ରେଣୁକା ପାତ୍ରଙ୍କ ବିୟୋଗରେ ନଗର କଂଗ୍ରେସର ଶୋକସଭା

ବଲାଙ୍ଗିର,- ବଲାଙ୍ଗୀର ଜିଲ୍ଲା ମହିଳା କଂଗ୍ରେସର ଲୋକପ୍ରିୟ ସଭାନେତ୍ରୀ ରେଣୁକା ପାତ୍ରଙ୍କ ୬୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପାତ୍ରଙ୍କ ସ୍ମୃତିଚାରଣ କରିବା ପାଇଁ ସ୍ଥାନୀୟ କଂଗ୍ରେସ ଭବନରେ ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ସ୍ୱର୍ଗତ ପାତ୍ର ଜଣେ ଦୃଢ ସଙ୍ଗଠକ ଥିଲେ ଓ ନିସ୍ୱାର୍ଥପର ଭାବରେ କଂଗ୍ରେସ ଦଳ ପାଇଁ କାମ କରି ଆସୁଥିଲେ । ତାଙ୍କ ବିୟୋଗ ବଲାଙ୍ଗୀର କଂଗ୍ରେସ ପାଇଁ ଏକ ଅପୂରଣୀୟ କ୍ଷତି । ବିଶେଷ କରି ଦେଓଗାଁ ଅଞ୍ଚଳରେ ତାଙ୍କର ବିଶେଷ ପ୍ରଭାବ ରହିଥିଲା । ସଙ୍ଗଠନ କ୍ଷେତ୍ରରେ କାମ କରୁଥିବା ଯୁବ ନେତୃତ୍ୱମାନଙ୍କୁ ସେ ବହୁ ପରିମାଣରେ ପ୍ରୋତ୍ସାହିତ କରୁଥିଲେ । ମହିଳାମାନଙ୍କୁ କଂଗ୍ରେସ ଦଳ ସହିତ ଯୋଡିବାରେ ତାଙ୍କର ଉଦ୍ୟମ ଅନ୍ୟନ୍ୟ ଥିଲା ବୋଲି ଏହି ଶୋକସଭାରେ ବକ୍ତମାନେ ମତବ୍ୟକ୍ତ କରିବା ସହିତ ଏଭଳି ଏକ ମୁହୁର୍ତ୍ତରେ ଇଶ୍ୱର ତାଙ୍କ ପରିବାର ବର୍ଗଙ୍କୁ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଏହି ଶୋକସଭାରେ ରାଜ୍ୟ କଂଗ୍ରେସ ସମ୍ପାଦକ ଉମା ଶଙ୍କର ପଣ୍ଡା , ରାଜ୍ୟ କଂଗ୍ରେସ ସମ୍ପାଦକ ଅଜୟ ବାଲି , ଜିଲ୍ଲା କଂଗ୍ରେସ ଉପ ସଭାପତି ମନୀଷ ମିଶ୍ର , ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର , ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର , ଜିଲ୍ଲା କଂଗ୍ରେସ ମୁଖପାତ୍ର ସାନନ୍ଦ ମିଶ୍ର , ଜ୍ୟୋତିଷ ମୁଗ୍ରୀ , ଯୁବନେତା ବ୍ରଜ ସେଠୀ, ଜୁଲୁ ପଟ୍ଟନାୟକ , ଅନନ୍ତ ମଛଖଣ୍ଡ , ସୁନୀଲ ବେହେରା , ଘୁଣ୍ଡୁ ଦାସ , ବିଟୁନ ସ୍ୱାଇଁ  ।