35.1 C
Bhubaneswar
Friday, May 10, 2024
Homeଦେଶ ବିଦେଶ"ବେବି ପୋଡ଼" ଦେବ ଛୁଆଙ୍କୁ ଜନ୍ମ! କ’ଣ ଏହି ମଡର୍ଣ୍ଣ ଟେକ୍ନୋଲୋଜି.......

“ବେବି ପୋଡ଼” ଦେବ ଛୁଆଙ୍କୁ ଜନ୍ମ! କ’ଣ ଏହି ମଡର୍ଣ୍ଣ ଟେକ୍ନୋଲୋଜି…….

ନୂଆଦିଲ୍ଲୀ: ଆପଣମାନେ କେବେ ଭାବିଛନ୍ତି କି ଏକ ଫ୍ୟାକ୍ଟ୍ରିରେ ଶିଶୁମାନେ ଜନ୍ମଗ୍ରହଣ କରିବେ? ତା’ ପୁଣି ଗୋଟିଏ ବର୍ଷରେ ୩୦ ହଜାର ଶିଶୁ ସୃଷ୍ଟି ହେବେ । ମାତ୍ର ଏହା ସତ୍ୟରେ ପରିଣତ ହେବାକୁ ବୋଧହୁଏ ଆଉ ବେଶି ଡେରି ହେବ ନାହିଁ । ବାୟୋଟେକ୍ନୋଲୋଜିଷ୍ଟ ଓ ସାଇନ୍ସ କମ୍ୟୁନିକେଟର ହାଶମ ଅଲ ଘାଇଲୀଙ୍କ ‘ବିଶ୍ୱର ପ୍ରଥମ କୃତ୍ରିମ ଗର୍ଭ ସୁବିଧା’ ଶୀର୍ଷକ ଭିଡିଓ ଏବେ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି ।

ତେବେ ଏଣିକି ଛୁଆ ଜନ୍ମ ହେବା ପାଇଁ ମାଆର ଆବଶ୍ୟକତା ନାହିଁ ବୋଲି ଏହି ଭିଡିଓରେ ଦୃଢ଼ତାର ସହ କୁହାଯାଇଛି । ଏହି ଛୁଆ ସୃଷ୍ଟି କରିବା କାମ କରିବ ‘ବେବି ପଡ୍’ । ନଅ ମାସ ପରେ ଏକ ସ୍ୱିଚ ପ୍ରେସ କରିବା ପରେ ଶିଶୁ ଜନ୍ମଲାଭ କରିପାରିବ । ଏକ୍ଟୋଲାଇଫ୍ ନାମକ ଏକ କମ୍ପାନୀ ଏହି ବେବି ପଡ୍ ଲଗାଇବାର କାମ କରିବ । ବେବି ପଡ ଏକପ୍ରକାରର ମେଶିନ, ଯାହାକି ଛୁଆକୁ ଅବିକଳ ମାଆର ଅନୁଭବ କରାଇବ । ସେଥିପାଇଁ ଏହାକୁ କୃତ୍ରିମ ଗର୍ଭ ମଧ୍ୟ କୁହାଯାଏ । ଏହି ମେଶିନ ଗୋଟିଏ ଜନ୍ମଦାତ୍ରୀର ସମସ୍ତ କାର୍ଯ୍ୟ କରିବ । ମାଆ ଗର୍ଭରେ ପ୍ଲେସେଣ୍ଟା ମାଧ୍ୟମରେ ଯେଉଁପରି ଭାବେ ଶିଶୁକୁ ପୋଷକ ତତ୍ତ୍ୱ ଓ ଅକ୍ନିଜେନ ମିଳିଥାଏ, ସେହିପରି ଏହି ମେଶିନରେ ମଧ୍ୟ ଏକ କୃତ୍ରିମ ପ୍ଲେସେଣ୍ଟା ରହିବ । ଯାହାକି ଶିଶୁ ପାଖରେ ଅକ୍ସିଜେନ ଓ ପୋଷକ ତତ୍ତ୍ୱ ପହଞ୍ଚାଇବ । ଏହାଛଡ଼ା ଶିଶୁର ହାର୍ଟବିଟ ଓ ବିକାଶ ଉପରେ ମଧ୍ୟ ନଜର ରଖାଯିବ ।

ବାୟୋଟେକ୍ନୋଲୋଜିଷ୍ଟ ଘାଇଲି ୟୁକେରେ ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ, ଏକ୍ଟୋଲାଇଫ ୭୫ଟି ଲ୍ୟାବ ନିର୍ମାଣ କରିବ । ପ୍ରତ୍ୟେକ ଲ୍ୟାବରେ ୪୦୦ଟି ବେବି ପଡ୍ ରହିବ, ଯାହାକି ସମ୍ପୂର୍ଣ୍ଣ ଭାବେ ୟୁଟ୍ରେସ ପରି ଡିଜାଇନ କରାଯିବ । ଏହି ବେବି ପଡ୍ ଶିଶୁକୁ ମାଆର ଗର୍ଭାବସ୍ଥା ସମୟର ଅବିକଳ ଅନୁଭବ କରାଇବ । ପିତାମାତା ଏକ ଆପ୍ ଜରିଆରେ ଘରେ ବସି ଶିଶୁର ବିକାଶ ଉପରେ ନଜର ରଖି ପାରିବେ । ଯଦି ଶିଶୁର ବିକାଶରେ କିଛି ଗଡ଼ବଡ଼ ଦେଖାଦିଏ, ତେବେ ଉକ୍ତ ଆପରେ ସେ ବାବଦରେ ସୂଚନା ଦେଇ ପାରିବେ । ନଅ ମାସ ପୂରଣ ହେବା ପରେ ପରେ ଏକ ସ୍ୱିଚ ପ୍ରେସ କରି ଶିଶୁର ଡେଲିଭରି କରାଯିବ ।

ଏକ୍ଟୋଲାଇଫ୍ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି କୃତ୍ରିମ ଗର୍ଭ ସୁବିଧାରେ ଅଭିଭାବକଙ୍କ ପାଇଁ ଅଲଗା ଅଲଗା ପ୍ୟାକେଜ ରହିବ । ତେବେ ଏହାର ଏକ ଏଲାଇଟ ପ୍ୟାକେଜ ମଧ୍ୟ ରହିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଶିଶୁର ଉଚ୍ଚତା, ରଙ୍ଗ, ଚେହେରା କିପରି ହେବ ତାହା ଅଭିଭାବକ ସ୍ଥିର କରିବେ । ଏହି ପ୍ୟାକେଜ ଅଧିନରେ ସେମାନଙ୍କୁ ୩୦୦ରୁ ଅଧିକ ଜୀନରୁ କୌଣସି ଗୋଟିଏ ବାଛିବାର ସୁବିଧା ମିଳିବ । ସେଥିରେ ନଅଟି ଜିନକୁ ଏଡିଟ କରି ମନମୁତାବକ ଶିଶୁ ମଧ୍ୟ ପାଇ ପାରିବେ ।

ଘାଇଲିଙ୍କ ମୁତାବକ, ଏକ୍ଟୋଲାଇଫ ବିନା କନସେନ କରି ଲୋକଙ୍କୁ ପିତାମାତା ହେବାର ସୁବିଧା ପ୍ରଦାନ କରୁଛି । ଏହି ସୁବିଧା କମ୍ ଜନସଂଖ୍ୟା ବିଶିଷ୍ଟ ଦେଶ ପାଇଁ କାମରେ ଆସିବ । ଜାପାନ, ବୁଲଗେରିଆ ଓ ଦକ୍ଷିଣ କୋରିଆ ଏହି ଦେଶ ମଧ୍ୟରେ ଆସୁଛନ୍ତି । ଯେଉଁ ମହିଳାମାନେ କୌଣସି ରୋଗ କାରଣରୁ ନିଜର ୟୁଟ୍ରେସ ବାହାର କରି ସାରିଛନ୍ତି ଏହି ଟେକନିକ ସେମାନଙ୍କୁ ଖୁବ୍ ସହାୟତା ପ୍ରଦାନ କରିବ ।

ଘାଇଲି ଓ ଏକ୍ଟୋଲାଇଫ କମ୍ପାନୀ ପକ୍ଷରୁ କରାଯାଇଥିବା ଏହି ପ୍ରୟାସର ସଫଳତା ନୂଆ ଇତିହାସ ଲେଖିପାରେ । ଏନେଇ କିଛି ଏକ୍ସପର୍ଟ ମଧ୍ୟ ମତ ଦେଇ ସାରିଛନ୍ତି । ବେବି ପଡ ବିନା ମାଆ ଦ୍ୱାରା ମଧ୍ୟ ଶିଶୁ ସୃଷ୍ଟି କରିପାରେ ବୋଲି ଲଣ୍ଡନର କିଙ୍ଗସ କଲେଜର ପ୍ରଫେସର ଏଣ୍ଡ୍ର୍ୟୁ ଶେନନ କହିଛନ୍ତି । ମାଆର ଗର୍ଭରୁ ପ୍ରିମ୍ୟାଚ୍ୟୁର ବେବିକୁ କାଢ଼ି ଇନକ୍ୟୁବେଟର୍ସରେ ରଖାଯାଇଥିଲା ଓ ଟ୍ୟୁବ ସହାୟତାରେ ଶିଶୁ ନିକଟରେ ଦୁଧ ପହଞ୍ଚାଇବାର ସଫଳତା ପୂର୍ବରୁ ମିଳିଥିଲା ବୋଲି ଶେନନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking