34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବନାଗ୍ନି ବେଳେ ପରିବାର ସହ ଛୁଟିରେ ଥିବାରୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ

ବନାଗ୍ନି ବେଳେ ପରିବାର ସହ ଛୁଟିରେ ଥିବାରୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ

ସିଡ୍‌ନି: ଦେଶର କେତେକ ଅଂଚଳରେ ଅତି ଭୟଙ୍କର ବନାଗ୍ନି ଜଳୁଥିବା ବେଳେ ଛୁଟି ନେଇ ନିଜ ପରିବାର ସହ ହାଓ୍ଵାଇ ବୁଲିଯାଇଥିବାରୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ରବିବାର ଦିନ କ୍ଷମାପ୍ରାର୍ଥନା କରିଥିବାର ଜମା ପଡିଛି । ତେବେ ବନାଗ୍ନି ଯୋଗୁଁ ଅଷ୍ଟ୍ରେଲିଆର କେତେକ ଅଞ୍ଚଳରେ ଘରଦ୍ୱାର ପୋଡ଼ି ନଷ୍ଟ ହୋଇଯିବା ସହ ଦୁଇଜଣ ସ୍ୱେଚ୍ଛାସେବୀ ନିଆଁ ଲିଭାଳି ପ୍ରାଣ ମଧ୍ୟ ହରାଇଛନ୍ତି ।
ପତ୍ନୀ ଓ ପ୍ରାପ୍ତ ବୟସ୍କ ପିଲାମାନଙ୍କ ସହ ବୁଲି ଯାଇଥିବା ମୋରିସନ୍‌ ସର୍ବସାଧାରଣଙ୍କ ଅସନ୍ତୋଷ ଯୋଗୁଁ ଛୁଟିଦିନ ହ୍ରାସ କରି ଅଷ୍ଟ୍ରେଲିଆ ଫେରି ଆସିଛନ୍ତି । ଏ ଭଳି ଜାତୀୟ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଅଷ୍ଟେଲିଆରେ ଅନୁପସ୍ଥିତ ରହିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋରିସନ୍‌ ଘରେ ପହଞ୍ଚିବା ପରେ ରବିବାର ସକାଳେ ସିଡ୍‌ନିସ୍ଥିତ ରୁରାଲ୍‌ ଫାୟାର୍‌ ସର୍ଭିସ୍‌ ପରିଦର୍ଶନ ସମୟରେ ସାମ୍ବାଦିକମାନଙ୍କୁ କହିଛନ୍ତି: ମୁଁ ଜାଣେ ଅଷ୍ଟ୍ରେଲୀୟଙ୍କର ମତିଗତି ଉତ୍ତମ । ଜଣେ ଯେତେବେଳେ ନିଜର ପିଲାପିଲିଙ୍କୁ କିଛି କଥା ଦେଇଥାଏ, ତାହା ସେ ରଖିବାକୁ ଚେଷ୍ଟା କରେ । କିନ୍ତୁ, ପ୍ରଧାନମନ୍ତ୍ରୀ ଭାବେ ଜଣଙ୍କର ଅନ୍ୟ ଦାୟିତ୍ୱ ବି ରହିଛି । ମୁଁ ତାହା ସ୍ୱୀକାର କରିବା ସହ ସମାଲୋଚନାକୁ ମଧ୍ୟ ସ୍ୱୀକାର କରୁଛି ।
ମୋରିସନ୍‌ ଆହୁରି କହିଛନ୍ତି: ଏହା ରାଜନୈତିକ ଫାଇଦା ଉଠାଇବାର ବେଳ ନୁହେଁ, ପରସ୍ପର ପ୍ରତି ଦୟାଭାବ ଦେଖାଇବାର ସମୟ ମଧ୍ୟ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking