28.1 C
Bhubaneswar
Saturday, April 20, 2024
Homeଅପରାଧସ୍ତ୍ରୀ ସାଙ୍ଗରେ ଖାଇବାକୁ ମନା କରିବାରୁ ପିଟିପିଟି ମାରିଦେଲା ସ୍ୱାମୀ...

ସ୍ତ୍ରୀ ସାଙ୍ଗରେ ଖାଇବାକୁ ମନା କରିବାରୁ ପିଟିପିଟି ମାରିଦେଲା ସ୍ୱାମୀ…

ମୁମ୍ବାଇ : ସ୍ୱାମୀ-ସ୍ତ୍ରୀର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ | ସାମାନ୍ୟ ଘଟଣାରୁ ସ୍ତ୍ରୀକୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛି କୁଳାଙ୍ଗାର ସ୍ୱାମୀ | ମୁମ୍ବାଇରେ ଘଟିଛି ଏଭଳି ଅଭାବନୀୟ ଘଟଣା | ସ୍ତ୍ରୀ ସାଙ୍ଗରେ ଖାଇବାକୁ ମନା କରିବାରୁ ଜୀବନରୁ ମାରିଦେଲା ସ୍ୱାମୀ । ତେବେ ସଂପୃକ୍ତ ବ୍ୟକ୍ତି ମଦ୍ୟପାନ କରି ଘରକୁ ଫେରିବା ପରେ ସ୍ତ୍ରୀ ତାଙ୍କ ଉପରେ ଭୀଷଣ ରାଗି ଯାଇଥିଲେ । ଯାହାକି ତାଙ୍କ ସ୍ବାମୀଙ୍କୁ ପସନ୍ଦ ଆସି ନଥିଲା ଓ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଏହି ବଚସା ଏତେ ଭୟଙ୍କର ହେଲା ଯେ ସ୍ୱାମୀ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ପୋଲିସ କହିଛି ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ମୁମ୍ବାଇରେ ୪୩ ବର୍ଷ ବୟସ୍କ ଅଜୟ ଅଦସୁଲ ଶୁକ୍ରବାର ରାତିରେ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଅଜୟ ମଦ୍ୟପାନ କରି ଘରକୁ ଫେରିଥିବାରୁ ତାଙ୍କ ସ୍ତ୍ରୀ ସୁଜାତା ତାଙ୍କ ଉପରେ ଭୀଷଣ ଭାବେ ରାଗିଯାଇଥିଲେ । ଯାହା ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସୁଜାତାଙ୍କୁ ଅଜୟ ଖାଇବାକୁ ଡାକିଥିଲେ । ମାତ୍ରା ସେ ଖାଇବାକୁ ମନା କରିଦେଇଥିଲେ । ଫଳରେ ଅଜୟଙ୍କ ରାଗି ପଞ୍ଚମ ହୋଇଯାଇଥିଲେ । ସେ ସୁଜାତାଙ୍କୁ ମାଡପିଟ୍ କରିବାକୁ ଲାଗିଥିଲେ । ନିଶାଶକ୍ତ ଅବସ୍ଥାରେ ଥିବାରୁ ସେ କିଛି ଜାଣିପାରିନଥିଲେ । ଅତି ନିର୍ମମ ଭାବେ ସୁଜାତାଙ୍କୁ ପିଟିବାକୁ ଲାଗିଥିଲେ । ଏମିତିକି କାନ୍ଥରେ ସୁଜାତାଙ୍କ ମୁଣ୍ଡକୁ ପିଟିଦେଇଥିଲେ । ଯାହା ଫଳରେ ସୁଜାତା ସେହିଠାରେ ମୃତ୍ୟୁବରଣ କରିଥିଲେ । ସୁଜାତାଙ୍କୁ ଏପରି ଅବସ୍ଥାରେ ଦେଖି ସେ ଡରିଯାଇଥିଲେ ଓ ତାଙ୍କୁ ତୁରନ୍ତ ସୁଜାତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ସେଠାରେ ଡାକ୍ତରଙ୍କୁ ଅଜୟ କହିଥିଲେ ଯେ, ତାଙ୍କ ସ୍ତ୍ରୀ ବାଥରୁମ୍ ରେ ପଡିଯାଇଛନ୍ତି । ଡାକ୍ତର ସେଠାରେ ସୁଜାତାଙ୍କୁ ମୃତ ଘୋଷଣା କରିଥିଲେ । ସୁଜାତାଙ୍କୁ ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ, ତାଙ୍କ ଶରୀରର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଆଘାତ ଲାଗିଛି । ଯାହା ଫଳରେ ଜଣାପଡିଥିଲା ଯେ, ଅଜୟ ତାଙ୍କ ସ୍ତ୍ରୀଙ୍କୁ ଭୀଷଣ ମାଡପିଟ୍ କରିଛନ୍ତି । ଯାହା ଫଳରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଡାକ୍ତର ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଭୋଇଓ୍ବାଡା ପୋଲିସ ଅଜୟଙ୍କ ନାଁରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରି ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଥିବାର ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking