32.5 C
Bhubaneswar
Friday, April 17, 2026
Homeଓଡିଶାଆଶ୍ରମ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଆରଡିସିସ୍ତରୀୟ ତଦନ୍ତ ଆରମ୍ଭ

ଆଶ୍ରମ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଆରଡିସିସ୍ତରୀୟ ତଦନ୍ତ ଆରମ୍ଭ

ରାଇରଙ୍ଗପୁର: ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ୍ୟୁ ଘଟଣାରେ ରଣକ୍ଷେତ୍ର ପାଲଟିଛି ରାସଗୋବିନ୍ଦପୁର । ରାତିସାରା ରାସଗୋବିନ୍ଦପୁର ସ୍ଥିତ କାକାବନ୍ଧ ଆଶ୍ରମ ସ୍କୁଲ ପରିସରରେ ଛାତ୍ରୀଙ୍କ ମୃତଦେହ ପଡିରହିଥିଲା । ଦୋଷୀକୁ ଫାଶୀ ଦାବିରେ ଅଟଳ ଗ୍ରାମବାସୀ । ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଉପରକୁ ଟେକାପଥର ମାଡ ସହ ନିଆଁ ହୁଳା ମାଡ଼ କରିଥିଲେ ଗ୍ରାମବାସୀ । ପୋଲିସ ମଧ୍ୟ ପାଲଟା ଲାଠିଚାର୍ଜ କରିଥିଲା । ଫଳରେ ରାସଗୋବିନ୍ଦପୁର ଆଇଆଇସିଙ୍କ ସମେତ କିଛି ପୋଲିସ କର୍ମଚାରୀ ଓ କିଛି ସ୍ଥାନୀୟ ଲୋକେ ଆହତ ହୋଇଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆରଡିସି ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ସମଗ୍ର ଅଞ୍ଚଳରେ ପୋଲିସ ଛାଉଣୀ ରହିଛି ।

ଉତ୍ତେଜନାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ତହସିଲର କାକାବନ୍ଧ ଆଶ୍ରମ ସ୍କୁଲ ପରିସରରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ରାସଗୋବିନ୍ଦପୁର ଆଶ୍ରମ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ RDC ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି(ବୁଧବାର) ସକାଳେ କେନ୍ଦ୍ରାଞ୍ଚଳ RDC ରାସଗୋବିନ୍ଦପୁର ଗସ୍ତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।କେଉଁ ପରିସ୍ଥିତିରେ ପିଲାମାନେ ଅସୁସ୍ଥ ହେଲେ ଏବଂ ଛାତ୍ରୀଙ୍କ ମୃତ୍ୟୁ ଘଟିଛି, ସେ ସମ୍ପର୍କରେ ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । RDC ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଲକ୍ଷର ସହାୟତା ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking