28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଅନ୍ତିମ ସଂସ୍କାର ପୂର୍ବରୁ ବଞ୍ଚିଥିବା ଜଣାପଡ଼ିଲା ଶିଶୁ

ଅନ୍ତିମ ସଂସ୍କାର ପୂର୍ବରୁ ବଞ୍ଚିଥିବା ଜଣାପଡ଼ିଲା ଶିଶୁ

ଚେନ୍ନାଇ : ତାମିଲନାଡୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବା ଏକ ଶିଶୁ ଅନ୍ତିମ ସଂସ୍କାର ପୂର୍ବରୁ ଜୀଇଁ ଉଠିଛି। ରାଜ୍ୟର ଥେନି ଅଞ୍ଚଳରେ ଗୋଟିଏ ନବଜାତ ଶିଶୁକୁ ସରକାରୀ ମେଡିକାଲ କଲେଜରେ ମୃତ ଘୋଷଣା କରାଯାଇଥିଲା। ଏହାପରେ ପରିବାର ଲୋକେ ଶିଶୁର ଅନ୍ତିମ ସଂସ୍କାର କରିବା ପାଇଁ ନେଇଥିଲେ। ହେଲେ ଅନ୍ତିମ ସଂସ୍କାର କରିବାକୁ ଯାଉଥିବା ବେଳେ ଶ୍ୱାସକ୍ରିୟା ଚାଲିଥିବା ଜଣେ ଅନୁଭବ କରିଥିଲେ। ପୁଣି ପରିବାର ଲୋକ ଶିଶୁକୁ ନେଇ ସେହି ଡାକ୍ତରଖାନାରେ ପହଞ୍ଚିଥିଲେ। ଅନ୍ୟ ଜଣେ ଡାକ୍ତର ଶିଶୁ ବଞ୍ଚିଥିବା କହିବା ସହ ତା’ର ଚିକିତ୍ସା ଆରମ୍ଭ କରିଥିଲେ। ଏବେ ଶିଶୁଟି ଚିକିତ୍ସାଧୀନ।

ଶିଶୁଟି ସମୟ ପୂର୍ବରୁ ଜନ୍ମ ହୋଇଛି। ଶିଶୁକୁ ବଞ୍ଚାଇ ହେବା ନାହିଁ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ଏହାପରେ ମା’ର ଅସ୍ତ୍ରୋପଚାର ପରେ ଶିଶୁ ଜନ୍ମ ହୋଇଥିଲା। ଡାକ୍ତରଖାନା କର୍ମଚାରୀମାନେ ଶିଶୁକୁ ମୃତ କହିବା ସହ ସେମାନଙ୍କର ଦସ୍ତଖତ ନେଇଥିଲେ। ମେଡିକାଲ୍ କଲେଜ୍ର ଅଧ୍ୟକ୍ଷଙ୍କ ଅନୁସାରେ ପିଲାଟିର ଜନ୍ମ ବେଳେ ଓଜନ ୭୦୦ ଗ୍ରାମ ଥିଲା ଏବଂ ଶିଶୁଟି ଶ୍ୱାସକ୍ରିୟା କରୁ ନଥିଲା। ପରେ ଡାକ୍ତର ଶିଶୁକୁ ମା’କୁ ଦେଖାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରେ ସେମାନଙ୍କ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚି ପିଲାର ଶ୍ୱାସକ୍ରିୟା ଚାଲୁଥିବା କହିଥିଲେ। ଡାକ୍ତର ଯାଞ୍ଚ କରିବାରୁ ପିଲାର ଶ୍ୱାସକ୍ରିୟା ଚାଲୁଥିଲା ଏବଂ ପଲ୍ସ ରେଟ୍ ଦେଖାଇଥିଲା। ଏହାପରେ ଆଇସିୟୁରେ ରଖାଯାଇ ତା’ର ଚିକିତ୍ସା ଆରମ୍ଭ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking