30.1 C
Bhubaneswar
Wednesday, April 24, 2024
Homeଓଡିଶାପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା

ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ଜାରି ରହିଥିବାରୁ ବିନା ଭକ୍ତରେ ଯାତ୍ରା ଅନୁଷ୍ଠିତ ହେବ । ତେବେ ଇତି ମଧ୍ୟରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତି ଶୁଣାଇଛନ୍ତି । ସେ କହିଛନ୍ତି ଯେ,  ପୁରୀ ବ୍ୟତିତ ରାଜ୍ୟର ଅନ୍ୟ କେଉଁଠି ରଥଯାତ୍ରା ହେବନି । ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନକୁୁ ଖାରଜ କରାଯାଇଛି । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଖଣ୍ଡପୀଠ କଲେ ଖାରଜ । ସିଜେଆଇ ଏନ୍‌.ଭି ରମଣାଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ କଲେ ଖାରଜ । କେନ୍ଦ୍ରାପଡ଼ା ନୀଳଗିରି, ଭଟ୍‌ଲିରେ ରଥଯାତ୍ରା ପାଇଁ ଆବେଦନ ହୋଇଥିଲା ।

ପୂର୍ବରୁ ଏ ସମ୍ପର୍କରେ ଆବେଦନର ଖାରଜ କରିଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଚ କରିଥିଲେ ଆବେଦନକାରୀ। ଆବେଦନକାରୀମାନେ ହାଇକୋର୍ଟର ନିଷ୍ପତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ରଥଯାତ୍ରା କରିବା ନେଇ ହୋଇଥିବା ଏକାଧିକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking