27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶକାଲି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ ଭାରତ

କାଲି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ ଭାରତ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ। ତେଣୁ ଦେଶର ୧୦୦ଟି ସ୍ମାରକୀ ଜି -୨୦ ଲୋଗୋ ସହିତ ଆଲୋକିତ ହେବ। ଏହି ଲୋଗୋରେ ଭାରତର ଜାତୀୟ ପତାକାର ରଙ୍ଗ ସମୂହ ପ୍ରତିଫଳିତ ହୋଇଛି। ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ରହିଛି ବସୁଧୈବ କୁଟୁମ୍ବକମ୍ ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ। ସୂଚନା ଅନୁଯାୟୀ, ଏହି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଭାରତ ପାଇଁ ଏକ ବଡ଼ ସୁଯୋଗ ଯାହା ବିଶ୍ୱରେ ଭାରତର ବାର୍ତ୍ତାକୁ ପହଞ୍ଚେଇବାରେ ସହାୟକ ହେବ। ଏଥିଲାଗି ଏକ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ୩୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରାୟ ୨୦୦ଟି ବୈଠକ ହେବ। ଜି-୨୦ ହେଉଛି ଆନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ପ୍ରମୁଖ ଫୋରମ୍। ଆସନ୍ତା ୨୦୨୩ ସେପ୍ଟେମ୍ବରରେ ଜି-୨୦ ଦୁଇ ଦିନିଆ ଶିଖର ସମ୍ମିଳନୀ ଆୟୋଜନ କରିବ। ଏହି ଶିଖର ସମ୍ମିଳନୀ ଦେଶର ସର୍ବବୃହତ ଅନ୍ତର୍ଜାତୀୟ କାର‌୍ୟ୍ୟକ୍ରମ ହେବ ବୋଲି ଜାଣିବାକୁ ମିଳିଛି।
ଆସନ୍ତା ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ବିଶାଳ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ଜି-୨୦ ଶିଖର ବୈଠକ ପୂର୍ବରୁ ଦେଶର ୫୦ଟି ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜିତ ହେବ। ୨୦୧୬ରେ ଶିଖର ସମ୍ମିଳନୀ ଆୟୋଜନ କରିବା ସମୟରେ ଚୀନରେ ଅନୁଷ୍ଠିତ ମୋଟ ବୈଠକ ସଂଖ୍ୟାଠାରୁ ଏହା ଅଧିକ। ଏହି ଶିଖର ସମ୍ମିଳନୀରେ ‘ନିଖୁଣ ଏବଂ ଅନନ୍ୟ ଭାରତୀୟ’ ପରିଚୟ ରହିବ ଏବଂ ବ୍ରାଣ୍ଡ ଇଣ୍ଡିଆକୁ ଏଥିରେ ଯୋଗ କରାଯିବ ବୋଲି ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking