୍ୟରତ ନର୍ସଙ୍କୁ ଜଣେ ରୋଗୀଙ୍କ ସମ୍ପର୍କିୟମାନେ ମରଣାନ୍ତ ଆକ୍ରମଣ କରିଥିଲେ । ସମ୍ପୃକ୍ତ ନର୍ସ ଜଣଙ୍କ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ତେବେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ନର୍ସ ସଂଘ ତରଫରୁ ଦାବି କରାଯାଇଥିଲା । ହେଲେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନାହିଁ । ପ୍ରତିବାଦରେ ଆଜି ନର୍ସମାନେ ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଫଳରେ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ରୋଗୀସେବା ସମ୍ପୁର୍ଣ୍ଣ ଭାବେ ଠପ ହୋଇଯାଇଛି । ଏପଟେ ନର୍ସମାନେ ଆନ୍ଦୋଳନ କରୁଥିବା ବେଳେ ସେପଟେ ପୁଲିସ ପ୍ରଶାସନ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସମ୍ପୁର୍ଣ୍ଣ ଭାବେ ବ୍ୟସ୍ତ ରହିଥିଲା । ତେଣୁ ଏହାକୁ ନେଇ ଡାକ୍ତରଖାନା ପରିସରରେ ରୋଗୀଙ୍କ ସମ୍ପର୍କିୟମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଡାକ୍ତରଖାନା ସମ୍ମୁଖ ରାସ୍ତାକୁ ଆସି ଲୋକମାନେ କିଛି ସମୟ ପାଇଁ ରାସ୍ତାରୋକ ମଧ୍ୟ କରିଥିଲେ । ତେବେ ରମେଶ ନାମକ ଜଣେ ଯୁବକ ତାଙ୍କର ଛୋଟ ଛୁଆକୁ ଡାକ୍ତରଖାନାକୁ ଆଣିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା । ହେଲେ ଆନ୍ଦୋଳନ ଯୋଗୁଁ ଶିଶୁଟିର ଚିକିତ୍ସା କରିବାକୁ ନର୍ସମାନେ ମନା କରି ଦେଇଥିଲେ ବୋଲି ରମେଶ କହିଛନ୍ତି । ଏହି ଘଟଣା ପରେ ରମେଶ ସ୍ଥାନୀୟ ଆଦର୍ଶ ଥାନାକୁ ନେଇ ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ଏକ ମାମଲା ରୁଜୁ କରିଛନ୍ତି । ଅପର ପକ୍ଷରେ ଆଉ ଜଣେ ବ୍ୟକ୍ତି ଗୁୁରୁତର ଅଭିଯୋଗ କରିଛନ୍ତି । ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରସବ ପାଇଁ ଜଣେ ଡାକ୍ତର ୯୦୦ ଟଙ୍କା ମଧ୍ୟ ନେଇଛନ୍ତି । ଏବେ ତାଙ୍କର ପ୍ରସବ କରିବା ପାଇଁ ଅନୁରୋଧ କଲେ କେହି ଧରାଛୁଁଆ ଦେଉନାହାନ୍ତି । ପ୍ରଥମେ ଆଦର୍ଶ ଥାନାଧିକାରୀ ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପାଇଁ ଯାଇଥିଲେ । କିନ୍ତୁ ସେ ସଫଳ ହୋଇ ପାରିନଥିଲେ । ପରେ ଜିଲ୍ଲାପାଳ ଓ ଏସପି ମଧ୍ୟ ଆନ୍ଦୋଳନ ସ୍ଥଳକୁ ଯାଇ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ । ତେବେ ଅଭିଯୁକ୍ତମାନଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବେ ବୋଲି ନର୍ସମାନେ ଶୁଣାଇ ଦେଇଥିଲେ । ତେବେ ନର୍ସମାନଙ୍କ ଆନ୍ଦୋଳନକୁ ନେଇ ଡାକ୍ତରଖାନାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking