30 C
Bhubaneswar
Wednesday, June 17, 2026
Homeଓଡିଶାଧର୍ମ ପରିବର୍ତ୍ତନ କରିଥିବାରୁ ୩୬ ଘଣ୍ଟା ଧରି ପଡି ରହିଲା ଶବ

ଧର୍ମ ପରିବର୍ତ୍ତନ କରିଥିବାରୁ ୩୬ ଘଣ୍ଟା ଧରି ପଡି ରହିଲା ଶବ

ନବରଙ୍ଗପୁର: ପୁଣି ଶବକୁ ଅସମ୍ମାନ। ଧର୍ମ ପରିବର୍ତ୍ତନ କରିଥିବାରୁ ମିଳୁନି ଶ୍ମଶାନ। ଧର୍ମ ପରିବର୍ତ୍ତନ କରିଥିବାରୁ ମୃତ୍ୟୁ ପରେ ବି ଛାଡ଼ୁନି ବିବାଦ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପରେ ଉମରକୋଟ ବ୍ଲକରେ ବି ଏହି ବିବାଦ ଦେଖିବାକୁ ମିଳିଛି । ଉମରକୋଟ ବ୍ଲକ ଅଣ୍ଡରିଗୁଡା ଗାଁର ମାଣିକ ସାନ୍ତା ମୃତ୍ୟୁ ବରଣ କରିବାର ୩୬ ଘଣ୍ଟା ପରେ ବି ହୋଇ ପାରୁନି ଅନ୍ତିମ ସଂସ୍କାର । ଧର୍ମ ପରିବର୍ତ୍ତନ କରିଥିବାରୁ ଗାଁ ସ୍ମଶାନରେ ଶବ ପୋତିବାକୁ ଗ୍ରାମବାସି ଦେଉ ନାହାନ୍ତି ଅନୁମତି ।  ସେହି ଧର୍ମର ସ୍ମଶାନରେ ଶବ ସତ୍କାର କରିବାକୁ ଜିଦ ଧରିଛନ୍ତି ଗ୍ରାମବାସୀ। ଜିଲ୍ଲା ପ୍ରଶାସନ ଓ ପୋଲିସ ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନ ର ରାସ୍ତା ବାହାରୁ ନାହିଁ ।ଗାଁର ରାୟମତି ଗଣ୍ଡ (୭୦ବର୍ଷ)ଙ୍କ ଗତକାଲି ଅପରାହ୍ଣ ୩ଟାରେ ମୃତ୍ୟୁ ହୋଇଥିଲା। ଗାଁ ଶ୍ମଶାନରେ ଶେଷକୃତ୍ୟ କରିବାକୁ ପରିବାର ପକ୍ଷରୁ ମୃତଦେହ ଘରୁ ବାହାର କରିବା ବେଳେ ଗାଁର କିଛି ପରିବାର ବିରୋଧ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking